ଦଶହରା ପୂଜାକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ

କଟକ ଅଫିସ,୨୬ା୮: କରୋନା କଟକଣା ଯୋଗୁ ଚଳିତବର୍ଷ କଟକ ସହରରେ ପ୍ରସିଦ୍ଧ ଦୁର୍ଗାପୂଜା ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଭାଇଚାରାର ସହରରେ ସବୁଠୁ ବଡ଼ ପର୍ବକୁ ନେଇ ସହରବାସୀ ଅନେକ ଆଶା ବାନ୍ଧି ବସିରହିଛନ୍ତି। ଏଭଳି ସ୍ଥିତିରେ ଜିଲାପାଳଙ୍କ ସୂଚନା କଟକବାସୀ, ପୂଜା କମିଟି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ଚଳିତବର୍ଷ ସାର୍ବଜନୀନ ଦଶହରା ପୂଜା ଉପରେ କଟକଣା ଲଗାଯିବ। କୌଣସି ପୂଜା ମଣ୍ଡପରେ ସାଜ୍ଜସଜ୍ଜା କିମ୍ବା ଗହଳି କରିବାକୁ ଦିଆଯିବ ନାହିଁ ବୋଲି କଟକ ଜିଲାପାଳ ଭବାନୀଶଙ୍କର ଚୟନୀ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ପୂଜା ସମୟରେ କିପରି ଭିଡ଼ ନ ହେବ, ତାହାକୁ ଦୃଷ୍ଟିରେ ରଖି ସାର୍ବଜନୀନ ପୂଜା ଉପରେ କଟକଣା ଲାଗିଛି ବୋଲି ଜିଲାପାଳ ଚୟନୀ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ପୂଜା ଆୟୋଜନ ନେଇ କୌଣସି ବୈଠକ ଡକାଯାଇ ନାହିଁ। କଟକ ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଓ କଟକ ମହାନଗର ପୂଜା କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଏ ସମ୍ପର୍କରେ ଡିସିପି ପ୍ରତୀକ ସିଂ କହିଛନ୍ତି, ବୈଠକ ନ ହେବା ପର୍ଯ୍ୟନ୍ତ ଦଶହରା ସମ୍ପର୍କରେ କୌଣସି ମତାମତ ଦେଇ ହେବନାହିଁ। ଉଲ୍ଲେଖଯୋଗ୍ୟ, ଗତ ଜନ୍ମାଷ୍ଟମୀ ତିଥିରୁ ମୃଣ୍ମୟୀ ଦେବୀଙ୍କୁ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଭିନ୍ନ ପୂଜା କମିଟି ମାଟି ଅନୁକୂଳ କରିସାରିଛନ୍ତି। ଡିସିପିଙ୍କ କଟକଣା ଅନୁଯାୟୀ ମାତ୍ର ୪/୫ ଜଣ କର୍ମକର୍ତ୍ତାଙ୍କୁ ନେଇ ବିନା ପଟୁଆର କିମ୍ବା ଶୋଭାଯାତ୍ରାରେ ଏହି ରୀତି ସମ୍ପନ୍ନ ହୋଇଛି। ମାଟି ଅନୁକୂଳ ହୋଇଛି ସତ; କିନ୍ତୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ା ନେଇ ଏଯାବତ୍‌ ଆଶା ଆଶଙ୍କାରେ ରହିଛନ୍ତି ବିଭିନ୍ନ ପୂଜା କମିଟି ଓ କାରିଗର।

ପୂଜା ଅନୁମତି ପାଇଁ ହାଇକୋର୍ଟରେ ମାମଲା
କଟକ ସହରରେ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ବାଲୁ ବଜାର ପୂଜା କମିଟି ପକ୍ଷରୁ ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସମ୍ପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଏହି ମାମଲା ରୁଜୁ କରିଛନ୍ତି। ୧୫୦୯ ମସିହାରୁ ବାଲୁବଜାରରେ ଦୁର୍ଗା ପୂଜା ହେଉଛି। ଅନେକ ବିପଦ ସତ୍ତ୍ୱେ ପୂର୍ବରୁ କେବେ ପୂଜା ବନ୍ଦ ହୋଇନାହିଁ। ଚଳିତ ବର୍ଷ କରୋନା ପାଇଁ କଟକ ଡିସିପିଙ୍କ ନିର୍ଦ୍ଦେଶ ପରେ ମାତ୍ର ୪ଜଣ କର୍ମକର୍ତ୍ତାଙ୍କୁ ନେଇ ମାଟି ଅନୁକୂଳ କରାଯାଇଛି। କିନ୍ତୁ ମା’ଙ୍କ ପୂଜା ବନ୍ଦ ହେଲେ ଭକ୍ତଙ୍କୁ ଗଭୀର ଆଘାତ ଲାଗିବ। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀରେ ରଥଯାତ୍ରା ଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ମହାରାଷ୍ଟ୍ରରେ ଜୈନଙ୍କ ଉତ୍ସବ ପାଇଁ ୩ଟି ମନ୍ଦିର ଖୋଲିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ ହୋଇଛି। ଏଣୁ ପରମ୍ପରା ବଜାୟ ରଖିବାକୁ ଦୁର୍ଗା ପୂଜା ଆୟୋଜନ ପାଇଁ ଅନୁମତି ପ୍ରାର୍ଥନା କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ବିଭାଗ ସଚିବ, କଟକ ଜିଲାପାଳ, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri