ବିଶ଼୍ବକପ୍‌ ଜିତିଲେ କ୍ରିକେଟ୍‌ ଟିମ୍‌କୁ ମିଳେ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍‌ ଜିତି ଇତିହାସ ରଚିଛି । ଟିମ୍‌ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ୨୦୧୩ ମସିହାରେ ଭାରତୀୟ ଟିମ୍‌ ଶେଷଥର ପାଇଁ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା । ତେବେ ଭାରତୀୟ ଟିମ୍‌ର ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଟିମ୍‌ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୋଟ ୪୨ ଜଣଙ୍କ ମଧ୍ୟରେ ଏହି ଟଙ୍କା ବଣ୍ଟନ କରାଯିବ ।

ତେବେ ୨୦୧୩ରେ ଟିମ୍‌ ଇଣ୍ଡିଆ ଜିତିଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ପ୍ରତି ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲା । ଏଥିସହିତ ସପୋର୍ଟ ଷ୍ଟାଫ୍‌ଙ୍କୁ ୩୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା ।

୨୦୧୧ ଅନ୍ତର୍ଜାତୀୟ ଦିନିକିଆ ବିଶ଼୍ବକପ୍‌ ଟ୍ରଫି ଇଣ୍ଡିଆ ହାତେଇଥିଲା । ବିସିସିଆଇ ଏଥିପାଇଁ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିବା ବେଳେ ଏଥିରେ ପୁନର୍ବାର ପରିବର୍ତ୍ତନ କରାଯାଇ ଏହି ରାଶି ୨ କୋଟିକୁ ବୃଦ୍ଧି କରାଯାଇଥିଲା । ସପୋର୍ଟ ଷ୍ଟାଫ୍‌ଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଚୟନ କର୍ତ୍ତାକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ବର୍ଷା ହେବାରୁ ବରଗଛ ମୂଳେ ନେଇଥିଲେ ଆଶ୍ରୟ, ଖୁବ୍‌ ଜୋର୍‌ରେ ବଜ୍ରପାତ ହେବାରୁ…

ପାଇକମାଳ,୧୫ା୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri