ଦ୍ୱନ୍ଦ୍ୱରେ ଏସ୍‌ଆଇଟି ସମ୍ପର୍କିତ ଚିଠି

ବଲାଙ୍ଗୀର ଅଫିସ, ୧୬।୧: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ତଦନ୍ତ ଓଡ଼ିଶା ହାଇକୋର୍ଟଙ୍କ ପର୍ଯ୍ୟବେକ୍ଷଣ (ମନିଟରିଂ)ରେ ହେଉ ବୋଲି ରାଜ୍ୟ ସରକାର ଅନୁରୋଧ କରି ଗତ ୨୮ ନଭେମ୍ବରରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ। ଏପରି କି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି)ରେ କେଉଁମାନେ ରହିବେ ସେମାନଙ୍କ ନାମ ଏଥିରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବ ବୋଲି କୁହାଯାଇଥିଲା। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ହାଇକୋର୍ଟଙ୍କୁ ଏହି ପତ୍ର ଲେଖିଥିବା ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ପରୀ ହତ୍ୟାକାଣ୍ଡର ତଦନ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ପତ୍ର ହାଇକୋର୍ଟରେ ପହଞ୍ଚି ନ ଥିବା ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଦାବି କରିଛନ୍ତି। ପଣ୍ଡାଙ୍କ ଏହି ଦାବି ପରେ ଏସ୍‌ଆଇଟି ସମ୍ପର୍କିତ ଚିଠିକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।
ନୟାଗଡ ଜିଲାର ପରୀ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣା ସଂକ୍ରାନ୍ତରେ ବଲାଙ୍ଗୀର ଜିଲାର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ହାଇକୋର୍ଟଙ୍କ ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ତଥା ଜନସୂଚନା ଅଧିକାରୀ ବି. ଦାଶଙ୍କ କାର୍ଯ୍ୟାଳୟରୁ ଚିଠି ନଂ. ଆର୍‌ଟିଆଇ-୧୩/୨୦୨୦/୧୦୬ ତା- ୬।୦୧।୨୧ ଯୋଗେ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଯାଦବ ଭବନଠାରେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଅଧିକାର କର୍ମୀ ପଣ୍ଡା ହାଇକୋର୍ଟଙ୍କ କାର୍ଯ୍ୟାଳୟରୁ ମିଳିଥିବା ଆରଟିଆଇ ତଥ୍ୟ ସମ୍ପର୍କରେ ଜଣାଇଛନ୍ତି। ପରୀ ହତ୍ୟାକାଣ୍ଡର ଏସ୍‌ଆଇଟି ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରୁ କୌଣସି ଅନୁରୋଧ ପତ୍ର ହାଇକୋର୍ଟଙ୍କ ହସ୍ତଗତ ହୋଇନାହିଁ। ଯେହେତୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଚିଠି ମିଳିନାହିଁ, ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରଶ୍ନ ଉଠୁନାହିଁ ବୋଲି ହାଇକୋର୍ଟଙ୍କ ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ତଥ୍ୟ ପ୍ରଦାନ କରିଥିବା ପଣ୍ଡା ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ପରୀ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଥିବା ଏସ୍‌ଆଇଟି ହାଇକୋର୍ଟଙ୍କ ମନିଟରିଂରେ ଚାଲିନାହିଁ। ନ୍ୟାୟ ଆଶାରେ ପରୀର ମାତାପିତା ବିଧାନସଭା ଅଧିବେଶନ ଚାଲିଥିବାବେଳେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ବିଧାନସଭା ହୁଲସ୍ତୂଲ ହୋଇଥିଲା। ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖି ସରକାର ହାଇକୋର୍ଟରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବ ବୋଲି ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ରାଜ୍ୟ ଭାଜପା ଗ୍ରହଣ ନ କରି ସିବିଆଇ ତଦନ୍ତ ଦାବିରେ ଅଟଳ ରହିଥିବାବେଳେ କଂଗ୍ରେସ ନେତାମାନେ ଏସ୍‌ଆଇଟି ତଦନ୍ତ ଦାବି କରିଥିବାରୁ ଏହାକୁ ଦଳର ବଡ଼ ସଫଳତା ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ପ୍ରଦତ୍ତ ତଥ୍ୟ ସାର୍ବଜନୀନ ହେବା ପରେ କଂଗ୍ରେସ ନେତାମାନଙ୍କ ଉକ୍ତ ସଫଳତା ଦାବି ବଡ଼ ବିଫଳତାରେ ପରିଣତ ହୋଇଛି ବୋଲି ପଣ୍ଡା କହିଛନ୍ତି। ମୁଖ୍ୟମନ୍ତ୍ରୀ ପରୀ ହତ୍ୟା ଘଟଣାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଣ୍ଡା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri