ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ବର୍ତ୍ତମାନଧ୍‌ଠାରୁ ବିଭିନ୍ନ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି। ଏହିଭଳି ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡରେ ମଧ୍ୟ ଜଙ୍ଗଲ ନିଆଁ ଯେଭଳି ନ ଲାଗିବ ସେଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଏନେଇ ଏକ ପ୍ରସ୍ତୁତି ବୈଠକ ଲାଲସିଂ ନର୍ସରୀ ପରିସରରେ ଅନୁଷ୍ଠିତ ହେବ। ବୈଠକରେ ସାମାଜିକ କର୍ମୀ, ବନ ବିଭାଗ କର୍ମଚାରୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତା, ସ୍ବେଚ୍ଛାସେବୀ ସଂଗଠନ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିବେ। ଡିଏଫଓ ହିମାଂଶୁ ଶେଖର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିବା କାର୍ଯ୍ୟକ୍ରମ ରହିଛି।
ଜଙ୍ଗଲ ନିଆଁ ସାଧାରଣତଃ ଜାନୁଆରୀ ମାସରୁ ଜୁନ ମାସ ମଧ୍ୟରେ ଲାଗେ। ଜୁନ ଜୁଲାଇ ମାସରେ ବର୍ଷା ଆସିବା ପରେ ନିଆଁ ପ୍ରାୟ ନିୟନ୍ତ୍ରଣକୁ ଆସିଥାଏ। ଗତ ବର୍ଷ ଏହି ସମୟ ମଧ୍ୟରେ ଘୁମୁସର ଉତ୍ତର ବନଖଣ୍ଡରେ ପ୍ରାୟ ୩୦୦ ସ୍ଥାନରେ ନିଆଁ ଲାଗିଥିଲା। ଏହିଭଳି ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ଜଙ୍ଗଲ ଅଗ୍ନିକାଣ୍ଡ ଋତୁରେ ପ୍ରାୟ ୪,୬୦୦ ହେକ୍ଟର ଅଞ୍ଚଳ ପୋଡ଼ି ଯାଇଥିଲା । ଏହାଦ୍ବାରା ବହୁ ବନ୍ୟପ୍ରାଣୀ ବାସସ୍ଥାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରିଥିଲା। ଗତ ଜଙ୍ଗଲ ନିଆଁ ଋତୁରେ ମୋଟ ୨୯,୭୦୯ ଜଙ୍ଗଲ ଅଗ୍ନି ବିନ୍ଦୁ ସାଟେଲାଇଟ ତଥ୍ୟରୁ ଆସିଥିଲା। ସେଥିମଧ୍ୟରୁ ୨୦,୮୩୯ ଜଙ୍ଗଲ ସୀମା ଭିତରେ ଏବଂ ୮,୮୭୦ ଜଙ୍ଗଲ ସୀମା ବାହାରେ ଚିହ୍ନଟ ହୋଇଥିଲା।
କିନ୍ତୁ ୨୦୨୪ ଜଙ୍ଗଲ ଅଗ୍ନି ଋତୁରେ ଜଙ୍ଗଲ ସୀମା ଭିତରେ ୧୭,୦୧୪ ଏବଂ ବାହାରେ ୫,୮୫୪ ଜଙ୍ଗଲ ଅଗ୍ନିକାଣ୍ଡ ସମେତ ୨୨,୮୬୮ ଜଙ୍ଗଲ ଅଗ୍ନିକାଣ୍ଡ ହୋଇଥିଲା । ୨୦୨୪ ତୁଳନାରେ ୨୦୨୫ ରେ ଅଧିକ ନିଆ ଁ ଲାଗିଥିଲା। ୨୧ ଟି ବନଖଣ୍ଡରେ ଅଧିକ ନିଆଁ ଲାଗିଥିଲା। ସେଥିମଧ୍ୟରୁ କନ୍ଧମାଳ ଜିଲା ଅନ୍ୟତମ। ଗତବର୍ଷ ବନ ବିଭାଗ ପ୍ରାୟ ୯୯.୯୫ ପ୍ରତିଶତ ଜଙ୍ଗଲ ନିଆଁର ମୁକାବିଲା କରିଥିଲା । ଯାହାକି ଗତ ଚାରି ବର୍ଷ ମଧ୍ୟରେ ଏହା ସର୍ବାଧିକ ମୁକାବିଲା ।
ଚଳିତ ବର୍ଷ ରାଜ୍ୟରେ ଥଣ୍ଡା ଯେମିତି ହୋଇଛି ଗରମ ମଧ୍ୟ ଆଗାମୀ ଦିନରେ ହେବାର ସମ୍ଭାବନା ରହିଛି। ତାପମାତ୍ରା ବଢ଼ିଲେ ଜଙ୍ଗଲ ପୋଡ଼ି ମଧ୍ୟ ବଢିବା ସମ୍ଭାବନା ରହିଛି। ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ମଧ୍ୟ ଜଙ୍ଗଲ ପୋଡି ବଢୁଛି। ତେଣୁ ଏହାକୁ ଚଳିତ ବର୍ଷ ସଫଳତାର ସହ ମୁକାବିଲା କରିବା ପାଇଁ ଘୁମୁସର ଉତ୍ତର ବନଖଣ୍ଡ କର୍ମଚାରୀ ମାନେ ମିଳିତ ଭାବେ ପ୍ରସ୍ତୁତ ହେଉଛନ୍ତି। ସଚେତନତା କାର୍ଯ୍ୟକ୍ରମ ପୂର୍ବ ବର୍ଷ ଅପେକ୍ଷା ଅଧିକ କରିବା ଲକ୍ଷ୍ୟ ରଖାଯାଇଛି। ଏଥିସହ ବୈଷୟିକ ଜ୍ଞାନ କୌଶଳ ମଧ୍ୟ ପ୍ରୟୋଗ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବହଳପଦରରେ ଜବରଦଖଲ ଉଚ୍ଛେଦ: ଗ୍ରାମବାସୀଙ୍କ ଦାବି ହେଲା ପୂରଣ, ନିର୍ମାଣ ହେବ କୃଷି ସମବାୟ କାର୍ଯ୍ୟାଳୟ

ଅମରପାଲି, ୧୦।୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ଜମିକୁ…

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri