Posted inଜାତୀୟ

ମା‘ ଝିଅଙ୍କ ଯତ୍ନ ନେବା ପାଇଁ ଆଶିଷଙ୍କୁ ସର୍ତ୍ତ ମୂଳକ ଜାମିନ…

ନୂଆଦିଲ୍ଲୀ,୨୬।୯ : ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି।

ତାଙ୍କର ଅସୁସ୍ଥ ମା ଏବଂ ଝିଅର ଯତ୍ନ ନେବା ପାଇଁ ତାଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି। ଏହାପୂର୍ବରୁ ଜାନୁଆରୀ ମାସରେ ଆଶିଷ ମିଶ୍ରଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ତେବେ ତାଙ୍କୁ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା।

ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ତାଙ୍କୁ କୌଣସି ସାଧାରଣ କାର୍ଯ୍ୟରେ ଯୋଗଦେବାକୁ କିମ୍ବା ଏହି ମାମଲାରେ ଗଣମାଧ୍ୟମକୁ ସମ୍ବୋଧିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ମାଙ୍କୁ ନୂଆଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ତାଙ୍କ ଝିଅର ଗୋଡର ଚିକିତ୍ସା ଚାଲିଛି।

୩ ଅକ୍ଟୋବର ୨୦୨୧ ରେ, ଲଖିମପୁର ଖେରୀ ଜିଲାର ଟିକୁନିଆରେ ଆଠ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମ୍ପର୍କରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରଥିଲା।

ଉତ୍ତରପ୍ରଦେଶ ପୋଲିସର ଏଫଆଇଆର ଅନୁଯାୟୀ ଆଶିଷ ମିଶ୍ର ଏସୟୁଭିରେ ବସିଥିଲେ ଯାହା ଚାରିଜଣ ଚାଷୀଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଘଟଣାରେ ଏସୟୁଭି ଚଳାଉଥିବା ଦୁଇ ଡ୍ରାଇଭରଙ୍କୁ କୃଷକମାନେ ହତ୍ୟା କରିଥିଲେ। ଏହି ହିଂସାରେ ଜଣେ ଖବରଦାତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri