ଚିନ୍ତା ବଢ଼ାଇଲାଣି ସଂକ୍ରମଣ

ନୂଆଦିଲ୍ଲୀ,୧୬।୩: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଦେଶରେ ମୋଟ ୨୬,୨୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ ଜୀବନ ଯାଇଛି। ନୂଆ ମାମଲାର ୭୮.୪୧ ପ୍ରତିଶତ କେବଳ ୫ଟି ରାଜ୍ୟରେ ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲେ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ ଓ ତାମିଲନାଡୁ। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬,୬୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଯାହା ମୋଟ ସଂକ୍ରମଣର ୬୩.୨୧ ପ୍ରତିଶତ। ଏହା ପଛକୁ କେରଳରେ ୧,୭୯୨ ଏବଂ ପଞ୍ଜାବରେ ୧,୪୯୨ ଜଣ ସଂକ୍ରମିତ ହୋଇଛନ୍ତି। ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣାରେ ମଧ୍ୟ ସଂକ୍ରମଣ ବଢ଼ୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେରଳରେ କିଛିଦିନ ସଂକ୍ରମଣ ବଢ଼ିବା ପରେ ଏବେ ଖସିବା ଆରମ୍ଭ କରିଛି।
ଭାରତରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୨,୧୯,୧୬୨ ରହିଛି, ଯାହା ମୋଟ ସଂକ୍ରମଣର ୧.୯୩ ପ୍ରତିଶତ। କେବଳ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସଂଖ୍ୟା ୫୮ ପ୍ରତିଶତ ରହିଛି। ଜନସାଧାରଣ ସାମାଜିକ ଦୂରତ୍ୱ ନ ମାନିବା ଓ ଅନ୍ୟାନ୍ୟ ଗାଇଡ୍‌ଲାଇନ ପାଳନ ନ କରିବା ସଂକ୍ରମଣ ବୃଦ୍ଧିର କାରଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ୍‌-୧୯ ପ୍ରତି ସମାନ ସତର୍କତା ଅବଲମ୍ବନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
କ୍ରମାଗତ ୭ ଦିନ ହେଲା ଦେଶରେ ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ ରହିଛି। ଗତବର୍ଷ ଡିସେମ୍ବର ୨୦ରେ ନୂଆ ସଂକ୍ରମଣ ୨୬,୬୨୪ ଥିଲା। ପରେ ଏହି ସଂଖ୍ୟା କମିବା ଆରମ୍ଭ କରିଥିଲା। କରୋନା ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ଶନିବାର ବ୍ରାଜିଲ ଭାରତକୁ ଟପି ଦ୍ୱିତୀୟ ସ୍ଥାନରେ ପହଞ୍ଚତ୍ଛି। ସଂକ୍ରମଣର ମୁକାବିଲା ପାଇଁ ଭାରତରେ ଟିକାକରଣକୁ ଜୋର୍‌ଦାର କରାଯାଇଛି। ସୋମବାର ସୁଦ୍ଧା ଦେଶରେ ମୋଟ ୩.୧୫ କୋଟି କୋଭିଡ୍‌ ଟିକା ଦିଆଗଲାଣି। ୭୩,୫୫,୭୫୫ ସ୍ବାସ୍ଥ୍ୟ କର୍ମଚାରୀ ପ୍ରଥମ ଡୋଜ୍‌ ଏବଂ ୪୩,୦୫,୧୧୮ ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ସେହିପରି ୭୩,୪୦,୪୨୩ ଆଗଧାଡ଼ିର କର୍ମଚାରୀ ପ୍ରଥମ ଡୋଜ୍‌ ଏବଂ ୧୧,୫୦,୫୩୫ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ଅନ୍ୟାନ୍ୟ ରୋଗ ଥିବା ୧୪,୬୪,୦୧୪ ଜଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ୮୨,୯୨,୧୯୩ ଜଣ ଟିକାର ପ୍ରଥମ ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦି

ଦେଶର ୮ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ଓ ଟିକାକରଣ ଅଭିଯାନ ସମ୍ପର୍କରେ ୧୭ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ। ଟିକାକରଣ ବଢ଼ାଇବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ବୁଧବାର ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ମହାମାରୀ ବେଳେ ମୋଦି ଅନେକ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଟିକାକରଣ ପୂର୍ବରୁ ଜାନୁୟାରୀରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ କର୍ମଚାରୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କ ଟିକାକରଣ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?