ଚିନ୍ତା ବଢ଼ାଇଲା ନୂଆ ରୂପ

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍‌/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ ସମେତ ବିଭିନ୍ନ ଦେଶ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ତେବେ ଏହି କଟକଣା ପୂର୍ବରୁ ଯେଉଁମାନେ ଭାରତ ଫେରିଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲାଣି। ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ରିଟେନ ଫେରନ୍ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି। ବ୍ରିଟେନରୁ ଫେରିଥିବା ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ନମୁନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେମାନଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ତେବେ ବ୍ରିଟେନରେ ସଂକ୍ରମିତ ହୋଇଥିବା ଭୂତାଣୁର ନୂଆ ଷ୍ଟ୍ରେନ୍‌ ସେମାନଙ୍କଠାରେ ଅଛି କି ନାହିଁ ଉପରୋକ୍ତ ପରୀକ୍ଷାରୁ ଜଣାପଡ଼ିବ। ଏନ୍‌ସିଡିସି ନୂଆଦିଲ୍ଲୀ ଅଧୀନରେ ଜିନୋମିକ୍‌ ସର୍ଭିଲାନ୍ସ କନ୍‌ସୋର୍ଟିୟମ ଗଠନ କରାଯାଇଛି। ଦିଲ୍ଲୀ ବ୍ୟତୀତ କନ୍‌ସୋର୍ଟିୟମର ଅନ୍ୟ ଲାବରେଟୋରି ହାଇଦ୍ରାବାଦ, ଭୁବନେଶ୍ୱର, କଲ୍ୟାଣୀ, ବେଙ୍ଗାଲୁରୁ ଓ ପୁଣେରେ ରହିଛି।
କେରଳ ଫେରିଥିବା ୮ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଅଧିକ ପରୀକ୍ଷା ପାଇଁ ସେମାନଙ୍କ ନମୁନା ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି। ନିକଟରେ ସେଠାରେ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଥିବାରୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା କରାଯାଉଛି।
ସେହିପରି ରାଜସ୍ଥାନକୁ ଗତ ସପ୍ତାହରେ ୮୦୦ରୁ ଅଧିକ ବ୍ରିଟିଶ ପର୍ଯ୍ୟଟକ ଆସିଥିବାରୁ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେମାନଙ୍କୁ ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଛି। ଜୟପୁରକୁ ୩୩୩ ବ୍ରିଟିଶ ପର୍ଯ୍ୟଟକ ଆସିଥିବାବେଳେ ଯୋଧପୁରକୁ ୭୩, ଆଜମେରକୁ ୭୦, ଅଲଓ୍ବରକୁ ୪୮, ଉଦୟପୁରକୁ ୪୩, କୋଟାକୁ ୩୯, ଝୁନ୍‌ଝୁନୁକୁ ୨୪, ଗଙ୍ଗାନଗରକୁ ୩୮ ଏବଂ ରାଜସମନନ୍ଦକୁ ୩୫ ପର୍ଯ୍ୟଟକ ଆସିଥିଲେ। ଏମାନେ ନୂଆ ଭୂତାଣୁର ସଂକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ସେମାନଙ୍କୁ ଖୋଜି ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜୟପୁର ମୁଖ୍ୟ ମେଡିକାଲ ସ୍ବାସ୍ଥ୍ୟ ଅଧିକାରୀ ନରୋତ୍ତମ ଶର୍ମା କହିଛନ୍ତି। ସେମାନଙ୍କୁ ଅଲଗା ରଖିବା ସହ କୋଭିଡ୍‌ ପରୀକ୍ଷା କରାଇବାକୁ ସମ୍ପୃକ୍ତ ଜିଲାପାଳମାନଙ୍କୁ କୁହାଯାଇଛି।

ଭାରତରେ ଦେଖାଦେଇଥିଲା ଭୂତାଣୁର ଭିନ୍ନ ଷ୍ଟ୍ରେନ୍‌

ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। କୋଭିଡ୍‌-୧୯ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳୁଛି। ଭାରତରେ ମଧ୍ୟ ଏପରି ପରିବର୍ତ୍ତନ ଦେଖାଗଲାଣି। ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ ଯେଭଳି ଦ୍ରୁତ ସଂକ୍ରମଣ ହେଉଛି, ଭାରତରେ ମାର୍ଚ୍ଚରୁ ମେ’ ମଧ୍ୟରେ ସେଭଳି ସ୍ଥିତି ଉପୁଜିଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜିର ନିର୍ଦ୍ଦେଶକ ଅନୁରାଗ ଅଗ୍ରଓ୍ବାଲଙ୍କ କହିବା ଅନୁଯାୟୀ ଭାରତରେ ଗତ ମାର୍ଚ୍ଚରୁ ମେ’ ମଧ୍ୟରେ ନୂଆ କରୋନା ଭୂତାଣୁର ସଂକ୍ରମଣ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତିତ ଭୂତାଣୁର ନାଁ ରଖାଯାଇଥିଲା ଏ୪। ସେହି ସମୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ କୋଭିଡ୍‌-୧୯ ଦ୍ରୁତ ସଂକ୍ରମଣର କାରଣ ଏହି ଭୂତାଣୁର ଏହି ନୂଆ ରୂପ ଥିଲା ବୋଲି ଆଇଜିଆଇବି ଅଧିକାରୀ କହିଛନ୍ତି। ଦକ୍ଷିଣପୂର୍ବ ଏସିଆରୁ ଏ୪ ଭାରିଆଣ୍ଟ ଆରମ୍ଭ ହୋଇ ସୁପରସ୍ପ୍ରେଡରରେ ପରିଣତ ହୋଇଥିଲା। ଦିଲ୍ଲୀ, ହାଇଦ୍ରାବାଦ ଓ କର୍ନାଟକରେ ଏହା ବ୍ୟାପିଥିଲା। ତେବେ ଜୁନ୍‌ ସୁଦ୍ଧା ଉକ୍ତ ଭୂତାଣୁ ଆପେ ମରିଯାଇଥିଲା ବୋଲି ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?