ଷ୍ଟକ୍‌ୟାର୍ଡକୁ ନେଇ ଚିନ୍ତା ଘାରିଛି

ଯାଜପୁର ଅଫିସ,୧୫।୧: ଯାଜପୁର ଜିଲା କଳିଙ୍ଗନଗର ମାନପୁର ରେଲୱେ ସାଇଡିଂରୁ ନିର୍ଗତ ଧୂଳିଧୂଅଁା ଦାନଗଦି ବ୍ଲକ ଧୂଳିଗଡ ଗ୍ରାମ ପଞ୍ଚାୟତବାସୀଙ୍କୁ ଅତିଷ୍ଠ କରିଛି। ଉକ୍ତ ସାଇଡିଂ ପ୍ରଦୂଷଣ ପ୍ରଭାବରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀ, ଯକ୍ଷ୍ମା, ଲିଭର ଆଦି ରୋଗରେ ପ୍ରାଣ ହରେଇଲେଣି। ଏପରିକି ସୁଅଁାଳ, ମୁଣ୍ଡାସାହି, ଗୁଲାସାହି ପ୍ରାୟ ପୁରୁଷ ଶୂନ୍ୟ ହେବାକୁ ବସିଛି। ଏଭଳି ସ୍ଥିତିରେ ଉକ୍ତ ରେଲୱେ ସାଇଡିଂକୁ ଲାଗି ପୁଣି ଏକ ଅତି ପ୍ରଦୂଷିତ ଷ୍ଟକୟାର୍ଡ ନିର୍ମାଣ ଚାଲିଛି, ଯାହାକି ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର ବୋଝ ଉପରେ ଲଳିତ ବିଡା ସଦୃଶ ହେବ ବୋଲି କ୍ଷୋଭପ୍ରକାଶ ପାଇଛି। ଏହି ମର୍ମରେ ଧୂଳିଗଡ଼ ସରପଞ୍ଚ ମାନସ ରଣା ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସଦସ୍ୟ ସଚିବ, ଯାଜପୁର ଜିଲାପାଳ ଏବଂ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସାଇଡିଂକୁ ବନ୍ଦ କିମ୍ବା ସ୍ଥାନାନ୍ତର କରିବାକୁ ସରପଞ୍ଚ ରଣା ଦାବି କରିଛନ୍ତି।
ଅଭିଯୋଗ ଅନୁସାରେ ରେଲୱେ ସାଇଡିଂର କଳା ତାଣ୍ଡବ ଅଦିନରେ ଲୋକଙ୍କ ଜୀବନ ନେଉଛି ା ଲୋଡିଂ ଅନ୍‌ଲୋଡିଂ ଦାୟିତ୍ୱରେ ଥିବା ସଂସ୍ଥାର ମନମୁଖି କାର୍ଯ୍ୟକଳାପ ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। ୨୦୧୮ ଅଗଷ୍ଟରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ରେଳ ସାଇଡିଂ ବିଭାଗକୁ ଏଥିପାଇଁ ତାଗିଦ କରିଥିଲେ। ଏଥିରେ କୌଣସି ସୁଫଳ ନ ମିଳିବାରୁ ଅଞ୍ଚଳବାସୀ ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ଉପରେ ଆବଶ୍ୟକ ତଦନ୍ତ କରି ଉପଯୁକ୍ତ ଭାବେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟିଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ତେବେ ତଦନ୍ତ ଚାଲିଥିବାବେଳେ ଜୀବିକା ହରାଇବା ଆଶଙ୍କା କରି ମାନପୁର ସାଇଡିଂରେ କାର୍ଯ୍ୟରତ କେତେଜଣ ଶ୍ରମିକ ଆନ୍ଦୋଳନ କରିଥିଲେ। ଏହାପରେ ଉକ୍ତ ମାମଲା କୌଣସି ପ୍ରକାରେ ଦବି ଯାଇଥିଲା। ଏବେ ରେଲୱେ ସାଇଡିଂକୁ ଲାଗି ଏକ ଷ୍ଟକୟାର୍ଡ ନିର୍ମାଣ ଚାଲିଥିବାରୁ ଉକ୍ତ ମାମଲା ପୁଣି ଉଜ୍ଜୀବିତ ହୋଇଛି। ଅଭିଯୋଗ ଅନୁସାରେ ରେଲୱେ ସାଇଡିଂରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ତାହାକୁ ଲୋକେ ସ୍ବାଗତ କରିଥିଲେ। କିନ୍ତୁ ନିଯୁକ୍ତି ବଦଳରେ ସାଇଡିଂର ପ୍ରଦୂଷଣରେ ଲୋକଙ୍କ ଜୀବନ ଯାଉଛି। ଆଖପାଖର ଅଧିକାଂଶ ଗ୍ରାମବାସୀ ବିଭିନ୍ନ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାବାଦ ମାନପୁର ଓଭର ବ୍ରିଜ ପାଖରେ ସରକାରଙ୍କ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ଷ୍ଟକ୍‌ୟାର୍ଡ ନିର୍ମାଣ ଚାଲିଛି। ଷ୍ଟକ୍‌ୟାର୍ଡ ନିକଟରେ ଯାଇଥିବା ରାସ୍ତାଟି ପଞ୍ଚାୟତବାସୀଙ୍କ ଜୀବନରେଖା। ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍କୁଲ, କଲେଜ ପିଲା ଏବଂ ଦାନଗଦି ଡାକ୍ତରଖାନାକୁ ଯାଉଥିବା ରୋଗୀମାନଙ୍କ ପାଇଁ ବହୁ ସମସ୍ୟା ହେବ। ଟମକାରେ ଷ୍ଟକ୍‌ୟାର୍ଡ ନିର୍ମାଣ ଯୋଗୁ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଏଥିପାଇଁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ତେଣୁ ଟକମା ଷ୍ଟକୟାର୍ଡକୁ ଧୂଳିଗଡ ପଞ୍ଚାୟତକୁ ସ୍ଥାନାନ୍ତର କରାଯାଉଛି। ରେଲଓ୍ବେ ସାଇଡିଂ ପାଇଁ ସେଠାରେ ପାଣି, ପବନ ସବୁ କିଛି ବିଷାକ୍ତ ହୋଇ ପଡ଼ିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମିତ ଜଳସିଞ୍ଚନ କରାଯାଉ ନ ଥିବାରୁ ରାସ୍ତାପାର୍ଶ୍ୱ ଗ୍ରାମଗୁଡ଼ିକର ଲୋକମାନେ ନର୍କଯନ୍ତ୍ରଣା ଭୋଗୁଛନ୍ତି। ଆବଶ୍ୟକ ସୁଉଚ୍ଚ ପାଚେରି, ଡ୍ରେନ, ଇଟିପି(ଏନଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସହ ଚାରାରୋପଣ କରି ସବୁଜବଳୟ ସୃଷ୍ଟି କରାଯାଉ ନ ଥିବାରୁ ଅଞ୍ଚଳ ପ୍ରଦୂଷଣରେ ବୁଡ଼ି ରହୁଛି। ବେଳହୁଁ ଏସ୍‌ପିସିବି ଏହାର କୌଣସି ପ୍ରତିକାର ବ୍ୟବସ୍ଥା ନ କଲେ ଖୁବ୍‌ଶୀଘ୍ର ମୃତ୍ୟୁ ସଂଖ୍ୟା ୨୦୦କୁ ଟପିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି।
ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଷ୍ଟକ୍‌ୟାର୍ଡ ପାଇଁ ଏନ୍‌ଓସି ମିଳିସାରିଛି। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପରେ ଷ୍ଟକ୍‌ୟାର୍ଡକୁ ଚାଲିବା ଅନୁମତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?