ପୁରୁଣାପାଣି ପୋଲରୁ ଉଠିଗଲା କଂକ୍ରିଟ୍‌

ବଇଣ୍ଡା,୨୨।୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣବର୍ଷାର ପ୍ରଭାବ ପଡ଼ିଛି ଅନୁଗୋଳ ଜିଲାରେ। ଜଳସ୍ରୋତରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଦେଉଳସାହିରୁ ପୁରୁଣାପାଣି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣାପାଣି ପୋଲ ସଂଲଗ୍ନ ରାସ୍ତାରୁ କଂକ୍ରିଟ୍‌ ଉଠିଯାଇଛି। ସ୍ଥିତି ଏପରି ହୋଇଛି ଯେ, ଯାନବାହନ ଚଳାଚଳ ତ ଦୂରର କଥା ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଉକ୍ତ ପୋଲର କଂକ୍ରିଟ କାମ ୬ ମାସ ପୂର୍ବରୁ ହୋଇଥିଲା। ଅତି ନିମ୍ନମାନର କାମ ଯୋଗୁ କଂକ୍ରିଟ ଉଠିଯାଇଥିବା ଠାକୁରଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ଉକ୍ତ ପୋଲର କଂକ୍ରିଟ କାମ ହେଉଛି। ହେଲେ ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ବାରମ୍ବାର ଅନୁରୂପ ସମସ୍ୟା ସୃଷ୍ଟି ହେଉଛି। ଅଯଥାରେ ଟଙ୍କା ବରବାଦ ହେଉଛି। ଉକ୍ତ ପୋଲକୁ ଭାଙ୍ଗି ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ବହୁବାର ଦାବି ହୋଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ପୁରୁଣାପାଣି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ କଂକ୍ରିଟ କାମ କରିବା ପାଇଁ ପୁରୁଣାପାଣି ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କୁ ଦାବିପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ତରଣୀ ସୁନା କୁହନ୍ତି, ଉକ୍ତ କଂକ୍ରିଟ କାମ କରିବା ପାଇଁ ଆର୍‌ଡି ବିଭାଗକୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନୁଷଙ୍ଗିକ ବ୍ୟବସ୍ଥା ସହ ସଜାଗ ରୁହ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା...

ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୧୦।୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ...

ଜୀବିକା ଲାଗି ଚାକିରି, ଦୁଃଖ ଲାଘବ ପାଇଁ କବିତା ଲେଖା

ଖଇରା, ୧୦।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ କପିଳ ଦାସ ଏକ ଜଣାଶୁଣା ନାଁ। ସେ ସକାଳୁ ସକାଳୁ ନିତ୍ୟ କର୍ମ ସାରି ସାଇକେଲ ଧରିବା ମାତ୍ରେ...

ଥାନାଠାରୁ ଫାଣ୍ଡିର ଦୂରତା ୩୦ କି.ମି.

କୁଆମରା,୩୧ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ କୁଆମରା ଫାଣ୍ଡି ପ୍ରଶାସନିକ ଅବହେଳାର ଶିକାର ହୋଇଛି। କର୍ମଚାରୀ ଅଭାବରୁ ଏହି ଫାଣ୍ଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି।...

ପେଟ୍ରୋଲ ପମ୍ପରୁ ଲୁଟ୍‌: କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ମାର୍ଶାଘାଇ,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନଂ. ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଛକ ଓ ହଜାରୀ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପରୁ...

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା...

Advertisement
Archives

Model This Week