ହାତୀମୃତ୍ୟୁ ବୃଦ୍ଧିକୁ ନେଇ ଉଦ୍‌ବେଗ

କଟକ ଅଫିସ,୨୧ା୧୦: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁକୁ ରୋକିବା ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ବନ ବିଭାଗ ଅଧିକାରୀଙ୍କୁ ନେଇ ଏକ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି। ତଥାପି ହାତୀମୃତ୍ୟୁକୁ ରୋକାଯାଇପାରୁ ନାହିଁ। ତେଣୁ ଗୁରୁବାର ହାତୀମୃତ୍ୟୁ ସମ୍ପର୍କିତ ମାମଲାର ଶୁଣାଣିବେଳେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କ୍ରାଇମ୍‌ବ୍ରାଞ୍ଜ ଏଡିଜିଙ୍କୁ ସତ୍ୟପାଠ ମାଧ୍ୟମରେ ଜଏଣ୍ଟ ଟାସ୍କଫୋର୍ସର କାର୍ଯ୍ୟକାରିତା ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନଭେମ୍ବର ୧୧ରେ ହେବାକୁ ଥିବା ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ବିଭାଗୀୟ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସରେ ଉପସ୍ଥିତ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ହାତୀମୃତ୍ୟୁକୁ ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇଥିବା ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଜଏଣ୍ଟ ଟାସ୍କଫୋର୍ସର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ହାତୀମୃତ୍ୟୁ ସଂକ୍ରାନ୍ତୀୟ ବିଭିନ୍ନ ମାମଲାରେ କେତେ ଜଣଙ୍କୁ ଗିରଫ କରାଯାଇଛି, ଗିରଫ ପରେ ମାମଲାଗୁଡ଼ିକର ସ୍ଥିତି କ’ଣ ରହିଛି ଆଦିର ତଥ୍ୟ ସତ୍ୟପାଠ ମାଧ୍ୟମରେ ଆଗାମୀ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଜଣାଇବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଜଏଣ୍ଟ ଟାସ୍କଫୋର୍ସ କ’ଣ କ’ଣ କାମ କରୁଛି ସେନେଇ ସବିଶେଷ ତଥ୍ୟ ଜଏଣ୍ଟ ଟାସ୍କଫୋର୍ସର ଆଡିସିନାଲ ଏସ୍‌ପି ହାଇକୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ବେଆଇନ ଶିକାର ଓ ମୃତ୍ୟୁ ସଂକ୍ରାନ୍ତୀୟ ୧୭ ପୃଷ୍ଠା ସମ୍ବଳିତ ସତ୍ୟପାଠ ମୁଖ୍ୟ ବନ ସଂରକ୍ଷକ ଶଶୀ ପାଲ ଗତ ସେପ୍ଟେମ୍ବର ୬ ତାରିଖରେ ହାଇକୋର୍ଟରେ ଦାଖଲ କରିଥିଲେ। ସେପ୍ଟେମ୍ବର ୮ ତାରିଖ ଶୁଣାଣି ବେଳେ ମୁଖ୍ୟ ବନ ସଂରକ୍ଷକ ଭର୍ଚୁଆଲ ଜରିଆରେ ଅଦାଲତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ବନ ବିଭାଗ ପକ୍ଷରୁ ରୁଜୁ ହୋଇଥିବା ୧୪ଟି ମାମଲା ମଧ୍ୟରୁ ମାତ୍ର ଗୋଟିଏ ମାମଲାରେ ବିଚାର ହୋଇଥିବାବେଳେ ଅନ୍ୟଗୁଡ଼ିକ ବିଚାର ଅପେକ୍ଷାରେ ପଡ଼ି ରହିବାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାଗୁଡ଼ିକର ଅଗ୍ରଗତି କାହିଁକି ହୋଇପାରି ନାହିଁ ବୋଲି ମୁଖ୍ୟ ବନ ସଂରକ୍ଷକଙ୍କୁ ତାଗିଦା କରିଥିଲେ। ଏଥିସହ ଗୁଳିଗୋଳା ଜବତ ହେଉଥିଲେ ବି ମାରଣାସ୍ତ୍ର ସମ୍ବନ୍ଧୀୟ ଦଫା କୌଣସି ମାମଲାରେ କାହିଁକି ଲାଗୁ କରାଯାଇନାହିଁ ବୋଲି ହାଇକୋର୍ଟ ପଚାରିଥିଲେ। ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କ’ଣସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଦର୍ଶାଇବାକୁ ମଧ୍ୟ ଅଦାଲତ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଇତି ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୨୦।୪ (ଡି.ଏନ.ଏ.)- ଚଇତି ପୁନେଇ ଆସିଲେ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ଉଲ୍ଲସିତ ହୋଇଉଠନ୍ତି। ଘରେ ଘରେ ଝୋଟି ପଡ଼ିବା ସହ ପିଠାପଣାର ଆସର...

ସୁବର୍ଣ୍ଣପୁର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ଗାଏବ: ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି

ସୋନପୁର,୧।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ବିଭାଗର ଏନ୍‌ଏଚଏମ୍‌(ଜାତୀୟ ସ୍ବାସ୍ଥ୍ୟ ମିଶନ) ଆକାଉଣ୍ଟରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଗାଏବ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଓ...

ନବ ବିବାହିତାଙ୍କ ମୃତଦେହ ଜବତ

ଚମ୍ପୁଆ,୨୧ା୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଏନ୍‌ଏସି ୨ ନଂ. ୱାର୍ଡର ଶିରପୁର ଗାଁରେ ଜଣେ ନବ ବିବାହିତାଙ୍କ ମୃତଦେହ ଝୁଲନ୍ତା...

ସଫେଇ ଟିକସ ଦେବେ ସହରବାସୀ

ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା...

ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ...

ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର...

ଘାଟିରୁ ୫୦ଫୁଟ ତଳକୁ ଖସିଲା ଟ୍ରକ୍‌, ଡ୍ରାଇଭରଙ୍କ ସମେତ ୨ଜଣଙ୍କ ଜୀବନ ଗଲା

ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ...

ବଦଳୁନି ଆପରାଧିକ ମନୋଭାବ

ଅନୁଗୋଳ ଅଫିସ, ୧୧ା୪:  ଅପରାଧରେ ଜଡ଼ିତ ଅଭିଯୋଗରେ ଜେଲ ପଠାଯାଉଛି। ମାସ ମାସ ଧରି କାରାଗାରାରେ ରଖାଯାଇ ଦଣ୍ଡିତ କରାଯାଉଛି। ଆପରାଧିକ କାର୍ଯ୍ୟ ଛାଡ଼ି ସାଧାରଣ ଜୀବନକୁ...

Advertisement
Archives

Model This Week