ଗଞ୍ଜାମ ଷ୍ଟେଶନରେ ଟ୍ରେନ୍‌ ରହଣି ଦାବିରେ ଧାରଣା

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେଶନ ସମୁଖରେ ସୋମବାର ଧାରଣା ଦିଆଯାଇଛି l ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଧାରଣା ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସେହି ଅନୁଯାୟୀ ବରିଷ୍ଠ ନାଗରିକଙ୍କ ସମେତ ସହରବାସୀ ଏକ ବିରାଟ ଶୋଭାଯାତ୍ରାରେ ଷ୍ଟେଶନରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଧାରଣାରେ ସହର ଶତାଧିକ ମହିଳା ପୁରୁଷ ଓ ବିଭିନ୍ନ ସଂଗଠନ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଆର୍‌ପିଏଫ୍‌ ପୋଲିସ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ରେଳ ବିଭାଗ ଡିଭିଜିନାଲ କମର୍ସିଆଲ ମ୍ୟାନେଜର (ଡ଼ିଏସଏମ ) ଜିସି ନାୟକ, ଆର୍‌ପିଏଫ୍‌ର ଏଏସ୍‌ସି ସତୀଶ ଚନ୍ଦ୍ର ସାହେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଷ୍ଟେଶନରେ ପୂର୍ବରୁ ପୁରୀ-ତିରୁପତି ଏବଂ ଭୁବନେଶ୍ୱର ଜଗଦଲପୁର ଏକ୍ସପ୍ରେସ୍‌ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ବାତିଲ କରାଯାଇଥିଲା l କୋଭିଡ୍‌ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ଗଞ୍ଜାମ ଷ୍ଟେଶନରେ ରହୁନାହିଁ l ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବହୁବାର ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ପରେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏଣୁ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଥିସହ ମାଇକ ଦ୍ୱାରା ପ୍ରଚାର ମଧ୍ୟ କରାଯାଇଥିଲା l ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସମେତ ମଞ୍ଚ ବରିଷ୍ଠ ସଦସ୍ୟ ବିନୋଦ ମହାପାତ୍ର, ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ପଦ୍ମ ଚରଣ ପଣ୍ଡା, ଅରୁଣ ପଣ୍ଡା ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି l ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି: ବିଭିନ୍ନ ସମସ୍ୟା ସମାଧାନ ଦାବି

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ସୋମବାର ଗୌଡ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ବିଡ଼ିଓ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri