ଷ୍ଟକ୍‌ୟାର୍ଡକୁ ନେଇ ଚିନ୍ତା ଘାରିଛି

ଯାଜପୁର ଅଫିସ,୧୫।୧: ଯାଜପୁର ଜିଲା କଳିଙ୍ଗନଗର ମାନପୁର ରେଲୱେ ସାଇଡିଂରୁ ନିର୍ଗତ ଧୂଳିଧୂଅଁା ଦାନଗଦି ବ୍ଲକ ଧୂଳିଗଡ ଗ୍ରାମ ପଞ୍ଚାୟତବାସୀଙ୍କୁ ଅତିଷ୍ଠ କରିଛି। ଉକ୍ତ ସାଇଡିଂ ପ୍ରଦୂଷଣ ପ୍ରଭାବରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀ, ଯକ୍ଷ୍ମା, ଲିଭର ଆଦି ରୋଗରେ ପ୍ରାଣ ହରେଇଲେଣି। ଏପରିକି ସୁଅଁାଳ, ମୁଣ୍ଡାସାହି, ଗୁଲାସାହି ପ୍ରାୟ ପୁରୁଷ ଶୂନ୍ୟ ହେବାକୁ ବସିଛି। ଏଭଳି ସ୍ଥିତିରେ ଉକ୍ତ ରେଲୱେ ସାଇଡିଂକୁ ଲାଗି ପୁଣି ଏକ ଅତି ପ୍ରଦୂଷିତ ଷ୍ଟକୟାର୍ଡ ନିର୍ମାଣ ଚାଲିଛି, ଯାହାକି ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର ବୋଝ ଉପରେ ଲଳିତ ବିଡା ସଦୃଶ ହେବ ବୋଲି କ୍ଷୋଭପ୍ରକାଶ ପାଇଛି। ଏହି ମର୍ମରେ ଧୂଳିଗଡ଼ ସରପଞ୍ଚ ମାନସ ରଣା ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସଦସ୍ୟ ସଚିବ, ଯାଜପୁର ଜିଲାପାଳ ଏବଂ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସାଇଡିଂକୁ ବନ୍ଦ କିମ୍ବା ସ୍ଥାନାନ୍ତର କରିବାକୁ ସରପଞ୍ଚ ରଣା ଦାବି କରିଛନ୍ତି।
ଅଭିଯୋଗ ଅନୁସାରେ ରେଲୱେ ସାଇଡିଂର କଳା ତାଣ୍ଡବ ଅଦିନରେ ଲୋକଙ୍କ ଜୀବନ ନେଉଛି ା ଲୋଡିଂ ଅନ୍‌ଲୋଡିଂ ଦାୟିତ୍ୱରେ ଥିବା ସଂସ୍ଥାର ମନମୁଖି କାର୍ଯ୍ୟକଳାପ ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। ୨୦୧୮ ଅଗଷ୍ଟରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ରେଳ ସାଇଡିଂ ବିଭାଗକୁ ଏଥିପାଇଁ ତାଗିଦ କରିଥିଲେ। ଏଥିରେ କୌଣସି ସୁଫଳ ନ ମିଳିବାରୁ ଅଞ୍ଚଳବାସୀ ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ଉପରେ ଆବଶ୍ୟକ ତଦନ୍ତ କରି ଉପଯୁକ୍ତ ଭାବେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟିଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ତେବେ ତଦନ୍ତ ଚାଲିଥିବାବେଳେ ଜୀବିକା ହରାଇବା ଆଶଙ୍କା କରି ମାନପୁର ସାଇଡିଂରେ କାର୍ଯ୍ୟରତ କେତେଜଣ ଶ୍ରମିକ ଆନ୍ଦୋଳନ କରିଥିଲେ। ଏହାପରେ ଉକ୍ତ ମାମଲା କୌଣସି ପ୍ରକାରେ ଦବି ଯାଇଥିଲା। ଏବେ ରେଲୱେ ସାଇଡିଂକୁ ଲାଗି ଏକ ଷ୍ଟକୟାର୍ଡ ନିର୍ମାଣ ଚାଲିଥିବାରୁ ଉକ୍ତ ମାମଲା ପୁଣି ଉଜ୍ଜୀବିତ ହୋଇଛି। ଅଭିଯୋଗ ଅନୁସାରେ ରେଲୱେ ସାଇଡିଂରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ତାହାକୁ ଲୋକେ ସ୍ବାଗତ କରିଥିଲେ। କିନ୍ତୁ ନିଯୁକ୍ତି ବଦଳରେ ସାଇଡିଂର ପ୍ରଦୂଷଣରେ ଲୋକଙ୍କ ଜୀବନ ଯାଉଛି। ଆଖପାଖର ଅଧିକାଂଶ ଗ୍ରାମବାସୀ ବିଭିନ୍ନ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାବାଦ ମାନପୁର ଓଭର ବ୍ରିଜ ପାଖରେ ସରକାରଙ୍କ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ଷ୍ଟକ୍‌ୟାର୍ଡ ନିର୍ମାଣ ଚାଲିଛି। ଷ୍ଟକ୍‌ୟାର୍ଡ ନିକଟରେ ଯାଇଥିବା ରାସ୍ତାଟି ପଞ୍ଚାୟତବାସୀଙ୍କ ଜୀବନରେଖା। ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍କୁଲ, କଲେଜ ପିଲା ଏବଂ ଦାନଗଦି ଡାକ୍ତରଖାନାକୁ ଯାଉଥିବା ରୋଗୀମାନଙ୍କ ପାଇଁ ବହୁ ସମସ୍ୟା ହେବ। ଟମକାରେ ଷ୍ଟକ୍‌ୟାର୍ଡ ନିର୍ମାଣ ଯୋଗୁ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଏଥିପାଇଁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ତେଣୁ ଟକମା ଷ୍ଟକୟାର୍ଡକୁ ଧୂଳିଗଡ ପଞ୍ଚାୟତକୁ ସ୍ଥାନାନ୍ତର କରାଯାଉଛି। ରେଲଓ୍ବେ ସାଇଡିଂ ପାଇଁ ସେଠାରେ ପାଣି, ପବନ ସବୁ କିଛି ବିଷାକ୍ତ ହୋଇ ପଡ଼ିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମିତ ଜଳସିଞ୍ଚନ କରାଯାଉ ନ ଥିବାରୁ ରାସ୍ତାପାର୍ଶ୍ୱ ଗ୍ରାମଗୁଡ଼ିକର ଲୋକମାନେ ନର୍କଯନ୍ତ୍ରଣା ଭୋଗୁଛନ୍ତି। ଆବଶ୍ୟକ ସୁଉଚ୍ଚ ପାଚେରି, ଡ୍ରେନ, ଇଟିପି(ଏନଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସହ ଚାରାରୋପଣ କରି ସବୁଜବଳୟ ସୃଷ୍ଟି କରାଯାଉ ନ ଥିବାରୁ ଅଞ୍ଚଳ ପ୍ରଦୂଷଣରେ ବୁଡ଼ି ରହୁଛି। ବେଳହୁଁ ଏସ୍‌ପିସିବି ଏହାର କୌଣସି ପ୍ରତିକାର ବ୍ୟବସ୍ଥା ନ କଲେ ଖୁବ୍‌ଶୀଘ୍ର ମୃତ୍ୟୁ ସଂଖ୍ୟା ୨୦୦କୁ ଟପିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଷ୍ଟକ୍‌ୟାର୍ଡ ପାଇଁ ଏନ୍‌ଓସି ମିଳିସାରିଛି। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପରେ ଷ୍ଟକ୍‌ୟାର୍ଡକୁ ଚାଲିବା ଅନୁମତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri