ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ ରହିଛି। ଏଥିରେ ଦର୍ଶାଯାଇଛି ଯେ, ପୂର୍ୱରୁ ଜମା ଋଣ ଉପରେ ସୁଧ କଷାଯିବା ପ୍ରକ୍ରିୟା ହିଁ ଚକ୍ରବୃଦ୍ଧି ସୁଧ। ଅର୍ଥନୀତିଜ୍ଞମାନେ ଏବେ ଏହାକୁ ବିଶ୍ୱର ଅଷ୍ଟାଚାର୍ଯ୍ୟ ବୋଲି କହନ୍ତି । ବ୍ୟାଙ୍କ ଓ ଶେୟାର ବଜାର ଏହାର ମ୍ୟାଜିକ୍‌କୁ ନେଇ ଉତ୍ସାହିତ ହେଉଛନ୍ତି, କିନ୍ତୁ ବହୁ ପୂର୍ୱରୁ ଲୋକେ ଏହାକୁ ଏକ ଜୀବନ ନଷ୍ଟକାରୀ ଶକ୍ତି ଭାବି ଭୟ କରୁଥିଲେ। ଗୋଟିଏ ଛୋଟ ଋଣ ଏକ ଅସହ୍ୟ ବୋଝ ହୋଇପାରୁଥିଲା। ଅନେକ ସଂସ୍କୃତିରେ ଟଙ୍କାର ଏଭଳି ଅଭିବୃଦ୍ଧି କେବଳ ଏକ ଆର୍ଥିକ ବିଷୟ ନୁହେଁ ବରଂ ଏକ ନୈତିକ ପ୍ରତୀକ ବା ସଙ୍କେତ ହୋଇଛି। ଏ ସମ୍ପର୍କିତ ସର୍ୱପ୍ରାଚୀନ ତଥ୍ୟ ମେସୋପଟାମିଆରୁ ମିଳେ। ଖ୍ରୀଷ୍ଟପୂର୍ୱ ୨୦୦୦ରେ ବାର୍ଲି କିମ୍ୱା ରୁପା ଋଣକୁ ଚକ୍ରବୃଦ୍ଧି ସୁଧ ଦ୍ୱାରା କିଭଳି ଦୁଇଗୁଣ କରାଯାଉଥିଲା ତାହା ମାଟି ଖଣ୍ଡ ଉପରେ ଥିବା ଲେଖାରୁ ଜଣାପଡ଼େ। ଏହା ପଛରେ ଥିବା କାରଣ ଅତ୍ୟକ୍ତ ସରଳ। ଯଦି ଋଣ ନେଇଥିବା ବ୍ୟକ୍ତି ବା ଋଣୀ ଠିକ୍‌ ସମୟରେ ପରିଶୋଧ ନ କରି ପାରୁଥିଲେ, ସୁଧ ବଢ଼ିଚାଲୁଥିଲା ଏବଂ ଶେଷରେ ତାଙ୍କୁ କ୍ରୀତଦାସ ହେବାକୁ ପଡ଼ୁଥିଲା। ଚକ୍ରବୃଦ୍ଧି ସୁଧରେ ଧନ ଶସ୍ୟ ଭଳି ବଢ଼ୁଥିଲା, କିନ୍ତୁ ଋଣ ଫାଶରେ ଅନ୍ୟମାନେ ପଡ଼ିଯାଉଥିଲେ।
ଭାରତରେ ସୁଧକୁ ବୃଦ୍ଧି ବୋଲି କୁହାଯାଉଥିଲା, ଅର୍ଥାତ୍‌ ଅଭିବୃଦ୍ଧି। ଯେତେବେଳେ ଏହି ଅଭିବୃଦ୍ଧିକୁ ବଢ଼ିବାର ବ୍ୟବସ୍ଥା କରାଗଲା, ସେତେବେଳେ ଚକ୍ରବୃଦ୍ଧି ଶବ୍ଦ ବ୍ୟବହାର କରାଗଲା। ଗୋଟିଏ ଚକ ଘୂରିଲା ଭଳି ଚକ୍ରାକାର ଭାବେ ଏହା ବୃଦ୍ଧି ପାଏ। ମୌର୍ଯ୍ୟ ଶାସକଙ୍କ ସମୟରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ କିଭଳି ସୁଧ ଆଦାୟ କରାଯାଇପାରିବ ସେ ସମ୍ପର୍କରେ ସ୍ପଷ୍ଟ ସୀମା ନିର୍ଦ୍ଧାରଣ କରାଯାଇଛି, କିନ୍ତୁ ଏହା ମଧ୍ୟ ଚକ୍ରବୃଦ୍ଧି ସୁଧ ପରମ୍ପରାକୁ ସ୍ୱୀକାର କରିଛି। ପରେ ଗଣିତ ଶାସ୍ତ୍ର ଯଥା ବକ୍ଷଶାଲି ପାଣ୍ଡୁଲିପି ଏହାର ପରପର୍ଯ୍ୟାୟର ପ୍ରଗତି ସମ୍ପର୍କରେ ଯାହା ଦର୍ଶାଇଛି ତାହା ଆମ ଆଧୁନିକ ଚକ୍ରବୃଦ୍ଧି ସୁଧ ଗଣନା ଭଳି। ତଥାପି ଗଣିତଠାରୁ ଭାରତ ବହୁ ଆଗକୁ ଆଗେଇ ଯାଇ ଏହି ବିତ୍ତୀୟ ନୀତିକୁ ନୈତିକତା ଓ କର୍ମର ବିଷୟରେ ପରିବର୍ତ୍ତନ କରିଦେଲା।
ଜାତକ କଥା ବୁଦ୍ଧଙ୍କ ପୂର୍ୱଜନ୍ମର କାହାଣୀ କହେ। କର୍ମ କିଭଳି କାମ କରେ ତାହା ଋଣ ଓ ସୁଧକୁ ବ୍ୟବହାର କରି ବୁଝାଯାଇଛି। କାହାଣୀଟିଏ। ଜଣେ ବୋକା ଋଣୀ ଛୋଟ ଋଣ କରି ଭାବିଲେ ଯେ, ଏହାକୁ ପରିଶୋଧ କରିବା ସହଜ। କିନ୍ତୁ ଋଣଦାତା ମୂଳ ଟଙ୍କା ଅଣାୟତ୍ତ ହେବା ଯାଏ ସମୂଳସୁଧ ବା ଚକ୍ରବୃଦ୍ଧି ସୁଧ ଲାଗୁ କରିବା ଯୋଗୁ ଲୋକଟି କ୍ଷତିଗ୍ରସ୍ତ ହେଲା। ତେବେ ଗୋଟିଏ ସତର୍କତାବିହୀନ କାର୍ଯ୍ୟ କିଭଳି ସାରାଜୀବନ ମଣିଷର ସମସ୍ୟା ବଢ଼ାଇଚାଲେ, ତାହା ବୁଦ୍ଧ ଦର୍ଶାଇଛନ୍ତି। ସମ୍ମୋଦମାନ ଜାତକରେ, ବୋଧିସତ୍ତ୍ୱ ଜଣେ ବଣିକଙ୍କୁ କହିଛନ୍ତି ଯେ, ଚକ୍ରବୃଦ୍ଧି ସୁଧ ଜଣେ ଋଣଗ୍ରହୀତାଙ୍କର ଯେଭଳି କ୍ଷତି କରେ ସେହିଭଳି କ୍ଷତିକାରକ ବା ଖରାପ କର୍ମଗୁଡ଼ିକ କର୍ତ୍ତାଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ସଞ୍ଚତ୍ତ ହୋଇ ରହେ। ନିଗ୍ରୋଧମୃଗ ଜାତକରେ ବର୍ଣ୍ଣନା ରହିଛି ଯେ, ବୁଦ୍ଧ ଏକ ମୃଗ ରୂପରେ ଜନ୍ମ ନେଇଛନ୍ତି। ସେ ତାଙ୍କ ସାଥୀମାନଙ୍କୁ କହିଛନ୍ତି, ଗୋଟିଏ ଭୁଲ୍‌ କାମ ଅପରିଶୋଧ ବା ଅଦେୟ ଋଣ ଭଳି ବୃଦ୍ଧି ପାଏ, ଏପରି କି ଦିନକୁ ଦିନ ଏହା ବଢ଼ିଚାଲେ। କୋସିଆ ଜାତକରେ କୁହାଯାଇଛି ଯେ, ଜଣେ ଧନୀ ବଣିକ ଚକ୍ରବୃଦ୍ଧି ସୁଧ ସର୍ତ୍ତରେ ଶସ୍ୟ ଉଧାର ଦିଅନ୍ତି ଓ ଅତ୍ୟନ୍ତ ଦୁଃଖୀ ଋଣଗ୍ରହୀତା ସାରାଜୀବନ ସେଥିରେ ଛନ୍ଦି ହୋଇଯାଆନ୍ତି। ଏଠାରେ ବୁଦ୍ଧ ବିତ୍ତୀୟ ଋଣକୁ ନୈତିକ ଋଣ ସହ ତୁଳନା କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ, ଚକ୍ରବୃଦ୍ଧି ସୁଧ ଭଳି କାମନା ବୃଦ୍ଧି ପାଇଚାଲେ।
ଜୈନମାନେ ଏହି ଧାରଣାକୁ ଆହୁରି ଅଧିକ ପ୍ରଭାବୀ କରିଛନ୍ତି। ଜୈନଧର୍ମ ଗ୍ରନ୍ଥଗୁଡ଼ିକରେ କର୍ମକୁ ଏକ ଜଟିଳ ବିଷୟ ଭାବେ ବର୍ଣ୍ଣନା କରାଯାଇଛି, ଯାହା ଆତ୍ମା ସହ ଦୃଢ଼ ଭାବେ ଜଡ଼ିତ ରହେ। ଆବଶ୍ୟକ କୁର୍ନିରେ ବର୍ଣ୍ଣନା କରାଯାଇଛି ଯେ, କର୍ମ ମଧ୍ୟ ଚକ୍ରବୃଦ୍ଧି ଭଳି ବହୁଗୁଣିତ ହୋଇଥାଏ। ଜଣେ ବଣିକ ଦେଇଥିବା ଶସ୍ୟ ଋଣ ବିଷୟକୁ ଦୃଷ୍ଟାନ୍ତ ଭାବେ ନିଆଯାଉ। ପ୍ରତ୍ୟେକ ମାସରେ ଶସ୍ୟ ନ ଦେଲେ ତାହା ଅଧିକ ପରିମାଣର ହୋଇଯାଏ ଏବଂ ସେହି ଋଣ ଫାଶରୁ ମୁକୁଳିବା ପାଇଁ ଋଣୀଙ୍କ ପାଖରେ ଆଉ କୌଣସି ବାଟ ନ ଥାଏ। ସେହିଭଳି ପ୍ରତ୍ୟେକଟି ହିଂସାତ୍ମକ କାର୍ଯ୍ୟ କିମ୍ୱା ଲୋଭ ସୂକ୍ଷ୍ମ ତଥା ଭୌତିକ କର୍ମକୁ ଆକର୍ଷିତ କରିଥାଏ ଏବଂ ଏହା ଅଧିକରୁ ଅଧିକ ବଢ଼ି ଏକ ଅସୀମ ବନ୍ଧନ ପାଲଟିଯାଏ। ଧର୍ମଦାସ ଗଣିର ଉପଦେଶମାଳାରେ ଜଣେ ବଣିକଙ୍କ କାହାଣୀ ବର୍ଣ୍ଣନ କରାଯାଇଛି, ଯେଉଁଥିରେ ସେ ଚକ୍ରବୃଦ୍ଧି ସୁଧରେ ଶସ୍ୟ ଉଧାର ଦେଇଛନ୍ତି। ଯେତେବେଳେ ଋଣଗ୍ରହୀତା ତାହା ଦେଇପାରିନାହିଁ, ସେତେବେଳେ ଋଣଦାତା ତାଙ୍କ ପିଲାଙ୍କୁ ଚାକର ରଖିବାକୁ ଦାବି କରିଛି। ଏହି କାହାଣୀ ପାଠକ ତଥା ଶ୍ରୋତାଙ୍କୁ ସ୍ମରଣ କରାଇଦିଏ ଯେ, ସାଂସାରିକ ଋଣ କେବେ ବି ଶେଷ ହୁଏ ନାହିଁ, କିନ୍ତୁ କେବଳ ଆଧ୍ୟାତ୍ମିକ ସଂଯମତା ସଂସାର ଚକ୍ରକୁ ଛିନ୍ନ କରିପାରେ।
ଇହୁଦୀଙ୍କ ପାଇଁ ସୁଧର ଆଉ କିଛି ଅର୍ଥ ରହିଥିଲା। ହିବ୍ରୁ ବାଇବେଲରେ, ଅନ୍ୟମାନଙ୍କଠାରୁ ସୁଧ ଆଦାୟ କରିବା ପାଇଁ ପୁରାତନ ହିବ୍ରୁ ଭାଷାଭାଷୀ ଲୋକଙ୍କୁ ବାରଣ କରାଯାଇଥିଲା। ଏହି ସମୁଦାୟ ମଧ୍ୟରେ ଏହାକୁ ବାରଣ କରାଯାଇଥିଲେ ମଧ୍ୟ ବାହାର ଲୋକଙ୍କ ପାଇଁ ଅନୁମତି ରହିଥିଲା। ପରେ ୟୁରୋପର ଖ୍ରୀଷ୍ଟିଆନ ବହୁଳ ଅଞ୍ଚଳରେ ଚର୍ଚ୍ଚ ମୁଖ୍ୟଙ୍କ ଦ୍ୱାରା କରାଯାଇଥିବା ଆଇନରେ ସୁଧ ଆଦାୟ କରିବାକୁ ମନା କରାଯାଇଛି। କିନ୍ତୁ ରାଜାମାନେ ଏବଂ ଉଚ୍ଚସ୍ତରର ବ୍ୟକ୍ତିମାନଙ୍କ ପାଇଁ ଋଣର ଆବଶ୍ୟକତା ଥିଲା, ଏଣୁ ସେମାନେ ଇହୁଦୀମାନଙ୍କ ସହଯୋଗ ଚାହଁିଲେ, ଯେଉଁମାନଙ୍କୁ ବହୁ ସମୟରେ ସାହୁକାର ହେବାକୁ ବାଧ୍ୟ କରାଯାଇଥିଲା, କାରଣ ସେମାନଙ୍କୁ ଅନ୍ୟସବୁ ବୃତ୍ତିରୁ ବାଦ୍‌ ଦିଆଯାଇଥିଲା। ଏହାଦ୍ୱାରା ଅନେକ ଶତାବ୍ଦୀ ଧରି ଇହୁଦୀମାନେ ଋଣଦାତା ହୋଇରହିଥିଲେ ଏବଂ ସେମାନେ ସୁଧ ପ୍ରକ୍ରିୟା ଉଦ୍ଭାବନ କରିଥିଲେ ବୋଲି ଐତିହାସିକ କାହାଣୀ ବି ସୃଷ୍ଟି କରାଯାଇଥିଲା। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଇହୁଦୀ ଆଇନ କରାଯିବାର ବହୁ ଶତାବ୍ଦୀ ପୂର୍ୱରୁ ଚକ୍ରବୃଦ୍ଧି ସୁଧ ମେସୋପଟାମିଆ, ଗ୍ରୀସ୍‌, ଭାରତ ଭଳି ଦେଶରେ ପ୍ରଚଳିତ ଥିଲା। ଅବଶ୍ୟ, ସୁଧକୁ ପ୍ରୋତ୍ସାହିତ ନ କରି କେବଳ ଏହା ଉପରେ କଟକଣା ଲଗାଇ ଇହୁଦୀ ପରମ୍ପରା ଆରମ୍ଭ କରାଯାଇଥିଲା। କିନ୍ତୁ ଇତିହାସ ଇହୁଦୀଙ୍କୁ ଟଙ୍କାର ସଙ୍କେତ କରିଦେଲା ଏବଂ ସେମାନଙ୍କ ବାଣିଜ୍ୟରେ ଚକ୍ରବୃଦ୍ଧି ସୁଧ ଏକ ପ୍ରତୀକ ପାଲଟିଗଲା।
ସମୟ ଓ ସ୍ଥଳବିଶେଷରେ ଚକ୍ରବୃଦ୍ଧି ସୁଧର ବିଭିନ୍ନ ଅର୍ଥ ରହିଆସିଛି। ଶାସକ ଓ ବଣିକଙ୍କ ପାଇଁ ଏହା ଏକ ଗାଣିତିକ ସାଧନ। ସନ୍ନ୍ୟାସୀ ଓ ଋଷିଙ୍କ ଦୃଷ୍ଟିରେ ଏହା ହେଉଛି ମାନବୀୟ ଦୁର୍ୱଳତାର ଏକ ନୀତିକଥା ଏବଂ ଲୋଭ ଓ ମୂର୍ଖାମିର ଏବ ଛୋଟ କାମ କିଭଳି ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତାହା ଏହା ଦର୍ଶାଏ। ଇହୁଦୀ ଓ ଖ୍ରୀଷ୍ଟିଆନଙ୍କ ପାଇଁ ଏହା ଥିଲା ଏକ ନୈତିକ ଦ୍ୱନ୍ଦ୍ୱ ବା ସମସ୍ୟା; ଏହା ମଧ୍ୟ ଥିଲା ଉଭୟ ଆବଶ୍ୟକତା ଓ ପାପର ଏକ ପରମ୍ପରା। ଏବେ ବ୍ୟଙ୍କରମାନେ ଏହାକୁ ଧନର ଚାବିକାଠି ବୋଲି ମାନୁଛନ୍ତି।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri