ବଳକା ଧାନ ବିକ୍ରି ଚିନ୍ତା

ଢେଙ୍କାନାଳ ଅଫିସ, ୧୩।୨:ମିଳିଥିବା ଟୋକନ ଅନୁଯାୟୀ ବିକ୍ରି ସରିଛି ଧାନ। ହେଲେ ଅମଳ ତୁଳନାରେ ଏହା ଯଥେଷ୍ଟ କମ୍‌। ବଳିଯାଇଥିବା ଧାନ ଅସୁରକ୍ଷିତ ଭାବେ ଖଳାରେ ଏବଂ ଘର ବାରଣ୍ଡାରେ ପଡ଼ିଥିବାବେଳେ ହାତୀ, ବାର୍‌ହା ମୁହଁରେ ଯାଉଛି। ଏଭଳି ସ୍ଥିତିରେ ଝାଳବୁହା ପରିଶ୍ରମ କରି ଉତ୍ପାଦନ କରିଥିବା ଧାନ କୁଆଡ଼େ ନେବେ, କାହାକୁ ଏବଂ କେମିତି ବିକ୍ରି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଧାନ ସଂଗ୍ରହ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇପାରୁ ନ ଥିବାରୁ ଏହାର ସୁଯୋଗରେ ଦଲାଲ ସକ୍ରିୟ ହୋଇଉଠିଛନ୍ତି।
ଢେଙ୍କାନାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୯୬ ହଜାର ୨୫୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିଲାଗି ୧୩୬ ମଣ୍ଡି କରାଯାଇଥିଲା। ସେଥିରୁ ୮୦ଟି ପାକ୍ସ ଏବଂ ଅବଶିଷ୍ଟ ୫୬ଟି ଏସ୍‌ଏଚ୍‌ଜି ପରିଚାଳନା କରୁଛି। ୨୦୨୨ ଡିସେମ୍ବର ୨୮ରୁ ୨୦୨୩ ମାର୍ଚ୍ଚ ୩୧ ଯାଏ ଧାନକିଣା ଲାଗି ସମୟସୀମା ଧାର୍ଯ୍ୟ କରାଯାଇଥିବାବେଳେ ପଞ୍ଜୀକୃତ ୫୮ ହଜାର ୧୮୮ ଚାଷୀ ଟୋକନ ପାଇଥିଲେ। ଫେବୃୟାରୀ ପ୍ରଥମ ଦ୍ୱିତୀୟ ସପ୍ତାହ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ କିଣା ସରିଲାଣି। ବୃହତ୍‌ ଚାଷୀମାନେ ନିର୍ଦ୍ଧାରିତ ପରିମାଣର ଧାନ ବିକ୍ରି କରିସାରିଥିବାବେଳ ଏବେ ସେମାନଙ୍କୁ ଘାରିଛି ବଳକା ଧାନ ବିକ୍ରି ଚିନ୍ତା। ଧାନ ଅମଳ ସମୟରେ କୃଷି ବିଭାଗ ପକ୍ଷରୁ ଠିକ୍‌ ଭାବେ ସର୍ଭେ କରାଯାଉ ନ ଥିବାରୁ କମ୍‌ ଟାର୍ଗେଟ୍‌ ମିଳୁଛି। ତେଣୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତବର୍ଷ ଜିଲାରେ ମୋଟ ୧୬ ଲକ୍ଷ ୪୧ହଜାର ୧୨୬ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଥିବା କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ଲକ୍ଷ ୪୪ହଜାର ୮୭୬ କୁଇଣ୍ଟାଲ ଧାନ କିଣିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାସତ୍ତ୍ୱେ ସମସ୍ତଙ୍କଠାରୁ ଧାନ କିଣାଯାଇପାରିବ ନାହିଁ ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ସଦର ବ୍ଲକ ଗୋବିନ୍ଦପୁର ଗ୍ରାମର ଚାଷୀ ସନ୍ତୋଷ ସ୍ବାଇଁ କୁହନ୍ତି, ଚଳିତ ବର୍ଷ ୨୩୦ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଛି। ପ୍ରାୟ ୩୦ କୁଇଣ୍ଟାଲ ଧାନ ହାତୀ ଓ ବାର୍‌ହା ନଷ୍ଟ କରିଦେଲେ। ୫୪ କୁଇଣ୍ଟାଲ ଧାନ ରାଜ୍ୟ ବିହନ ବିକ୍ରି ସଂସ୍ଥାକୁ ଦେଲୁ। ବାକି ୧୧୬ କୁଇଣ୍ଟାଲ ମଣ୍ଡିରେ ବିକ୍ରି କରାଯାଇଛି। ତଥାପି ପ୍ରାୟ ୩୦ କୁଇଣ୍ଟାଲ ଧାନ ଘରେ ପଡ଼ିଛି। ସରକାର ଧାନ ନ କିଣିଲେ ବ୍ୟବସାୟୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ କୁହନ୍ତି, କୃଷି ବିଭାଗର ସର୍ଭେ ଅନୁଯାୟୀ ମଣ୍ଡିରେ ଧାନ ବିକ୍ରି ଟାର୍ଗେଟ୍‌ ଧାର୍ଯ୍ୟ ହେଉଛି। ଆବଶ୍ୟକତାକୁ ନଜରରେ ରଖି ପୁନର୍ବାର ମଣ୍ଡି ମାଧ୍ୟମରେ ୩ ଲକ୍ଷ ୪୪ ହଜାର ୮୭୬ କୁଇଣ୍ଟାଲ ଧାନ କିଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ଜିଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ତୋଷ କୁହନ୍ତି, ରାଜସ୍ବ, କୃଷି ଓ ପରିସଂଖ୍ୟାନ ବିଭାଗର ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଧାନ ଅମଳ ସମ୍ପର୍କିତ ସର୍ଭେ କରାଯାଇଥାଏ। ଚାଷୀମାନେ ଏହାକୁ ଭଲଭାବେ ଜାଣିପାରନ୍ତି ନାହିଁ। ଏବେ ସବୁ ରିପୋର୍ଟ ଅନ୍‌ଲାଇନ୍‌ ମାଧ୍ୟମରେ ପଠାଯାଉଛି। ତେଣୁ ମନଇଚ୍ଛା ସର୍ଭେ କରିବା ସମ୍ଭବ ନୁହେଁ ା ଅନଲାଇନ ପୂର୍ବରୁ କେଉଁଠି କ’ଣ ହେଉଥିଲା ତାହା କହିପାରିବୁନାହିଁ। କିନ୍ତୁ ୨୦୧୯ ପରେ ସବୁକିଛି ଅନ୍‌ଲାଇନ ମାଧ୍ୟମରେ ଫଟୋ ସହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?