ହାତୀମୃତ୍ୟୁ ବୃଦ୍ଧିକୁ ନେଇ ଉଦ୍‌ବେଗ

କଟକ ଅଫିସ,୨୧ା୧୦: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁକୁ ରୋକିବା ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ବନ ବିଭାଗ ଅଧିକାରୀଙ୍କୁ ନେଇ ଏକ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି। ତଥାପି ହାତୀମୃତ୍ୟୁକୁ ରୋକାଯାଇପାରୁ ନାହିଁ। ତେଣୁ ଗୁରୁବାର ହାତୀମୃତ୍ୟୁ ସମ୍ପର୍କିତ ମାମଲାର ଶୁଣାଣିବେଳେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କ୍ରାଇମ୍‌ବ୍ରାଞ୍ଜ ଏଡିଜିଙ୍କୁ ସତ୍ୟପାଠ ମାଧ୍ୟମରେ ଜଏଣ୍ଟ ଟାସ୍କଫୋର୍ସର କାର୍ଯ୍ୟକାରିତା ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନଭେମ୍ବର ୧୧ରେ ହେବାକୁ ଥିବା ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ବିଭାଗୀୟ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସରେ ଉପସ୍ଥିତ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ହାତୀମୃତ୍ୟୁକୁ ନେଇ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇଥିବା ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଜଏଣ୍ଟ ଟାସ୍କଫୋର୍ସର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ହାତୀମୃତ୍ୟୁ ସଂକ୍ରାନ୍ତୀୟ ବିଭିନ୍ନ ମାମଲାରେ କେତେ ଜଣଙ୍କୁ ଗିରଫ କରାଯାଇଛି, ଗିରଫ ପରେ ମାମଲାଗୁଡ଼ିକର ସ୍ଥିତି କ’ଣ ରହିଛି ଆଦିର ତଥ୍ୟ ସତ୍ୟପାଠ ମାଧ୍ୟମରେ ଆଗାମୀ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଜଣାଇବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଜଏଣ୍ଟ ଟାସ୍କଫୋର୍ସ କ’ଣ କ’ଣ କାମ କରୁଛି ସେନେଇ ସବିଶେଷ ତଥ୍ୟ ଜଏଣ୍ଟ ଟାସ୍କଫୋର୍ସର ଆଡିସିନାଲ ଏସ୍‌ପି ହାଇକୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ବେଆଇନ ଶିକାର ଓ ମୃତ୍ୟୁ ସଂକ୍ରାନ୍ତୀୟ ୧୭ ପୃଷ୍ଠା ସମ୍ବଳିତ ସତ୍ୟପାଠ ମୁଖ୍ୟ ବନ ସଂରକ୍ଷକ ଶଶୀ ପାଲ ଗତ ସେପ୍ଟେମ୍ବର ୬ ତାରିଖରେ ହାଇକୋର୍ଟରେ ଦାଖଲ କରିଥିଲେ। ସେପ୍ଟେମ୍ବର ୮ ତାରିଖ ଶୁଣାଣି ବେଳେ ମୁଖ୍ୟ ବନ ସଂରକ୍ଷକ ଭର୍ଚୁଆଲ ଜରିଆରେ ଅଦାଲତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ବନ ବିଭାଗ ପକ୍ଷରୁ ରୁଜୁ ହୋଇଥିବା ୧୪ଟି ମାମଲା ମଧ୍ୟରୁ ମାତ୍ର ଗୋଟିଏ ମାମଲାରେ ବିଚାର ହୋଇଥିବାବେଳେ ଅନ୍ୟଗୁଡ଼ିକ ବିଚାର ଅପେକ୍ଷାରେ ପଡ଼ି ରହିବାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାଗୁଡ଼ିକର ଅଗ୍ରଗତି କାହିଁକି ହୋଇପାରି ନାହିଁ ବୋଲି ମୁଖ୍ୟ ବନ ସଂରକ୍ଷକଙ୍କୁ ତାଗିଦା କରିଥିଲେ। ଏଥିସହ ଗୁଳିଗୋଳା ଜବତ ହେଉଥିଲେ ବି ମାରଣାସ୍ତ୍ର ସମ୍ବନ୍ଧୀୟ ଦଫା କୌଣସି ମାମଲାରେ କାହିଁକି ଲାଗୁ କରାଯାଇନାହିଁ ବୋଲି ହାଇକୋର୍ଟ ପଚାରିଥିଲେ। ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କ’ଣସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଦର୍ଶାଇବାକୁ ମଧ୍ୟ ଅଦାଲତ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?