Posted inଫୁରସତ

କନ୍‌ଫରେନ୍ସ ସାଇକେଲ

ପେଡାଲ ମାରି ଏହାକୁ ଚଳା ଯାଉଥିବାରୁ ଏହା ଏକ ସାଇକେଲ ବୋଲି କୁହାଯାଏ। କିନ୍ତୁ ଏହାକୁ ଦେଖିଲେ କେହି ବି କହିବେନି ସାଇକେଲ ବୋଲି। କାରଣ ଏହା ଆଦୌ ସାଧାରଣ ସାଇକେଲ ଭଳି ନୁହେଁ। ଏଥିରେ ସାତୋଟି ସିଟ୍‌ ଗୋଲାକାରରେ ରହିଥାଏ। ଅର୍ଥାତ୍‌ ଏଥିରେ ଏକାଥରେ ସାତ ଜଣ ବସି ଯାଇପାରିବେ। କିନ୍ତୁ ଗୋଟିଏ ଷ୍ଟିୟରିଂ ଥାଏ, ଯାହାକୁ ଜଣେ ବ୍ୟକ୍ତି କଣ୍ଟ୍ରୋଲ କରିବେ। ଆଉ ଅନ୍ୟ ସମସ୍ତେ ପେଡାଲ ମାରି ସାଇକେଲକୁ ଗତି ଶୀଳ କରାଇବେ। ଏହାକୁ ସାତ ଜଣ ମିଶି ଚଳାଇବାବେଳେ ଲାଗେ ସତେ ଯେମିତି କିଛି ଲୋକ ଗୋଲାକାରରେ ବସି ମିଟିଂ କରୁଛନ୍ତି। ତେଣୁ ଏହାର ନାଁ କନଫରେନ୍ସ ସାଇକେଲ ବା କନଫରେନ୍ସ ବାଇକ। ୧୮ଟି ଦେଶରେ ଏବେ ୩୦୦ଟି କନଫରେନ୍ସ ବାଇକ ଅଛି। ସାଧାରଣତଃ ଏହାକୁ ଟୁରିଜମ୍‌ ପାଇଁ ଓ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ବ୍ୟବହାର କରାଯାଉଛି। ଏହାର ଲମ୍ବ ୮ ଫୁଟ ୨ ଇଞ୍ଚ ହୋଇଥିବାବେଳେ ଓସାର ୫ ଫୁଟ ୧୧ ଇଞ୍ଚ ଓ ଓଜନ ୨୨୦ କି.ଗ୍ରା.।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri