୬ ମାମଲା ରୁଜୁ, ୫୭ ଡ୍ରାଇଭର କୋର୍ଟ ଚାଲାଣ

ଗୋପାଳପୁର/ଛତ୍ରପୁର, ୧୮ା୩(ଡି.ଏନ.ଏ.): ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ପୋଲିସ ଓ ଆନ୍ଦେଳନକାରୀ ଡ଼୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା ସହ ରଣକ୍ଷେତ୍ର ପାଲଟିବା ଘଟଣାରେ ଗୋପାଳପୁର ଓ ଚମାଖଣ୍ଡି ପୋଲିସ ମୋଟ୍‌ ୫୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗୋପାଳପୁର ପୋଲିସ ଶୁକ୍ରବାର ପୂର୍ବାହ୍ନରେ ୨୨ଜଣଙ୍କୁ ଗିରଫ କରିଥିବା ବେଳେ ସନ୍ଧ୍ୟାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ପାଣିଗ୍ରାହୀ, ସୁନୀଲ କୁମାର ବେହେରା, ଚିତ୍ରସେନ ଗୌଡ଼, ମନୋଜ କୁମାର ପ୍ରଧାନ, ସୁରେଶ ସାହୁ, ବୁଲୁ ବାଡ଼ତ୍ୟା, ବିଭୁ ମହାନ୍ତି, ଘନଶ୍ୟାମ ବେହେରା, ଶିବରାମ ପଣ୍ଡା, ସନାତନ ପ୍ରଧାନ, କାର୍ତ୍ତିକ ଗୌଡ଼, ସୀମାଞ୍ଚଳ ପାଢ଼ୀ, ରୁନା ଶତପଥୀ, ଭଗବାନ ସାହୁ, ବଳିଆ ଗୌଡ଼, ପ୍ରଦୀପ କୁମାର ସାହୁ, ସିଲୁ ପଢ଼ିଆଳୀ, ଶିବ ପ୍ରସାଦ ବେହେରା, ପ୍ରମୋଦ କୁମାର ନାୟକ, ଲକ୍ଷ୍ମୀନାରାୟଣ ସାହୁ, ଚିତ୍ତରଞ୍ଜନ ମହାରଣା, ପ୍ରଭାକର ପଣ୍ଡା ଏବଂ ସନ୍ଧ୍ୟାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁନା ପାତ୍ର, ପ୍ରହଲ୍ଳାଦ ବିଶୋୟୀ, ଧିରେନ୍ଦ୍ର ସାହୁ, ହେମନ୍ତ ଅଧିକାରୀ, ଜଗବନ୍ଧୁ ଜେନା, ସଦାଶିବ ବାଲା ଓ ଜଗନ୍ନାଥ ନାହାକ ବୋଲି ଜଣାପଡ଼ିଡ଼ିଛି। ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଧରାଯିବା ସହ ଅଭିଯୁକ୍ତଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ବ୍ରହ୍ମପୁର ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କେହି ଆନ୍ଦୋଳନକାରୀ ନଥିବା ବେଳେ ପୋଲିସ ଘଟଣା ଉପରେ କଡ଼ା ନଜର ରଖିଛି। ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ମଧ୍ୟାହ୍ନରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ଡା଼.ସର୍ବଣା ବିବେକ ଏମ ବ୍ରହ୍ମପୁର ବଡ଼ମେଡ଼ିକାଲରେ ପହଞ୍ଚତ୍ ଆହତ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ଅନ୍ୟପଟେ ଏଭଳି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଗୁରୁବାର ଠାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି। ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଆନ୍ଦୋଳନକାରୀ ଡ଼୍ରାଇଭରଙ୍କ ଉପରେ ଚଢ଼ାଉ କରିବା ନିମନ୍ତେ ତଦନ୍ତ ଜାରି ରଖିଛି।
ସୂଚନାଥାଉକି, ଦ୍ୱିତୀୟ ଦିନରେ ୧୦ ଦଫା ଦାବି ନେଇ ଡ୍ରାଇଭର ଏକତା ସଂଘ ପକ୍ଷରୁ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲା ସୀମାବର୍ତ୍ତି ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ଡ଼୍ରାଇଭର ସଂଘ ପକ୍ଷରୁ ସନ୍ଧ୍ୟାରେ ଗାଡ଼ିକୁ ଅଟକାଇବା ବେଳେ ପୋଲିସ ଏହାକୁ ହଟେଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗା ଓ ପଥର ମାଡ଼ କରିଥିଲେ। ଏଥିରେ ୭ଜଣ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ଆହତ ୭ କର୍ମଚାରୀଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଏସ୍‌ଆଇ ଜୟଚନ୍ଦ୍ର ମଲ୍ଳିକ ଓ କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ କ୍ରମେ ଗୋପାଳପୁର ଥାନାରେ କେସ୍‌ ନମ୍ବର ୯୧, ୯୨, ୯୩/୨୩ରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ୯୧ ମାମଲାରେ ୨୯ଜଣଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଚମାଖଣ୍ଡି ଥାନାରେ ମଧ୍ୟ ଅନୁରୂପ ଭାବେ ତିନୋଟି ମାମଲା ରୁଜୁ ହୋଇଛି। ସନ୍ଧ୍ୟାରେ ୨୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିିଛି। ଏନେଇ ଥାନା କେସ ନମ୍ବର ୮୭,୮୮,୮୯/୨୩ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ୮୮ ମାମଲାରେ ୧୩ଜଣଙ୍କୁ ଗିରଫ କରିଥିବା ବେଳେ ୮୯ ମାମଲାରେ୧୫ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ମାମଲାର ୨୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଉଭୟ ଥାନା ପକ୍ଷରୁ ମୋଟ୍‌ ୫୭ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?