ଦଶହରା ପୂଜାକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ

କଟକ ଅଫିସ,୨୬ା୮: କରୋନା କଟକଣା ଯୋଗୁ ଚଳିତବର୍ଷ କଟକ ସହରରେ ପ୍ରସିଦ୍ଧ ଦୁର୍ଗାପୂଜା ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଭାଇଚାରାର ସହରରେ ସବୁଠୁ ବଡ଼ ପର୍ବକୁ ନେଇ ସହରବାସୀ ଅନେକ ଆଶା ବାନ୍ଧି ବସିରହିଛନ୍ତି। ଏଭଳି ସ୍ଥିତିରେ ଜିଲାପାଳଙ୍କ ସୂଚନା କଟକବାସୀ, ପୂଜା କମିଟି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ଚଳିତବର୍ଷ ସାର୍ବଜନୀନ ଦଶହରା ପୂଜା ଉପରେ କଟକଣା ଲଗାଯିବ। କୌଣସି ପୂଜା ମଣ୍ଡପରେ ସାଜ୍ଜସଜ୍ଜା କିମ୍ବା ଗହଳି କରିବାକୁ ଦିଆଯିବ ନାହିଁ ବୋଲି କଟକ ଜିଲାପାଳ ଭବାନୀଶଙ୍କର ଚୟନୀ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ପୂଜା ସମୟରେ କିପରି ଭିଡ଼ ନ ହେବ, ତାହାକୁ ଦୃଷ୍ଟିରେ ରଖି ସାର୍ବଜନୀନ ପୂଜା ଉପରେ କଟକଣା ଲାଗିଛି ବୋଲି ଜିଲାପାଳ ଚୟନୀ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ପୂଜା ଆୟୋଜନ ନେଇ କୌଣସି ବୈଠକ ଡକାଯାଇ ନାହିଁ। କଟକ ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଓ କଟକ ମହାନଗର ପୂଜା କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଏ ସମ୍ପର୍କରେ ଡିସିପି ପ୍ରତୀକ ସିଂ କହିଛନ୍ତି, ବୈଠକ ନ ହେବା ପର୍ଯ୍ୟନ୍ତ ଦଶହରା ସମ୍ପର୍କରେ କୌଣସି ମତାମତ ଦେଇ ହେବନାହିଁ। ଉଲ୍ଲେଖଯୋଗ୍ୟ, ଗତ ଜନ୍ମାଷ୍ଟମୀ ତିଥିରୁ ମୃଣ୍ମୟୀ ଦେବୀଙ୍କୁ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଭିନ୍ନ ପୂଜା କମିଟି ମାଟି ଅନୁକୂଳ କରିସାରିଛନ୍ତି। ଡିସିପିଙ୍କ କଟକଣା ଅନୁଯାୟୀ ମାତ୍ର ୪/୫ ଜଣ କର୍ମକର୍ତ୍ତାଙ୍କୁ ନେଇ ବିନା ପଟୁଆର କିମ୍ବା ଶୋଭାଯାତ୍ରାରେ ଏହି ରୀତି ସମ୍ପନ୍ନ ହୋଇଛି। ମାଟି ଅନୁକୂଳ ହୋଇଛି ସତ; କିନ୍ତୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ା ନେଇ ଏଯାବତ୍‌ ଆଶା ଆଶଙ୍କାରେ ରହିଛନ୍ତି ବିଭିନ୍ନ ପୂଜା କମିଟି ଓ କାରିଗର।

ପୂଜା ଅନୁମତି ପାଇଁ ହାଇକୋର୍ଟରେ ମାମଲା
କଟକ ସହରରେ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ବାଲୁ ବଜାର ପୂଜା କମିଟି ପକ୍ଷରୁ ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସମ୍ପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଏହି ମାମଲା ରୁଜୁ କରିଛନ୍ତି। ୧୫୦୯ ମସିହାରୁ ବାଲୁବଜାରରେ ଦୁର୍ଗା ପୂଜା ହେଉଛି। ଅନେକ ବିପଦ ସତ୍ତ୍ୱେ ପୂର୍ବରୁ କେବେ ପୂଜା ବନ୍ଦ ହୋଇନାହିଁ। ଚଳିତ ବର୍ଷ କରୋନା ପାଇଁ କଟକ ଡିସିପିଙ୍କ ନିର୍ଦ୍ଦେଶ ପରେ ମାତ୍ର ୪ଜଣ କର୍ମକର୍ତ୍ତାଙ୍କୁ ନେଇ ମାଟି ଅନୁକୂଳ କରାଯାଇଛି। କିନ୍ତୁ ମା’ଙ୍କ ପୂଜା ବନ୍ଦ ହେଲେ ଭକ୍ତଙ୍କୁ ଗଭୀର ଆଘାତ ଲାଗିବ। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀରେ ରଥଯାତ୍ରା ଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ମହାରାଷ୍ଟ୍ରରେ ଜୈନଙ୍କ ଉତ୍ସବ ପାଇଁ ୩ଟି ମନ୍ଦିର ଖୋଲିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ ହୋଇଛି। ଏଣୁ ପରମ୍ପରା ବଜାୟ ରଖିବାକୁ ଦୁର୍ଗା ପୂଜା ଆୟୋଜନ ପାଇଁ ଅନୁମତି ପ୍ରାର୍ଥନା କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ବିଭାଗ ସଚିବ, କଟକ ଜିଲାପାଳ, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା…

ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri