ବିଶ଼୍ବକପ୍‌ ଜିତିଲେ କ୍ରିକେଟ୍‌ ଟିମ୍‌କୁ ମିଳେ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍‌ ଜିତି ଇତିହାସ ରଚିଛି । ଟିମ୍‌ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ୨୦୧୩ ମସିହାରେ ଭାରତୀୟ ଟିମ୍‌ ଶେଷଥର ପାଇଁ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା । ତେବେ ଭାରତୀୟ ଟିମ୍‌ର ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଟିମ୍‌ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୋଟ ୪୨ ଜଣଙ୍କ ମଧ୍ୟରେ ଏହି ଟଙ୍କା ବଣ୍ଟନ କରାଯିବ ।

ତେବେ ୨୦୧୩ରେ ଟିମ୍‌ ଇଣ୍ଡିଆ ଜିତିଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ପ୍ରତି ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲା । ଏଥିସହିତ ସପୋର୍ଟ ଷ୍ଟାଫ୍‌ଙ୍କୁ ୩୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା ।

୨୦୧୧ ଅନ୍ତର୍ଜାତୀୟ ଦିନିକିଆ ବିଶ଼୍ବକପ୍‌ ଟ୍ରଫି ଇଣ୍ଡିଆ ହାତେଇଥିଲା । ବିସିସିଆଇ ଏଥିପାଇଁ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିବା ବେଳେ ଏଥିରେ ପୁନର୍ବାର ପରିବର୍ତ୍ତନ କରାଯାଇ ଏହି ରାଶି ୨ କୋଟିକୁ ବୃଦ୍ଧି କରାଯାଇଥିଲା । ସପୋର୍ଟ ଷ୍ଟାଫ୍‌ଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଚୟନ କର୍ତ୍ତାକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?