ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ ରହିଛି। ଏଥିରେ ଦର୍ଶାଯାଇଛି ଯେ, ପୂର୍ୱରୁ ଜମା ଋଣ ଉପରେ ସୁଧ କଷାଯିବା ପ୍ରକ୍ରିୟା ହିଁ ଚକ୍ରବୃଦ୍ଧି ସୁଧ। ଅର୍ଥନୀତିଜ୍ଞମାନେ ଏବେ ଏହାକୁ ବିଶ୍ୱର ଅଷ୍ଟାଚାର୍ଯ୍ୟ ବୋଲି କହନ୍ତି । ବ୍ୟାଙ୍କ ଓ ଶେୟାର ବଜାର ଏହାର ମ୍ୟାଜିକ୍‌କୁ ନେଇ ଉତ୍ସାହିତ ହେଉଛନ୍ତି, କିନ୍ତୁ ବହୁ ପୂର୍ୱରୁ ଲୋକେ ଏହାକୁ ଏକ ଜୀବନ ନଷ୍ଟକାରୀ ଶକ୍ତି ଭାବି ଭୟ କରୁଥିଲେ। ଗୋଟିଏ ଛୋଟ ଋଣ ଏକ ଅସହ୍ୟ ବୋଝ ହୋଇପାରୁଥିଲା। ଅନେକ ସଂସ୍କୃତିରେ ଟଙ୍କାର ଏଭଳି ଅଭିବୃଦ୍ଧି କେବଳ ଏକ ଆର୍ଥିକ ବିଷୟ ନୁହେଁ ବରଂ ଏକ ନୈତିକ ପ୍ରତୀକ ବା ସଙ୍କେତ ହୋଇଛି। ଏ ସମ୍ପର୍କିତ ସର୍ୱପ୍ରାଚୀନ ତଥ୍ୟ ମେସୋପଟାମିଆରୁ ମିଳେ। ଖ୍ରୀଷ୍ଟପୂର୍ୱ ୨୦୦୦ରେ ବାର୍ଲି କିମ୍ୱା ରୁପା ଋଣକୁ ଚକ୍ରବୃଦ୍ଧି ସୁଧ ଦ୍ୱାରା କିଭଳି ଦୁଇଗୁଣ କରାଯାଉଥିଲା ତାହା ମାଟି ଖଣ୍ଡ ଉପରେ ଥିବା ଲେଖାରୁ ଜଣାପଡ଼େ। ଏହା ପଛରେ ଥିବା କାରଣ ଅତ୍ୟକ୍ତ ସରଳ। ଯଦି ଋଣ ନେଇଥିବା ବ୍ୟକ୍ତି ବା ଋଣୀ ଠିକ୍‌ ସମୟରେ ପରିଶୋଧ ନ କରି ପାରୁଥିଲେ, ସୁଧ ବଢ଼ିଚାଲୁଥିଲା ଏବଂ ଶେଷରେ ତାଙ୍କୁ କ୍ରୀତଦାସ ହେବାକୁ ପଡ଼ୁଥିଲା। ଚକ୍ରବୃଦ୍ଧି ସୁଧରେ ଧନ ଶସ୍ୟ ଭଳି ବଢ଼ୁଥିଲା, କିନ୍ତୁ ଋଣ ଫାଶରେ ଅନ୍ୟମାନେ ପଡ଼ିଯାଉଥିଲେ।
ଭାରତରେ ସୁଧକୁ ବୃଦ୍ଧି ବୋଲି କୁହାଯାଉଥିଲା, ଅର୍ଥାତ୍‌ ଅଭିବୃଦ୍ଧି। ଯେତେବେଳେ ଏହି ଅଭିବୃଦ୍ଧିକୁ ବଢ଼ିବାର ବ୍ୟବସ୍ଥା କରାଗଲା, ସେତେବେଳେ ଚକ୍ରବୃଦ୍ଧି ଶବ୍ଦ ବ୍ୟବହାର କରାଗଲା। ଗୋଟିଏ ଚକ ଘୂରିଲା ଭଳି ଚକ୍ରାକାର ଭାବେ ଏହା ବୃଦ୍ଧି ପାଏ। ମୌର୍ଯ୍ୟ ଶାସକଙ୍କ ସମୟରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ କିଭଳି ସୁଧ ଆଦାୟ କରାଯାଇପାରିବ ସେ ସମ୍ପର୍କରେ ସ୍ପଷ୍ଟ ସୀମା ନିର୍ଦ୍ଧାରଣ କରାଯାଇଛି, କିନ୍ତୁ ଏହା ମଧ୍ୟ ଚକ୍ରବୃଦ୍ଧି ସୁଧ ପରମ୍ପରାକୁ ସ୍ୱୀକାର କରିଛି। ପରେ ଗଣିତ ଶାସ୍ତ୍ର ଯଥା ବକ୍ଷଶାଲି ପାଣ୍ଡୁଲିପି ଏହାର ପରପର୍ଯ୍ୟାୟର ପ୍ରଗତି ସମ୍ପର୍କରେ ଯାହା ଦର୍ଶାଇଛି ତାହା ଆମ ଆଧୁନିକ ଚକ୍ରବୃଦ୍ଧି ସୁଧ ଗଣନା ଭଳି। ତଥାପି ଗଣିତଠାରୁ ଭାରତ ବହୁ ଆଗକୁ ଆଗେଇ ଯାଇ ଏହି ବିତ୍ତୀୟ ନୀତିକୁ ନୈତିକତା ଓ କର୍ମର ବିଷୟରେ ପରିବର୍ତ୍ତନ କରିଦେଲା।
ଜାତକ କଥା ବୁଦ୍ଧଙ୍କ ପୂର୍ୱଜନ୍ମର କାହାଣୀ କହେ। କର୍ମ କିଭଳି କାମ କରେ ତାହା ଋଣ ଓ ସୁଧକୁ ବ୍ୟବହାର କରି ବୁଝାଯାଇଛି। କାହାଣୀଟିଏ। ଜଣେ ବୋକା ଋଣୀ ଛୋଟ ଋଣ କରି ଭାବିଲେ ଯେ, ଏହାକୁ ପରିଶୋଧ କରିବା ସହଜ। କିନ୍ତୁ ଋଣଦାତା ମୂଳ ଟଙ୍କା ଅଣାୟତ୍ତ ହେବା ଯାଏ ସମୂଳସୁଧ ବା ଚକ୍ରବୃଦ୍ଧି ସୁଧ ଲାଗୁ କରିବା ଯୋଗୁ ଲୋକଟି କ୍ଷତିଗ୍ରସ୍ତ ହେଲା। ତେବେ ଗୋଟିଏ ସତର୍କତାବିହୀନ କାର୍ଯ୍ୟ କିଭଳି ସାରାଜୀବନ ମଣିଷର ସମସ୍ୟା ବଢ଼ାଇଚାଲେ, ତାହା ବୁଦ୍ଧ ଦର୍ଶାଇଛନ୍ତି। ସମ୍ମୋଦମାନ ଜାତକରେ, ବୋଧିସତ୍ତ୍ୱ ଜଣେ ବଣିକଙ୍କୁ କହିଛନ୍ତି ଯେ, ଚକ୍ରବୃଦ୍ଧି ସୁଧ ଜଣେ ଋଣଗ୍ରହୀତାଙ୍କର ଯେଭଳି କ୍ଷତି କରେ ସେହିଭଳି କ୍ଷତିକାରକ ବା ଖରାପ କର୍ମଗୁଡ଼ିକ କର୍ତ୍ତାଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ସଞ୍ଚତ୍ତ ହୋଇ ରହେ। ନିଗ୍ରୋଧମୃଗ ଜାତକରେ ବର୍ଣ୍ଣନା ରହିଛି ଯେ, ବୁଦ୍ଧ ଏକ ମୃଗ ରୂପରେ ଜନ୍ମ ନେଇଛନ୍ତି। ସେ ତାଙ୍କ ସାଥୀମାନଙ୍କୁ କହିଛନ୍ତି, ଗୋଟିଏ ଭୁଲ୍‌ କାମ ଅପରିଶୋଧ ବା ଅଦେୟ ଋଣ ଭଳି ବୃଦ୍ଧି ପାଏ, ଏପରି କି ଦିନକୁ ଦିନ ଏହା ବଢ଼ିଚାଲେ। କୋସିଆ ଜାତକରେ କୁହାଯାଇଛି ଯେ, ଜଣେ ଧନୀ ବଣିକ ଚକ୍ରବୃଦ୍ଧି ସୁଧ ସର୍ତ୍ତରେ ଶସ୍ୟ ଉଧାର ଦିଅନ୍ତି ଓ ଅତ୍ୟନ୍ତ ଦୁଃଖୀ ଋଣଗ୍ରହୀତା ସାରାଜୀବନ ସେଥିରେ ଛନ୍ଦି ହୋଇଯାଆନ୍ତି। ଏଠାରେ ବୁଦ୍ଧ ବିତ୍ତୀୟ ଋଣକୁ ନୈତିକ ଋଣ ସହ ତୁଳନା କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ, ଚକ୍ରବୃଦ୍ଧି ସୁଧ ଭଳି କାମନା ବୃଦ୍ଧି ପାଇଚାଲେ।
ଜୈନମାନେ ଏହି ଧାରଣାକୁ ଆହୁରି ଅଧିକ ପ୍ରଭାବୀ କରିଛନ୍ତି। ଜୈନଧର୍ମ ଗ୍ରନ୍ଥଗୁଡ଼ିକରେ କର୍ମକୁ ଏକ ଜଟିଳ ବିଷୟ ଭାବେ ବର୍ଣ୍ଣନା କରାଯାଇଛି, ଯାହା ଆତ୍ମା ସହ ଦୃଢ଼ ଭାବେ ଜଡ଼ିତ ରହେ। ଆବଶ୍ୟକ କୁର୍ନିରେ ବର୍ଣ୍ଣନା କରାଯାଇଛି ଯେ, କର୍ମ ମଧ୍ୟ ଚକ୍ରବୃଦ୍ଧି ଭଳି ବହୁଗୁଣିତ ହୋଇଥାଏ। ଜଣେ ବଣିକ ଦେଇଥିବା ଶସ୍ୟ ଋଣ ବିଷୟକୁ ଦୃଷ୍ଟାନ୍ତ ଭାବେ ନିଆଯାଉ। ପ୍ରତ୍ୟେକ ମାସରେ ଶସ୍ୟ ନ ଦେଲେ ତାହା ଅଧିକ ପରିମାଣର ହୋଇଯାଏ ଏବଂ ସେହି ଋଣ ଫାଶରୁ ମୁକୁଳିବା ପାଇଁ ଋଣୀଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ। ସେହିଭଳି ପ୍ରତ୍ୟେକଟି ହିଂସାତ୍ମକ କାର୍ଯ୍ୟ କିମ୍ୱା ଲୋଭ ସୂକ୍ଷ୍ମ ତଥା ଭୌତିକ କର୍ମକୁ ଆକର୍ଷିତ କରିଥାଏ ଏବଂ ଏହା ଅଧିକରୁ ଅଧିକ ବଢ଼ି ଏକ ଅସୀମ ବନ୍ଧନ ପାଲଟିଯାଏ। ଧର୍ମଦାସ ଗଣିର ଉପଦେଶମାଳାରେ ଜଣେ ବଣିକଙ୍କ କାହାଣୀ ବର୍ଣ୍ଣନ କରାଯାଇଛି, ଯେଉଁଥିରେ ସେ ଚକ୍ରବୃଦ୍ଧି ସୁଧରେ ଶସ୍ୟ ଉଧାର ଦେଇଛନ୍ତି। ଯେତେବେଳେ ଋଣଗ୍ରହୀତା ତାହା ଦେଇପାରିନାହିଁ, ସେତେବେଳେ ଋଣଦାତା ତାଙ୍କ ପିଲାଙ୍କୁ ଚାକର ରଖିବାକୁ ଦାବି କରିଛି। ଏହି କାହାଣୀ ପାଠକ ତଥା ଶ୍ରୋତାଙ୍କୁ ସ୍ମରଣ କରାଇଦିଏ ଯେ, ସାଂସାରିକ ଋଣ କେବେ ବି ଶେଷ ହୁଏ ନାହିଁ, କିନ୍ତୁ କେବଳ ଆଧ୍ୟାତ୍ମିକ ସଂଯମତା ସଂସାର ଚକ୍ରକୁ ଛିନ୍ନ କରିପାରେ।
ଇହୁଦୀଙ୍କ ପାଇଁ ସୁଧର ଆଉ କିଛି ଅର୍ଥ ରହିଥିଲା। ହିବ୍ରୁ ବାଇବେଲରେ, ଅନ୍ୟମାନଙ୍କଠାରୁ ସୁଧ ଆଦାୟ କରିବା ପାଇଁ ପୁରାତନ ହିବ୍ରୁ ଭାଷାଭାଷୀ ଲୋକଙ୍କୁ ବାରଣ କରାଯାଇଥିଲା। ଏହି ସମୁଦାୟ ମଧ୍ୟରେ ଏହାକୁ ବାରଣ କରାଯାଇଥିଲେ ମଧ୍ୟ ବାହାର ଲୋକଙ୍କ ପାଇଁ ଅନୁମତି ରହିଥିଲା। ପରେ ୟୁରୋପର ଖ୍ରୀଷ୍ଟିଆନ ବହୁଳ ଅଞ୍ଚଳରେ ଚର୍ଚ୍ଚ ମୁଖ୍ୟଙ୍କ ଦ୍ୱାରା କରାଯାଇଥିବା ଆଇନରେ ସୁଧ ଆଦାୟ କରିବାକୁ ମନା କରାଯାଇଛି। କିନ୍ତୁ ରାଜାମାନେ ଏବଂ ଉଚ୍ଚସ୍ତରର ବ୍ୟକ୍ତିମାନଙ୍କ ପାଇଁ ଋଣର ଆବଶ୍ୟକତା ଥିଲା, ଏଣୁ ସେମାନେ ଇହୁଦୀମାନଙ୍କ ସହଯୋଗ ଚାହଁିଲେ, ଯେଉଁମାନଙ୍କୁ ବହୁ ସମୟରେ ସାହୁକାର ହେବାକୁ ବାଧ୍ୟ କରାଯାଇଥିଲା, କାରଣ ସେମାନଙ୍କୁ ଅନ୍ୟସବୁ ବୃତ୍ତିରୁ ବାଦ୍‌ ଦିଆଯାଇଥିଲା। ଏହାଦ୍ୱାରା ଅନେକ ଶତାବ୍ଦୀ ଧରି ଇହୁଦୀମାନେ ଋଣଦାତା ହୋଇରହିଥିଲେ ଏବଂ ସେମାନେ ସୁଧ ପ୍ରକ୍ରିୟା ଉଦ୍ଭାବନ କରିଥିଲେ ବୋଲି ଐତିହାସିକ କାହାଣୀ ବି ସୃଷ୍ଟି କରାଯାଇଥିଲା। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଇହୁଦୀ ଆଇନ କରାଯିବାର ବହୁ ଶତାବ୍ଦୀ ପୂର୍ୱରୁ ଚକ୍ରବୃଦ୍ଧି ସୁଧ ମେସୋପଟାମିଆ, ଗ୍ରୀସ୍‌, ଭାରତ ଭଳି ଦେଶରେ ପ୍ରଚଳିତ ଥିଲା। ଅବଶ୍ୟ, ସୁଧକୁ ପ୍ରୋତ୍ସାହିତ ନ କରି କେବଳ ଏହା ଉପରେ କଟକଣା ଲଗାଇ ଇହୁଦୀ ପରମ୍ପରା ଆରମ୍ଭ କରାଯାଇଥିଲା। କିନ୍ତୁ ଇତିହାସ ଇହୁଦୀଙ୍କୁ ଟଙ୍କାର ସଙ୍କେତ କରିଦେଲା ଏବଂ ସେମାନଙ୍କ ବାଣିଜ୍ୟରେ ଚକ୍ରବୃଦ୍ଧି ସୁଧ ଏକ ପ୍ରତୀକ ପାଲଟିଗଲା।
ସମୟ ଓ ସ୍ଥଳବିଶେଷରେ ଚକ୍ରବୃଦ୍ଧି ସୁଧର ବିଭିନ୍ନ ଅର୍ଥ ରହିଆସିଛି। ଶାସକ ଓ ବଣିକଙ୍କ ପାଇଁ ଏହା ଏକ ଗାଣିତିକ ସାଧନ। ସନ୍ନ୍ୟାସୀ ଓ ଋଷିଙ୍କ ଦୃଷ୍ଟିରେ ଏହା ହେଉଛି ମାନବୀୟ ଦୁର୍ୱଳତାର ଏକ ନୀତିକଥା ଏବଂ ଲୋଭ ଓ ମୂର୍ଖାମିର ଏବ ଛୋଟ କାମ କିଭଳି ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତାହା ଏହା ଦର୍ଶାଏ। ଇହୁଦୀ ଓ ଖ୍ରୀଷ୍ଟିଆନଙ୍କ ପାଇଁ ଏହା ଥିଲା ଏକ ନୈତିକ ଦ୍ୱନ୍ଦ୍ୱ ବା ସମସ୍ୟା; ଏହା ମଧ୍ୟ ଥିଲା ଉଭୟ ଆବଶ୍ୟକତା ଓ ପାପର ଏକ ପରମ୍ପରା। ଏବେ ବ୍ୟଙ୍କରମାନେ ଏହାକୁ ଧନର ଚାବିକାଠି ବୋଲି ମାନୁଛନ୍ତି।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?