ଆଇଡିଏଚ୍‌ରେ ଅବ୍ୟବସ୍ଥା ଅଭିଯୋଗ

ପୁରୀ ଅଫିସ,୩।୫: ପୁରୀ ଜିଲାରେ ଶନିବାର ୩୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ ସହରରୁ ୧୩୩ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ପୁରୀ ସଦରରୁ ୪୯, ଅସ୍ତରଙ୍ଗରୁ ୧୨, ବ୍ରହ୍ମଗିରିରୁ ୨୭, ଡେଲାଙ୍ଗରୁ ୧୫, ଗୋପରୁ ୧୭, କାକଟପୁରରୁ ୧୧, କୋଣାର୍କ ଏନଏସିରୁ ୩, କଣାସରୁ ୧୧, କୃଷ୍ଣପ୍ରସାଦରୁ ୧୨, ନିମାପଡ଼ାରୁ ୧୧ ଓ ନିମାପଡ଼ା ଏନଏସିରୁ ୪ ଜଣ ସଂକ୍ରମିଚ ଚିହ୍ନଟ ହୋଇଛନ୍ତି। ପିପିଲି ବ୍ଲକରୁ ୨୩, ପିପିଲି ଏନ୍‌ଏସିରୁ ୭, ସତ୍ୟବାଦୀରୁ ୧୭, ଅନ୍ୟ ଜିଲାରୁ ୩ ଓ ରାଜ୍ୟ ବାହାରୁ ଜଣେ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଇଡିଏଚ୍‌ରେ ସ୍ଥିତି ଭୁଶୁଡୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁରୀ ସହରର ବିମ୍ବାଧର ଦାଶଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସେ ସ୍ତ୍ରୀଙ୍କୁ ନେଇ ଆଇଡିଏଚ୍‌ ଯାଇଥିଲେ। ସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ତାଙ୍କ ଶରୀର ନିସ୍ତେଜ ହୋଇପଡ଼ିଥିଲା। ତେବେ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଇଡିଏଚ୍‌ ଶଯ୍ୟାରେ ପଡ଼ିରହିଥିଲେ ମଧ୍ୟ କେହି ଡାକ୍ତର ଆସି ନ ଥିଲେ। ପରେ ସେ ବାଧ୍ୟ ହୋଇ ସ୍ତ୍ରୀଙ୍କୁ ଘରୋଇ ହସ୍ପିଟାଲକୁ ନେଇଥିଲେ। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଆଇଡିଏଚ୍‌ କୋଭିଡ୍‌ ଇନଚାର୍ଜ ସୁଶାନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡାକ୍ତରମାନେ ସକାଳ ସମୟରେ ଡ୍ୟୁଟିରେ ଥିଲେ। ରୋଗୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳେ ଡାକ୍ତରମାନେ ଭେଟୁଛନ୍ତି। ତେବେ ଆଇଡିଏଚ୍‌ରେ ଏବେ ୩୦ଟି ଶଯ୍ୟା ବଢ଼ିଥିଲେ ମଧ୍ୟ ଡାକ୍ତରଙ୍କ ସଂଖ୍ୟା ବଢ଼ି ନ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ଏବେ ପ୍ରାୟ ୧୩ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ଥିବା ସୂଚନା ମିଳିଛି। ସେହିଭଳି ହୃତପିଣ୍ଡ ଓ ଫୁସଫୁସରେ ସମସ୍ୟା ଦେଖାଦେବାରୁ ଆନେକ ରୋଗୀ ରେଫର ହୋଇ ଭୁବନେଶ୍ୱର ଓ କଟକ ଯାଉଛନ୍ତି। ଏ ନେଇ ଜିଲାର ମୁଖ୍ୟ କୋଭିଡ୍‌ ଡାକ୍ତରଖାନାରେ ବ୍ୟବସ୍ଥାକୁ ନେଇ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ଗଣସ୍ବାସ୍ଥ୍ୟ) ଗିରିଜା ଶଙ୍କର ରଥ କହିଛନ୍ତି, ଛାତି ରୋଗ ବିଶେଷଜ୍ଞ ଭାବେ ଜଣେ ଡାକ୍ତର ଆଇଡିଏଚ୍‌ରେ ଥିବାବେଳେ କାର୍ଡିଓଲୋଜିଷ୍ଟ ସ୍ପେଶାଲିଷ୍ଟଙ୍କୁ ଦାୟିତ୍ୱରେ ରଖାଯାଇନାହିଁ। ଅନ୍ୟପକ୍ଷରେ ଆଇନଜୀବୀ ବିଭୂତି ଭୂଷଣ ତ୍ରିପାଠୀ କହିଛନ୍ତି, ସଂକ୍ରମଣ ବ୍ୟାପିବା ପରେ ପୁରୀ ସହରରେ ଅନେକ ରୋଗୀଙ୍କ କ୍ଷେତ୍ରରେ କାର୍ଡିଓ ସମସ୍ୟା ଦେଖିବାକୁ ମିଳିଛି। ଏଣୁ ପୁରୀରେ ଏହି ବିଭାଗର ଜଣେ ସ୍ପେଶାଲିଷ୍ଟ ରହିବା ଆବଶ୍ୟକ। ତେବେ ରବିବାର ପୁରୀରେ କୋଭିଡ୍‌ରେ ମୃତ୍ୟୁ ଘଟିଥିବା ୩ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏମାନଙ୍କ ମଧ୍ୟରେ ୩୦ ତାରିଖରେ ପ୍ରାଣ ହରାଇଥିବା ମାଟିମଣ୍ଡପ ସାହିର ୨୯ ବର୍ଷୀୟ ଯୁବକ, ରବିବାର ଜଣେ ରିଜର୍ଭ ପୋଲିସ କର୍ମଚାରୀ ଓ ପୁରୀ ସଦରର ଜଣେ ମହିଳା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri