ସଙ୍କୁଚିତ କ୍ଷେତ୍ର

Dillip Cherian

ପ୍ରଶାସନରେ ଆଇଏଏସ୍‌ଙ୍କ ସମ୍ମାନଜନକ କ୍ଷେତ୍ର ଏବେ ସଙ୍କୁଚିତ ହେଉଛି କି? ହିଁ, ନିଶ୍ଚିତ ଭାବେ ଏହା ଘଟୁଛି। ମୋଦି ସରକାର କ୍ଷମତାକୁ ଆସିବା ପର ବର୍ଷଗୁଡ଼ିକରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ସ୍ତରରେ ଆଇଏଏସ୍‌ କ୍ୟାଡର ସଂଖ୍ୟା ବହୁତ କମିଯାଇଛି। ୨୦୧୫-୨୦୧୭ ମଧ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ୨୪୯ରୁ (ମୋଟ ୩୯୧ ଯୁଗ୍ମ ସଚିବରୁ) ହ୍ରାସ ପାଇ ଚଳିତ ବର୍ଷ ଜାନୁୟାରୀ ସୁଦ୍ଧା ଏହା କେବଳ ୭୭ରେ ସୀମିତ ରହିଥିଲା। ସେହିପରି ୨୦୧୫ରେ ଅତିରିକ୍ତ ସଚିବଙ୍କ ସଂଖ୍ୟା ୯୮ ଥିଲାବେଳେ ଚଳିତ ବର୍ଷ ଏହା ରହିଛି ୭୬। ଏହି ଧାରା ଜାରି ରହିଛି। ଖୁବ୍‌ ନିକଟରେ ସରକାର ସବୁ ମନ୍ତ୍ରଣାଳୟରେ ୩୧ ଅଧିକାରୀଙ୍କୁ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ର଼୍ୟାଙ୍କକୁ ପଦୋନ୍ନତି ଦେଇଥିବାବେଳେ ଏମାନଙ୍କ ମଧ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ମାତ୍ର ୧୨। ଆଉ ସବୁ ଅଧିକାରୀ ଅନ୍ୟ ସେବାରୁ ଆସିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଧାରଣା ସୃଷ୍ଟି କରୁଛି ଯେ, ମୋଦି ସରକାର ଆଇଏଏସ୍‌ର ପ୍ରାଧାନ୍ୟ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଭଳି କରିବା ପଛରେ ଆଉ ଏକ କାରଣ ରହିଛି, ଯେଉଁଥିରେ ସରକାର ଉପତ୍ନ୍ନ ସମସ୍ୟାର ତତ୍‌କାଳ ସସାଧାନ କରିବାକୁ ଚାହଁୁଛନ୍ତି। ସରକାର ମଧ୍ୟ ସେଣ୍ଟ୍ରାଲ୍‌ ଡେପୁଟେଶନ ପାଇଁ ଦେଖାଦେଇଥିବା ଆଇଏଏସ୍‌ ଅଧିକାରୀଙ୍କ ସଙ୍କଟର ସମାଧାନ କରିବାକୁ ଚାହଁୁଛନ୍ତି। ଏଭଳି ଅଭାବର ସମ୍ମୁଖୀନ ହୋଇ ସରକାର ଅସମନ୍ବୟରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମ୍ଭବତଃ ଆଗାମୀ ଦୁଇ ବର୍ଷରେ ଅଭାବ ପୂରଣ କରିବା ସହ ସର୍ବୋତ୍ତମ ପରିଣାମ ପାଇବାକୁ ଅନ୍ୟ ସେବାର ଅଧିକାରୀମାନଙ୍କୁ ଉପଯୋଗ କରିବେ। ଯାହା ହେଲେ ବି ଉକ୍ତ ସ୍ବଳ୍ପକାଳୀକ ପରିବର୍ତ୍ତନ ବର୍ତ୍ତମାନ ପାଇଁ ଭଲ ହୋଇପାରେ।

ଅଣବାବୁଙ୍କ ହାତରେ ପଦବୀ

ଦ୍ୱିତୀୟ ଥର ଲାଗି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭଳି ସମ୍ମାନଜନକ ପଦବୀ ଅଣବାବୁଙ୍କ ହାତକୁ ଚାଲିଯାଇଛି। ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି.ସୁବ୍ରମଣ୍ୟନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଛନ୍ତି। ସୁରଜିତ୍‌ ଭାଲାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ସୁବ୍ରମଣ୍ୟନଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଅବଧି ୩ ବର୍ଷ ପାଇଁ ହୋଇଛି ଓ ଡ. ସୁରଜିତ ଏସ୍‌. ଭାଲାଙ୍କ କାର୍ଯ୍ୟକାଳ କମାଯାଇ ଏହା କରାଯାଇଛି। ନିର୍ଦ୍ଦେଶନାମାରେ ଯାହା ଉଲ୍ଲେଖ ହୋଇଛି ତାହାକୁ ନେଇ ଲୋକମାନେ ଅନେକ କଥା କହୁଛନ୍ତି। ଉଲ୍ଲିଖିତ ଶବ୍ଦରୁ ଜଣାପଡ଼ୁଛି ଯେ, ସୁବ୍ରମଣ୍ୟନଙ୍କୁ ନିଯୁକ୍ତ କରିବା ଲାଗି ଭାଲାଙ୍କୁ ପଦବୀ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ଭାଲା ଦିଲ୍ଲୀରେ ଥିଲେ। ଏଣୁ ସେ ଯେତେବେଳେ ଓ୍ବାଶିଂଟନ ଡିସିରେ ଓହ୍ଲାଇଲେ ସେତେବେଳେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ସୁବ୍ରମଣ୍ୟନଙ୍କ ସମ୍ପର୍କରେ ନିଶ୍ଚିତ ଭାବେ ଶୁଣିଥିବେ। ଏହି ଘଟଣା ସମ୍ପର୍କରେ ଯେଉଁମାନେ ଭଲ ଭାବେ ଅବଗତ ସେମାନେ ଭାଲାଙ୍କ ଅପସାରଣ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି। ସ୍ପଷ୍ଟତଃ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ଆଇଏମ୍‌ଏଫ୍‌ ବୋର୍ଡ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଏବଂ ଭାଲା ମଧ୍ୟ ପୂର୍ବରୁ ଅନ୍ୟମାନଙ୍କ ଭଳି ତାଙ୍କ ୩ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ। ଏଣୁ ଏଭଳି ଅନାବଶ୍ୟକ ବିବାଦ ପାଇଁ ଖରାପ ଡ୍ରାଫ୍ଟିଂର ଦୋଷ। ଭାଲାଙ୍କ ପରେ ନିଯୁକ୍ତ ହୋଇଥିବା ସୁବ୍ରମଣ୍ୟନଙ୍କର ଏକ ଖରାପ ରେକର୍ଡ ରହିଛି। ଏଣୁ ତାଙ୍କ ନିଯୁକ୍ତିକୁ ନେଇ ଦିଲ୍ଲୀର ବାବୁମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। ତେବେ ଏହା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯାହା ବାବୁଙ୍କ କ୍ଷେତ୍ରର ସୀମା ବାହାରକୁ ଚାଲିଯାଇଥିବା ଜଣାପଡ଼ୁଛି।

ମୁଖ୍ୟ ପାଇଁ ଅପେକ୍ଷା

ନିକଟରେ ତୈଳ ଓ ପ୍ରାକୃତିକ ବାଷ୍ପ (ଓଏନ୍‌ଜିସି) ପାଇଁ ନୂଆ ମୁଖ୍ୟ ନିଯୁକ୍ତି ନିମନ୍ତେ ସର୍ଚ୍ଚ ଆଣ୍ଡ ସିଲେକ୍‌ସନ କମିଟି ୯ ଜଣ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ଲାଗି ଡାକିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୬ ଜଣ ପହଞ୍ଚିଥିଲେ। ପଦ ଛାଡ଼ୁଥିବା ଓଏନ୍‌ଜିସିର ମୁଖ୍ୟ ଅଳକା ମିତ୍ତଲ, ଯିଏ କି ପଦବୀର ଅତିରିକ୍ତ ଦାୟିତ୍ୱରେ ରହିଆସିଛନ୍ତି , ସେ କମିଟି ସମ୍ମୁଖରେ ଉପସ୍ଥିତ ହେବାକୁ ଚାହଁିନାହାନ୍ତି। ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଉକ୍ତ କମିଟି ଆଉ ଦୁଇ କି ତିନି ମାସ ସମୟ ନେବ। ଅଧିକାଂଶ ବାବୁ ପର୍ଯ୍ୟବେକ୍ଷକ କହନ୍ତି ଯେ, ସେ ପର୍ଯ୍ୟନ୍ତ ଓଏନ୍‌ଜିସି ଜଣେ ଅସ୍ଥାୟୀ ବା ସ୍ବଳ୍ପକାଳୀକ ଚେୟାରପର୍ସନକୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ; ଯାହା ନିଶ୍ଚିତ ଭାବେ ଏକ ରେକର୍ଡ। ଗତବର୍ଷ ମାର୍ଚ୍ଚରେ ମୁଖ୍ୟ ପଦବୀରୁ ଶଶୀ ଶଙ୍କର ସେବାନିବୃତ ହେବା ପରେ ତାହା ଖାଲିପଡ଼ିିଛି। ସେବେଠାରୁ ୧୭ ମାସ ହେଲା ଦେଶର ସବୁଠୁ ଲାଭକାରୀ କମ୍ପାନୀ ଓଏନ୍‌ଜିସି ଜଣେ ପୂର୍ଣ୍ଣକାଳୀକ ବା ସ୍ଥାୟୀ ମୁଖ୍ୟ ପାଇବାକୁ ସକ୍ଷମ ହୋଇନାହିଁ। ଶଶୀ ଶଙ୍କରଙ୍କ ପରେ ଓଏନ୍‌ଜିସି ମ୍ୟାନେଜ୍‌ମେଣ୍ଟର ସୁବାସ କୁମାର ଓ ତାଙ୍କ ପରେ ମିତ୍ତଲଙ୍କ ଦ୍ୱାରା କାମ ଚଳାଇ ଆସିଛି। ତେବେ ସବୁଠୁ ବରିଷ୍ଠ ନିର୍ଦ୍ଦେଶକ ଆର୍‌.କେ. ଶ୍ରୀବାସ୍ତବ (ଏକ୍ସପ୍ଲୋରେଶନ ନିର୍ଦ୍ଦେଶକ) ଅନ୍ତରୀଣ ମୁଖ୍ୟ ହେବାର ବହୁତ ସମ୍ଭାବନା ରହିଛି। କୌତୂହଳର କଥା, ପବ୍ଲିକ ଏଣ୍ଟରପ୍ରାଇଜ୍‌ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି) ମୁଖ୍ୟ ମଲ୍ଲିକା ଶ୍ରୀନିବାସନଙ୍କ ନେତୃତ୍ୱରେ ଗଠିତ ସିଲେକ୍‌ସନ କମିଟିରେ ପେଟ୍ରୋଲିୟମ ସଚିବ ପଙ୍କଜ ଜୈନ ଏବଂ ପୂର୍ବତନ ଇଣ୍ଡିଆନ୍‌ ଅଏଲ୍‌ ଚେୟାରମ୍ୟାନ ବି. ଅଶୋକ ରହିଛନ୍ତି। ଉକ୍ତ କମିଟି ଫେବୃୟାରୀରେ ଗଠନ କରାଯାଇଥିଲେ ମଧ୍ୟ ଚଳିତ ମାସେରେ ଏହା କାମ ଆରମ୍ଭ କଲା। ଏହି ସମୟରେ ଏହା ମଧ୍ୟ ମନେରଖିବା ଦରକାର ଯେ, ଓଏନ୍‌ଜିସି ସହ ଅତି କମ୍‌ରେ ୨୦ଟି ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜେସ୍‌ରେ ପୂର୍ଣ୍ଣକାଳୀକ ମୁଖ୍ୟ ନାହାନ୍ତି।

 

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri