୬ ମାମଲା ରୁଜୁ, ୫୭ ଡ୍ରାଇଭର କୋର୍ଟ ଚାଲାଣ

ଗୋପାଳପୁର/ଛତ୍ରପୁର, ୧୮ା୩(ଡି.ଏନ.ଏ.): ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ପୋଲିସ ଓ ଆନ୍ଦେଳନକାରୀ ଡ଼୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା ସହ ରଣକ୍ଷେତ୍ର ପାଲଟିବା ଘଟଣାରେ ଗୋପାଳପୁର ଓ ଚମାଖଣ୍ଡି ପୋଲିସ ମୋଟ୍‌ ୫୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗୋପାଳପୁର ପୋଲିସ ଶୁକ୍ରବାର ପୂର୍ବାହ୍ନରେ ୨୨ଜଣଙ୍କୁ ଗିରଫ କରିଥିବା ବେଳେ ସନ୍ଧ୍ୟାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ପାଣିଗ୍ରାହୀ, ସୁନୀଲ କୁମାର ବେହେରା, ଚିତ୍ରସେନ ଗୌଡ଼, ମନୋଜ କୁମାର ପ୍ରଧାନ, ସୁରେଶ ସାହୁ, ବୁଲୁ ବାଡ଼ତ୍ୟା, ବିଭୁ ମହାନ୍ତି, ଘନଶ୍ୟାମ ବେହେରା, ଶିବରାମ ପଣ୍ଡା, ସନାତନ ପ୍ରଧାନ, କାର୍ତ୍ତିକ ଗୌଡ଼, ସୀମାଞ୍ଚଳ ପାଢ଼ୀ, ରୁନା ଶତପଥୀ, ଭଗବାନ ସାହୁ, ବଳିଆ ଗୌଡ଼, ପ୍ରଦୀପ କୁମାର ସାହୁ, ସିଲୁ ପଢ଼ିଆଳୀ, ଶିବ ପ୍ରସାଦ ବେହେରା, ପ୍ରମୋଦ କୁମାର ନାୟକ, ଲକ୍ଷ୍ମୀନାରାୟଣ ସାହୁ, ଚିତ୍ତରଞ୍ଜନ ମହାରଣା, ପ୍ରଭାକର ପଣ୍ଡା ଏବଂ ସନ୍ଧ୍ୟାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁନା ପାତ୍ର, ପ୍ରହଲ୍ଳାଦ ବିଶୋୟୀ, ଧିରେନ୍ଦ୍ର ସାହୁ, ହେମନ୍ତ ଅଧିକାରୀ, ଜଗବନ୍ଧୁ ଜେନା, ସଦାଶିବ ବାଲା ଓ ଜଗନ୍ନାଥ ନାହାକ ବୋଲି ଜଣାପଡ଼ିଡ଼ିଛି। ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଧରାଯିବା ସହ ଅଭିଯୁକ୍ତଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ବ୍ରହ୍ମପୁର ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କେହି ଆନ୍ଦୋଳନକାରୀ ନଥିବା ବେଳେ ପୋଲିସ ଘଟଣା ଉପରେ କଡ଼ା ନଜର ରଖିଛି। ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ମଧ୍ୟାହ୍ନରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ଡା଼.ସର୍ବଣା ବିବେକ ଏମ ବ୍ରହ୍ମପୁର ବଡ଼ମେଡ଼ିକାଲରେ ପହଞ୍ଚତ୍ ଆହତ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ଅନ୍ୟପଟେ ଏଭଳି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଗୁରୁବାର ଠାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି। ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଆନ୍ଦୋଳନକାରୀ ଡ଼୍ରାଇଭରଙ୍କ ଉପରେ ଚଢ଼ାଉ କରିବା ନିମନ୍ତେ ତଦନ୍ତ ଜାରି ରଖିଛି।
ସୂଚନାଥାଉକି, ଦ୍ୱିତୀୟ ଦିନରେ ୧୦ ଦଫା ଦାବି ନେଇ ଡ୍ରାଇଭର ଏକତା ସଂଘ ପକ୍ଷରୁ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲା ସୀମାବର୍ତ୍ତି ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ଡ଼୍ରାଇଭର ସଂଘ ପକ୍ଷରୁ ସନ୍ଧ୍ୟାରେ ଗାଡ଼ିକୁ ଅଟକାଇବା ବେଳେ ପୋଲିସ ଏହାକୁ ହଟେଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗା ଓ ପଥର ମାଡ଼ କରିଥିଲେ। ଏଥିରେ ୭ଜଣ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ଆହତ ୭ କର୍ମଚାରୀଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଏସ୍‌ଆଇ ଜୟଚନ୍ଦ୍ର ମଲ୍ଳିକ ଓ କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ କ୍ରମେ ଗୋପାଳପୁର ଥାନାରେ କେସ୍‌ ନମ୍ବର ୯୧, ୯୨, ୯୩/୨୩ରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ୯୧ ମାମଲାରେ ୨୯ଜଣଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଚମାଖଣ୍ଡି ଥାନାରେ ମଧ୍ୟ ଅନୁରୂପ ଭାବେ ତିନୋଟି ମାମଲା ରୁଜୁ ହୋଇଛି। ସନ୍ଧ୍ୟାରେ ୨୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିିଛି। ଏନେଇ ଥାନା କେସ ନମ୍ବର ୮୭,୮୮,୮୯/୨୩ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ୮୮ ମାମଲାରେ ୧୩ଜଣଙ୍କୁ ଗିରଫ କରିଥିବା ବେଳେ ୮୯ ମାମଲାରେ୧୫ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ମାମଲାର ୨୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଉଭୟ ଥାନା ପକ୍ଷରୁ ମୋଟ୍‌ ୫୭ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri