ଚିନ୍ତା ବଢ଼ାଇଲା ନୂଆ ରୂପ

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍‌/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ ସମେତ ବିଭିନ୍ନ ଦେଶ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ତେବେ ଏହି କଟକଣା ପୂର୍ବରୁ ଯେଉଁମାନେ ଭାରତ ଫେରିଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲାଣି। ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ରିଟେନ ଫେରନ୍ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି। ବ୍ରିଟେନରୁ ଫେରିଥିବା ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ନମୁନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେମାନଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ତେବେ ବ୍ରିଟେନରେ ସଂକ୍ରମିତ ହୋଇଥିବା ଭୂତାଣୁର ନୂଆ ଷ୍ଟ୍ରେନ୍‌ ସେମାନଙ୍କଠାରେ ଅଛି କି ନାହିଁ ଉପରୋକ୍ତ ପରୀକ୍ଷାରୁ ଜଣାପଡ଼ିବ। ଏନ୍‌ସିଡିସି ନୂଆଦିଲ୍ଲୀ ଅଧୀନରେ ଜିନୋମିକ୍‌ ସର୍ଭିଲାନ୍ସ କନ୍‌ସୋର୍ଟିୟମ ଗଠନ କରାଯାଇଛି। ଦିଲ୍ଲୀ ବ୍ୟତୀତ କନ୍‌ସୋର୍ଟିୟମର ଅନ୍ୟ ଲାବରେଟୋରି ହାଇଦ୍ରାବାଦ, ଭୁବନେଶ୍ୱର, କଲ୍ୟାଣୀ, ବେଙ୍ଗାଲୁରୁ ଓ ପୁଣେରେ ରହିଛି।
କେରଳ ଫେରିଥିବା ୮ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଅଧିକ ପରୀକ୍ଷା ପାଇଁ ସେମାନଙ୍କ ନମୁନା ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି। ନିକଟରେ ସେଠାରେ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଥିବାରୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା କରାଯାଉଛି।
ସେହିପରି ରାଜସ୍ଥାନକୁ ଗତ ସପ୍ତାହରେ ୮୦୦ରୁ ଅଧିକ ବ୍ରିଟିଶ ପର୍ଯ୍ୟଟକ ଆସିଥିବାରୁ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେମାନଙ୍କୁ ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଛି। ଜୟପୁରକୁ ୩୩୩ ବ୍ରିଟିଶ ପର୍ଯ୍ୟଟକ ଆସିଥିବାବେଳେ ଯୋଧପୁରକୁ ୭୩, ଆଜମେରକୁ ୭୦, ଅଲଓ୍ବରକୁ ୪୮, ଉଦୟପୁରକୁ ୪୩, କୋଟାକୁ ୩୯, ଝୁନ୍‌ଝୁନୁକୁ ୨୪, ଗଙ୍ଗାନଗରକୁ ୩୮ ଏବଂ ରାଜସମନନ୍ଦକୁ ୩୫ ପର୍ଯ୍ୟଟକ ଆସିଥିଲେ। ଏମାନେ ନୂଆ ଭୂତାଣୁର ସଂକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ସେମାନଙ୍କୁ ଖୋଜି ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜୟପୁର ମୁଖ୍ୟ ମେଡିକାଲ ସ୍ବାସ୍ଥ୍ୟ ଅଧିକାରୀ ନରୋତ୍ତମ ଶର୍ମା କହିଛନ୍ତି। ସେମାନଙ୍କୁ ଅଲଗା ରଖିବା ସହ କୋଭିଡ୍‌ ପରୀକ୍ଷା କରାଇବାକୁ ସମ୍ପୃକ୍ତ ଜିଲାପାଳମାନଙ୍କୁ କୁହାଯାଇଛି।

ଭାରତରେ ଦେଖାଦେଇଥିଲା ଭୂତାଣୁର ଭିନ୍ନ ଷ୍ଟ୍ରେନ୍‌

ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। କୋଭିଡ୍‌-୧୯ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳୁଛି। ଭାରତରେ ମଧ୍ୟ ଏପରି ପରିବର୍ତ୍ତନ ଦେଖାଗଲାଣି। ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ ଯେଭଳି ଦ୍ରୁତ ସଂକ୍ରମଣ ହେଉଛି, ଭାରତରେ ମାର୍ଚ୍ଚରୁ ମେ’ ମଧ୍ୟରେ ସେଭଳି ସ୍ଥିତି ଉପୁଜିଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜିର ନିର୍ଦ୍ଦେଶକ ଅନୁରାଗ ଅଗ୍ରଓ୍ବାଲଙ୍କ କହିବା ଅନୁଯାୟୀ ଭାରତରେ ଗତ ମାର୍ଚ୍ଚରୁ ମେ’ ମଧ୍ୟରେ ନୂଆ କରୋନା ଭୂତାଣୁର ସଂକ୍ରମଣ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତିତ ଭୂତାଣୁର ନାଁ ରଖାଯାଇଥିଲା ଏ୪। ସେହି ସମୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ କୋଭିଡ୍‌-୧୯ ଦ୍ରୁତ ସଂକ୍ରମଣର କାରଣ ଏହି ଭୂତାଣୁର ଏହି ନୂଆ ରୂପ ଥିଲା ବୋଲି ଆଇଜିଆଇବି ଅଧିକାରୀ କହିଛନ୍ତି। ଦକ୍ଷିଣପୂର୍ବ ଏସିଆରୁ ଏ୪ ଭାରିଆଣ୍ଟ ଆରମ୍ଭ ହୋଇ ସୁପରସ୍ପ୍ରେଡରରେ ପରିଣତ ହୋଇଥିଲା। ଦିଲ୍ଲୀ, ହାଇଦ୍ରାବାଦ ଓ କର୍ନାଟକରେ ଏହା ବ୍ୟାପିଥିଲା। ତେବେ ଜୁନ୍‌ ସୁଦ୍ଧା ଉକ୍ତ ଭୂତାଣୁ ଆପେ ମରିଯାଇଥିଲା ବୋଲି ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri