ସମ୍ପୂର୍ଣ୍ଣ ବିଫଳ

ପ୍ରଧାନମନ୍ତ୍ରୀଙ୍କୁ ଜଣେ ପ୍ରଭାବଶାଳୀ ରାଜନୈତିକ ନେତା ଭାବେ ଗଣାଯାଉଛି। ଏହା ପଛରେ ପର୍ଯ୍ୟାପ୍ତ କାରଣ ନ ଥିଲେ ବି ତାଙ୍କୁ ଏଭଳି ବିବେଚନା କରାଯାଉଛି। ଅନ୍ୟପକ୍ଷରେ ଯୋଜନା କିମ୍ବା ଶାସନ ଦୃଷ୍ଟିକୋଣରୁ ତାଙ୍କ ଦ୍ୱିତୀୟ ପାଳିରେ ବହୁ ଝଟ୍‌କା ଓ ସମ୍ପୂର୍ଣ୍ଣ ବିଫଳତାର ଦାଗ ଥିଲେ ମଧ୍ୟ ତାହା ଉପରେ ଧ୍ୟାନ ଦିଆଯାଉନାହିଁ। ଅର୍ଥ ବ୍ୟବସ୍ଥାରେ ୨୦୧୯ରେ ଜିଡିପି ଅଭିବୃଦ୍ଧି ୩.୭% ଥିଲା ଓ ତା’ପୂର୍ବରୁ ହିଁ ଏହା ହ୍ରାସ ପାଇବା ଆରମ୍ଭ ହୋଇଥିଲା। ୨୦୨୦ରେ କୋଭିଡ୍‌ ମହାମାରୀ ଓ ଲକ୍‌ଡାଉନ ଯୋଗୁ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତର ଅଭିବୃଦ୍ଧି ନକାରାମତ୍କ ସ୍ଥିତିକୁ ଆସିଯାଇଥିଲା। ଏବେ ଅଭିବୃଦ୍ଧି ୪%କୁ ଫେରିଛି ଓ ସ୍ବାଭାବିକ ଜଣାପଡ଼ୁଛି। ବେରୋଜଗାରକୁ ଦେଖାଯାଉ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେରୁ ଜଣାପଡ଼େ ଯେ, ବେରୋଜଗାର ୨ଗୁଣ ବୃଦ୍ଧି ପାଇ ୬%ରେ ପହଞ୍ଚିଥିଲା ଏବଂ ସେବେଠାରୁ ତାହା ସେହିଭଳି ରହିଆସିଛି। ଅନ୍ୟ ଏକ ସରକାରୀ ସର୍ଭେ ଅନୁଯାୟୀ ଗତ ତ୍ରୈମାସିକରେ ଏହା ୭%ରୁ ଅଧିକ ଥିଲା। ସର୍ଭେ ମଧ୍ୟ ପ୍ରକାଶ କରିଥିଲା ଯେ, କଲେଜ ଡିଗ୍ରୀଧାରୀ ୩୦ ବର୍ଷ ବୟସରୁ କମ୍‌ ୨୯% ଯୁବକ ବୋରାଜଗାର। ୨୦୨୧ ଫେବୃୟାରୀରେ କୋଭିଡ୍‌ ମହାମାରୀକୁ ଆୟତ୍ତ କରିବାରେ ମୋଦିଙ୍କୁ ଧନ୍ୟବାଦ ଦେଇ ଭାଜପା ଏକ ପ୍ରସ୍ତାବ ପାସ୍‌ କରିଥିଲା। କିନ୍ତୁ ଏହାର କିଛି ସପ୍ତାହ ପରେ ଦ୍ୱିତୀୟ ଲହରରେ ଭାରତ ବିଶ୍ୱରେ ସବୁଠୁ ବେଶି ପ୍ରଭାବିତ ହେଲା ଏବଂ ଚିକିତ୍ସା କିମ୍ବା ଅମ୍ଳଜାନ ଅଭାବରୁ ପୀଡ଼ିତମାନଙ୍କ ମୃତ୍ୟୁର ଦୁଃଖଦ ଛବି ପ୍ରକାଶ ପାଇଲା। ତେବେ ଏପ୍ରିଲ ୨୫ରୁ ମୋଦି କେଉର୍ଁଥିପାଇଁ ୨୦ ଦିନ ଅନ୍ତର୍ଦ୍ଧାନ ହୋଇଗଲେ ଓ ସାମ୍‌ନାକୁ ଆସିଲେ ନାହିଁ ତାହା ଏବେ ସୁଦ୍ଧା ଜଣାପଡ଼ୁନାହିଁ। ଏହି ସମୟରେ ସେହି ପ୍ରସ୍ତାବକୁ ଭାଜପା ଓ୍ବେବସାଇଟ୍‌ରୁ ହଟାଇ ଦିଆଯାଇଥିଲା। ୨୦୨୦ରେ ସରକାରଙ୍କୁ ଜାତୀୟ ସୁରକ୍ଷା ସିଦ୍ଧାନ୍ତକୁ ଶେଷ କରିବାକୁ ପଡ଼ିଥିଲା। ସରକାର କଶ୍ମୀର ଓ ପାକିସ୍ତାନ ସୀମାରେ ସନ୍ତ୍ରାସବାଦ ବିରୋଧୀ ଅଭିଯାନ ଉପରୁ ଧ୍ୟାନ ହଟାଇ ତାହାକୁ ଲଦାଖ ଓ ଚାଇନା ସୀମାକୁ ନେଇ ଆସିଲେ। ଏହା କରିବା ଠିକ୍‌ କିମ୍ବା ଭୁଲ୍‌ ଥିଲା ତାହା ଏଯାବତ୍‌ ପାର୍ଲାମେଣ୍ଟକୁ କୁହାଯାଇନାହିଁ। ଲଦାଖରେ ଭାରତୀୟ ସେନା କେତେଦିନ ପାଟ୍ରୋଲିଂ କରିବେ ତାହା ମଧ୍ୟ ଅବଗତ କରାଯାଇନାହିଁ। ୩ ବର୍ଷ ହେଲା ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କି ସଂସଦରେ ଏହା ଉପରେ କିଛି ଆଲୋଚନା ହୋଇନାହିଁ। ଏପରିକି ଜଣେ ଭାଜପା ସାଂସଦ ପ୍ରଶ୍ନ କରିଥିଲେ ବି ତାହାକୁ ଜାତୀୟ ସୁରକ୍ଷାର ଆଳ ଦେଖାଇ ଅନୁମତି ଦିଆଗଲା ନାହିଁ। ଏହାବାଦ୍‌ ସିଭିଲ୍‌ ସୋସାଇଟି ଝଟ୍‌କା ଜାତୀୟ ନାଗରିକତ୍ୱ ପଞ୍ଜୀକରଣ (ଏନ୍‌ଆର୍‌ସି) ଯୋଜନାକୁ ବିଗାଡ଼ିଦେଲା। ଆସାମ ପରେ ଏହାକୁ ପର୍ଯ୍ୟାୟକ୍ରମେ ଦେଶର ସବୁଆଡେ ଲାଗୁ କରାଯିବାର ଯୋଜନା ଥିଲା। ନା ତାହା ଆସାମରେ ହୋଇପାରିଲା ନା ଅନ୍ୟ ରାଜ୍ୟରେ। ଆସାମରେ ଏନ୍‌ଆର୍‌ସି ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶିତ ତାଲିକାରୁ ୧୯ ଲକ୍ଷ ନାମ ବାଦ୍‌ ଦେଲା। ତେବେ ରାଜ୍ୟରେ ଭାଜପା ସରକାର ଅନିଚ୍ଛୁକ ଥିବାରୁ ଏହା ଲାଗୁ ହେବ କି ନାହିଁ ତାହା ସ୍ପଷ୍ଟ ହେଉନାହିଁ। ଏହାବ୍ୟତୀତ ଡିସେମ୍ବର ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାସ୍‌ କରାଗଲା। କିନ୍ତୁ ମୁସଲମାନ ମହିଳାମାନଙ୍କ ପକ୍ଷରୁ ତୀବ୍ର ପ୍ରତିରୋଧ ଯୋଗୁ ୩ ବର୍ଷ ୩ ମାସ ପରେ ତାହା ଲାଗୁ କରାଯାଇପାରିନାହିଁ।
ମହାମାରୀ ସମୟରେ ବିନା ଆଲୋଚନାରେ ଏକ ଅଧ୍ୟାଦେଶ ବଳରେ କୃଷି ଆଇନ ପାସ୍‌ କରାଯାଇ ତାହାକୁ ଏକ ବଡ଼ ସୁଧାର ବୋଲି ପ୍ରଚାର କରାଗଲା। କୃଷକମାନେ ଏଥିରେ ଏକମତ ନ ହୋଇ ଆନ୍ଦୋଳନ କଲେ। ଏପରି କି କୃଷକ ସଂଘଗୁଡ଼ିକ ସଂଗଠିତ ହୋଇ ଅନେକ ହଜାର କୃଷକ ଦିଲ୍ଲୀରେ ପହଞ୍ଚି ରାସ୍ତା ଉପରେ ବର୍ଷେ ରହିଲେ ଏବଂ ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର କରିବା ସହ କ୍ଷମା ମାଗିବା ପରେ ୨୦୨୧ ନଭେମ୍ବରରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ତା’ ପରଠାରୁ ଆଉ କୃଷକଙ୍କ ଆୟ ଦୁଇଗୁଣ ବୃଦ୍ଧି କଥା ଉଠୁନାହିଁ। ସିଏଏ ଲାଗୁ କରିବାରେ ବିଫଳତା ଏବଂ କୃଷି ଆଇନ କ୍ଷେତ୍ରରେ ପଛଘୁଞ୍ଚା ପରେ ସରକାର ‘ସୁଧାର’ କଥା ଛାଡ଼ିଦେଲେ। ସରକାର ମଧ୍ୟ ଜନଗଣନା ବନ୍ଦ କରିଦେଇଛନ୍ତି। ଭାଜପା ଶାସିତ ରାଜ୍ୟ ସରକାରଗୁଡ଼ିକ ଆନ୍ତଃ ଧର୍ମ ବିବାହ ଏବଂ ଗୋମାଂସ ରଖିବା ଉପରେ ଆଇନ ଆଣି ଲଗାତର ଭାବେ ସଂଖ୍ୟାଲଘୁଙ୍କୁ ଅତ୍ୟାଚାର କରୁଛନ୍ତି। ଫେବୃୟାରୀ ୨୦୨୨ରେ କର୍ନାଟକ ସରକାର ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଓ ସେହି ରାଜ୍ୟରେ ବି ଚର୍ଚ୍ଚଗୁଡ଼ିକ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିଲା। କଶ୍ମୀରର ରାଜ୍ୟପାହ୍ୟା ହଟାଇ ତାହାକୁ ଭାଗ କରାଗଲା ପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ କିଛି ଯୋଜନା ଥିବା ଭଳି ମନେହେଉନାହିଁ। କେବେ ସେଠାରେ ନିର୍ବାଚନ ହେବା ତାହା ଜଣାନାହିଁ।
ଶେଷରେ ଦୁର୍ନୀତି କଥା ବିଚାର କରାଯାଉ। ଆଦାନୀ ବ୍ୟାପାରକୁ ନେଇ ଜାନୁୟାରୀ ଶେଷଭାଗରୁ ଭାଜପା ପଛଘୁଞ୍ଚା ଦେଇଚାଲିଛି। ଦଳର ନୀରବତା ଓ ଏହାର ନିଷ୍ପତ୍ତି କେବଳ ବିଲିୟନେୟାରଙ୍କୁ ଖୋଲାଖୋଲି ଭାବେ ସୁରକ୍ଷା ଦେଉଛି। ପାର୍ଲାମେଣ୍ଟରେ ଏହା ଉପରେ କହିବାକୁ ମନା କରିବା ଏବଂ ଏହି ଘଟଣାକୁ ଲୋକଲୋଚନରୁ ଦୂରେଇନେବାର ପ୍ରୟାସରୁ ସୂଚନା ମିଳୁଛି ଯେ, ଭାଜପା ସମସ୍ୟାରେ ଅଛି। ସମ୍ଭବତଃ ଏହି ଘଟଣା ଆପେ ଆପେ ଚାଲିଯାଉ ବୋଲି ପ୍ରଧାନମନ୍ତ୍ରୀ ଚାହଁୁଛନ୍ତି। ଦୁର୍ଭାଗ୍ୟବଶତଃ, ପ୍ରାୟ ନିୟମିତ ପ୍ରକାଶ ପାଉଥିବା ଖବରଗୁଡ଼ିକ ଦୁର୍ନୀତିକୁ ନିଶ୍ଚିତ କରିବାରେ ଲାଗିଛି। ରାଜନୈତିକ ଦୃଷ୍ଟିକୋଣରୁ ବିଚାର କଲେ ଭାଜପା ମଧ୍ୟପ୍ରଦେଶ, କର୍ନାଟକ ଏବଂ ମହାରାଷ୍ଟ୍ରରେ ଭାଜପା କ୍ଷମତା ଦଖଲ କରିବାରେ ସକ୍ଷମ ହେଲା ଏବଂ ନିକଟରେ ଉତ୍ତର ପୂର୍ବାଞ୍ଚଳରେ ମଧ୍ୟ ଏହା ଭଲ କଲା। କିନ୍ତୁ ଏହା ବିହାର ଓ ପଶ୍ଚିମବଙ୍ଗରେ ପରାଜିତ ହୋଇଥିଲା। ମୋଦିଙ୍କ ଦ୍ୱିତୀୟ ପାଳିର ସାମଗ୍ରିକ ରେକର୍ଡ ଭାବମର୍ତ୍ତିି ଓ ବାସ୍ତବତା ମଧ୍ୟରେ ଏକ ବିରୋଧାଭାସକୁ ପ୍ରତିପାଦିତ କରେ। ବିଶେଷକରି ମିଡିଆ ଓ ସୋସିଆଲ ମିଡିଆରେ କ୍ଷମତାର ଶୀର୍ଷରେ ଥିବା ଜଣେ ବ୍ୟକ୍ତିଙ୍କର ଭାବମୂର୍ତ୍ତିକୁ ଲଗାତର ପ୍ରଚାର କରାଯାଉଛି। କିନ୍ତୁ ଶାସନର ବାସ୍ତବତା କିଛି ଭିନ୍ନ। ଏହା ଯୋଜନା ଲାଗୁ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ଏବଂ ଭବିଷ୍ୟତରେ କ’ଣ କରିବ ସେସମ୍ପର୍କରେ ସୁନିଶ୍ଚିତ ନୁହେଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri