ଡ୍ରପ୍‌ ଆଉଟ୍‌ ପିଲାଙ୍କ ଥଇଥାନ ଚିନ୍ତା

ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଗ୍ରାମାଞ୍ଚଳରେ ବିଫଳ ହୋଇଛି। ବିଶେଷକରି ଜିଲାର ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକରେ ଅଧାରୁ ପାଠ ଛାଡି(ଡ୍ରପ ଆଉଟ) କିମ୍ବା ସ୍କୁଲ ବାରଣ୍ଡା ମାଡି ନ ଥିବା ୬ ରୁ ୧୪ ବର୍ଷର ୬୫୪ ଜଣ ଛାତ୍ରୀଛାତ୍ରଙ୍କୁ ବେସରକାରୀ ଭାବେ ଚିହ୍ନଟ କରାଯାଇଛି। ଏଥିରେ ଅଧିକାଂଶ ତଫସିଲଭୁକ୍ତ ଜାତି ଓ ଜନଜାତିର ରହିଛନ୍ତି। ଏହି ଡ୍ରପ୍‌ଆଉଟ ଛାତ୍ରୀଛାତ୍ରମାନେ ଦେଶୀ ମଦ ଦୋକାନ, ଚାଷ କାର୍ଯ୍ୟ, ଚୁକ୍ତି ଭିତ୍ତିକ ଶ୍ରମିକ, ଗ୍ୟାରେଜ ଆଦି ସ୍ଥାନରେ ବାଧ୍ୟ ହୋଇ କାମ କରୁଛନ୍ତି। ଫଳରେ ସେମାନଙ୍କ ଶାରୀରିକ ଓ ମାନସିକସ୍ତରରେ ଖରାପ ପ୍ରଭାବ ପଡୁଛି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଉକ୍ତ ଶିଶୁମାନେ ଶିକ୍ଷା, ପୃଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ନଂ. ୧୭୨୯/୨୦୨୩) ଦାୟର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ଗତ ୨୪ା୧ା୨୦୨୩ରେ ଶୁଣାଣୀ କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଡ୍ରପ୍‌ଆଉଟ ପିଲାମାନେ ଥଇଥାନ ପାଇଁ ରାହା ଖୋଜୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଦାନଗଦି ବ୍ଲକର ବଙ୍ଗାରକୋଟ, ନଛିପୁରା, ଓସ୍ତପାଲ, ଉଚ୍ଚବାଲି, କିଆଝର, ଦେଉଳକଣା, ନଡିଆଭଙ୍ଗା, ପଙ୍କପାଳ, ରାଛିପୁର, ଖପୁରିଆପଡା, ଚାନ୍ଦିଆ, ତ୍ରିଜଙ୍ଗା, ଯଖପୁରା, ଚିତିରି, ଧଳିଗଡ, ରାଣୀପଡା, ସାଲିଜଙ୍ଗା ପଞ୍ଚାୟତରେ ଅଧିକାଂଶ ଡ୍ରପ୍‌ ଆଉଟ ପିଲା ରହିଥିବାର ତାଲିକା ପ୍ରସ୍ତୁତ ହୋଇଛି। ଉକ୍ତ ତାଲିକାରେ ପଞ୍ଚାୟତ, ଗ୍ରାମ, ଡ୍ରପ୍‌ ଆଉଟ ପିଲା ଓ ବାପାଙ୍କ ନାମ, ଶ୍ରେଣୀ, ଲିଙ୍ଗ, ବୟସ ଓ ଜାତି ଅନୁଯାୟୀ ପ୍ରସ୍ତୁତ ହୋଇଛି। ୨୦୨୨ ସେପ୍ଟେମ୍ବରରୁ ପ୍ରାୟ ୩ ମାସ ଧରି ସାମାଜିକ କର୍ମୀ ମଣ୍ଟୁଙ୍କ ନେତୃତ୍ୱରେ ଘରକୁ ଘର ବୁଲି ସର୍ଭେ କରାଯାଇ ଏହି ତଥ୍ୟ ହାସଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ, ସପ୍ଲିମେଣ୍ଟାରୀ ନ୍ୟୁଟ୍ରିଶନ ପ୍ରୋଗ୍ରାମ, କିଶୋରୀ ଶକ୍ତି ଯୋଜନା, କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଆଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହିସବୁ ଯୋଜନା କାର୍ଯ୍ୟକାରୀ କରିବାରେ ଆନ୍ତରିକତାର ଅଭାବ ଯୋଗୁ ଡ୍ରପ୍‌ଆଉଟ ପିଲା ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଏହାବାଦ୍‌ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରବେଶ ଉତ୍ସବ, ବୟସ ଅନୁସାରେ ବିିଭିନ୍ନ ଶ୍ରେଣୀରେ ନାମଲେଖା ବ୍ୟବସ୍ଥା, ସ୍ବତନ୍ତ୍ର ତାଲିମ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଆଦି ଯୋଜନାର ସଫଳତା ସମ୍ପୂର୍ଣ୍ଣ ବିଫଳ ବୋଲି ସ୍ପଷ୍ଟ ଅନୁମେୟ ା ଅନ୍ୟପକ୍ଷେ ଉଚ୍ଚ କର୍ତ୍ତୃପକ୍ଷଙ୍କ ରୋଷରୁ ବଞ୍ଚିବାକୁ ଯାଇ ସରକାରଙ୍କ ନିକଟରେ ଜିଲାରେ ମାତ୍ର ୨ ଜଣ ଡ୍ରପ୍‌ଆଉଟ ପିଲା ରହିଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ ରିପୋର୍ଟ ପ୍ରଦାନ କରୁଥିବାର ଅଭିଯୋଗ ହୋଇଛି।
ସରକାରୀ ଭାବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଜିଲାରେ ୯୫୯ ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ୭୫୭ ଗୋଟି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟଗୁଡିକରେ ୨,୦୨,୭୪୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଗତ ୨୦୦୪ରୁ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଛି । ୬ରୁ ୧୪ବର୍ଷର ବାଳିକାବାଳକମାନଙ୍କୁ ବାଧ୍ୟତାମୂଳକ ଏବଂ ଗୁଣାମତ୍କ ଶିକ୍ଷା ଯୋଗାଇ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ା ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଏହାସହ ଦାରିଦ୍ର୍ୟତା, ଗ୍ରାମବସତିଠାରୁ ସ୍କୁଲର ଦୂରତା କାରଣରୁ ପାଠପଢାରୁ ଦୂରେଇ ରହିଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ଜନ୍ମାଇବା ଦିଗରେ ସର୍ବଶିକ୍ଷା ଅଭିଯାନର ବିଫଳତା ଏହାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ସେହିପରି ଗ୍ରାମାଞ୍ଚଳ ସ୍କୁଲଗୁଡିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବ, ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜନ, ଜଣେ ମାତ୍ର ଶିକ୍ଷକ ଥିଲେ ସେ ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତ ରହିଲେ ସ୍କୁଲ ବନ୍ଦ ରହିବା ମଧ୍ୟ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆକର୍ଷିତ କରି ନ ପାରିବା ଅନ୍ୟ ଏକ କାରଣ ହୋଇପାରେ ବୋଲି ମତପ୍ରକାଶ ପାଇଛି । ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖା ଯାଉଛି ସତ ହେଲେ ସେହି ବାଳିକାବାଳକମାନେ ଘର କାମ କିମ୍ବା ଶିଶୁ ଶ୍ରମିକ ଭାବେ ନିୟୋଜିତ ରହୁଛନ୍ତି । ଡ୍ରପ୍‌ ଆଉଟ ବାଳିକାମାନଙ୍କୁ ଖୋଜି କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ(କେଜିବିଭି)ରେ ନାମ ଲେଖାଇବା ପରିବର୍ତ୍ତେ ସାଧାରଣ ପିଲାଙ୍କୁ ସହଜରେ ଆଣି ନାମ ଲେଖାଯାଉଛି । ଜିଲାର ଯାଜପୁର ବ୍ଲକ ସୁଜନପୁର ଓ ସୁକିନ୍ଦା ବ୍ଳକ ହାତିବାରୀଠାରେ ୨ଟି କେଜିବିଭି ରହିଛି । ହଷ୍ଟେଲ ସୁବିଧା କରାଯାଇ ପ୍ରତ୍ୟେକ କେଜିବିଭିରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଡ୍ରପ୍‌ ଆଉଟ ବାଳିକାଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଏହି ସ୍କୁଲରେ ଗାଇଡ୍‌ଲାଇନରେ ରହିଛି । କିନ୍ତୁ ସିଟ୍‌ ପୂରଣ କରିବା ଲକ୍ଷ୍ୟରେ ରହି ଡ୍ରପ୍‌ଆଉଟ ପରିବର୍ତ୍ତେ ସାଧାରଣ ସ୍କୁଲ ପିଲାଙ୍କ ନାମ ଲେଖାଯାଉଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ରାତି ପ୍ରାୟ ୭ଟା୧୨ ମିନିଟରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?