ବିଦେଶକୁ ଚାଲିଯାଉଛି କଞ୍ଚାମାଲ: ମୁହଁ ଫେରାଇଲେଣି ୯ ଷ୍ଟିଲ୍‌ କମ୍ପାନୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପର ଉନ୍ନତି ଏବଂ ଏ କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି। ନୂତନ ଶିଳ୍ପ ନୀତିରୁ ଆରମ୍ଭକରି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରିଛନ୍ତି। ରାଜ୍ୟରେ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରିକୁ ଫୋକସରେ ରଖି ରାଜ୍ୟ ସରକାର ‘ଭିଜନ-୨୦୩୦’ର ଲକ୍ଷ୍ୟ ରଖିଛନ୍ତି। ଆଲୁମିନିୟମ୍‌, ଷ୍ଟିଲ୍‌, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଭଳି ସେକ୍ଟରରେ ଅଧିକରୁ ଅଧିକ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରି ରାଜ୍ୟ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କହୁଛନ୍ତି। ହେଲେ ବାସ୍ତବ ଚିତ୍ର ଭିନ୍ନ। ରାଜ୍ୟରେ ଯେତିକି ପୁଞ୍ଜିନିବେଶ ହେଉଛି,ସେତିକି ପ୍ରତ୍ୟାହାର ମଧ୍ୟ ହେଉଛି। ଅର୍ଥାତ୍‌ ଗୋଟିଏପଟେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରୁଥିବାବେଳେ ଏପଟେ ଗୋଟିଏ ପରେ ଗୋଟିଏ ବୃହତ୍‌ ଶିଳ୍ପ ଓଡ଼ିଶାରୁ ନିଜର ଉତ୍ପାଦନ କାର୍ଯ୍ୟ ବନ୍ଦ କରୁଛନ୍ତି। ମିଳିଥିବା

ସୂଚନା ଅନୁଯାୟୀ, ଗତ ୫ବର୍ଷ ମଧ୍ୟରେ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବୃହତ୍‌ ଶିଳ୍ପ ମଧ୍ୟରୁ ୯ଟି ଶିଳ୍ପ ଉପତ୍ାଦନ କାର୍ଯ୍ୟ ବନ୍ଦ କରିଛନ୍ତି। ଏହି ୯ଟି ଶିଳ୍ପ ପ୍ରତିଷ୍ଠାନ ରାଜ୍ୟ ସରକାରଙ୍କ ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ବିଭିନ୍ନ ବର୍ଗରେ ଅନୁମୋଦନ ସହ ସ୍ଥାପିତ ହୋଇଥିଲା।
ଗତ ୫ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୫ରୁ ୨୦୨୦ ମଧ୍ୟରେ ଓଡ଼ିଶାରୁ ମୁହଁ ଫେରାଇ ନେଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ୯ଟି ଷ୍ଟିଲ୍‌ ଉତ୍ପାଦନକାରୀ ଶିଳ୍ପସଂସ୍ଥା ରହିଛନ୍ତି। ୧,୨୬୩ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଆକ୍ସନ ଇସ୍ପାତ୍‌ ଆଣ୍ଡ୍‌ ପାୱାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଏବେ ତାଲା ଝୁଲୁଛି। ଏହି ଷ୍ଟିଲ୍‌ କମ୍ପାନୀର ବାର୍ଷିକ ଉପତ୍ାଦନ କ୍ଷମତା ୦.୮୦ ମିଲିୟନ ଟନ୍‌(ଏମ୍‌ଟିପିଏ) ଥିବାବେଳେ ଏହା ବନ୍ଦ ହେବାଦ୍ୱାରା ବହୁ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ସେହିଭଳି ୧୯୫.୩୧ କୋଟି ବ୍ୟୟରେ କେନ୍ଦୁଝରର ତୋପଡିହିରେ ପ୍ରତିଷ୍ଠା ହୋଇଥିବା ଦୀପକ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(୦.୨୫ ଏମ୍‌ଟିପିଏ), ୨୫୧.୭୭ କୋଟି ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠିତ ଜୈନ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(୦.୩୦ ଏମ୍‌ଟିପିଏ), ୨୧୦ କୋଟିର ପ୍ରକଳ୍ପ କଟକର ମାହେଶ୍ୱରୀ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ୍‌(୦.୨୫ ଏମ୍‌ଟିପିଏ), ୧୪୬୬.୩୯ କୋଟି ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଏମ୍‌ଏସ୍‌ପି ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌(୧ ଏମ୍‌ଟିପିଏ), ୧୧୩୭ କୋଟିର ବୃହତ୍‌ ଶିଳ୍ପ ପ୍ରକଳ୍ପ କେନ୍ଦୁଝରର ଓଡ଼ିଶା ସ୍ପଞ୍ଜ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌(୧ ଏମ୍‌ଟିପିଏ), ୨୭୨.୮୫ କୋଟି ବ୍ୟୟରେ ପ୍ରତିଷ୍ଠିତ ସମ୍ବଲପୁରର ରାଠି ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(୦.୩୦ ଏମ୍‌ଟିପିଏ), ସେହି ସମ୍ବଲପୁରର ୫୪୯ କୋଟିର ପ୍ରକଳ୍ପ ମା’ ସମଲେଶ୍ୱରୀ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌(୦.୨୫ ଏମ୍‌ଟିପିଏ) ଏବଂ ୨୫୪ କୋଟି ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଇଷ୍ଟର୍ନ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(୦.୨୫ ଏମ୍‌ଟିପିଏ) ବନ୍ଦ ହେବା ପରେ ଏହାକୁ ଏବେ ଠାକୁର ପ୍ରସାଦ ସ ପ୍ରାଇଭେଟ ଲିମିଟେଡ ହାତକୁ ନେଇ ଚଳାଇଛି। ଏନେଇ ତଥ୍ୟ ଖୋଦ୍‌ ଶିଳ୍ପ ମନ୍ତ୍ରୀ ମଧ୍ୟ ବିଧାନସଭାରେ ବିବୃତି ରଖିଛନ୍ତି।
୨୦୧୮ରେ ଆୟୋଜିତ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ରାଜ୍ୟକୁ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଆଲ ହବ୍‌ରେ ପରିଣତ କରିବାକୁ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ଆଲୋଚନା କରିଥିଲେ। କେବଳ ଏତିକି ନୁହେଁ, ରାଜ୍ୟ ଉତ୍ପାଦନ କରୁଥିବା ଖଣିଜ ସମ୍ପଦକୁ ଏଣିକି ବାହାରକୁ ନ ପଠାଇ ନିଜେ ବିନିଯୋଗ କରିବାକୁ ମଧ୍ୟ ଏଠାରେ ସ୍ଥିର ହୋଇଥିଲା। ଓଡ଼ିଶା ନିଜର ୫୦ ପ୍ରତିଶତ ଖଣିଜ ଦ୍ରବ୍ୟକୁ ଫିନିଶିଂ ପ୍ରଡକ୍ଟରେ ପରିଣତ କରି ବିକ୍ରି କରିବ। ଆଗରୁ କଞ୍ଚାମାଲ୍‌କୁ ଶସ୍ତାରେ ବିକ୍ରି କରୁଥିବା ଓଡ଼ିଶା ଏହାଦ୍ୱାରା ବିଶେଷଭାବେ ଲାଭବାନ୍‌ ହେବ ବୋଲି ତତ୍‌କାଳୀନ ଶିଳ୍ପ ମନ୍ତ୍ରୀ ଏବଂ ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେଇଥିଲେ। ହେଲେ କଞ୍ଚାମାଲ୍‌ ରପ୍ତାନି ବନ୍ଦ ହେବାର ନିଁ ଧରୁନି। ବାହାର ରାଜ୍ୟ ଏବଂ ଦେଶକୁ ବହୁଳ ପରିମାଣରେ ଲୁହାପଥର ରପ୍ତାନୀ ହେଉଥିବାରୁ ରାଜ୍ୟରେ ଥିବା ଷ୍ଟିଲ୍‌ କମ୍ପାନୀଗୁଡ଼ିକ ପାଇଁ କଞ୍ଚାମାଲ୍‌ର ଅଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଧୀରେ ଧୀରେ ଷ୍ଟିଲ୍‌ କମ୍ପାନୀଗୁଡ଼ିକ ଓଡ଼ିଶାରୁ ମୁହଁ ଫେରାଇ ନେଉଥିବା କୁହାଯାଉଛି। ଓଡ଼ିଶା ବାର୍ଷିକ ୧୨୦ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରୁଥିବାବେଳେ ଏଥିରୁ ସିଂହଭାଗ ଚାଇନା ସହ ବାହାର ରାଷ୍ଟ୍ରକୁ ବିଭିନ୍ନ ବନ୍ଦର ମାଧ୍ୟମରେ ରପ୍ତାନି ହେଉଛି। ୨୦୧୯ରେ କେବଳ ଚାଇନାକୁ ୨୫ ମିଲିୟନ୍‌ ଟନ୍‌ର ନିମ୍ନ ଓ ଉଚ୍ଚମାନର ଲୁହାପଥର ସହ ପେଲେଟ୍ସ ରପ୍ତାନି ହୋଇଥିବାବେଳେ ୨୦୨୦ର ପ୍ରଥମ ୬ମାସ ମଧ୍ୟରେ ୨୦ମିଲିୟନ୍‌ ଟନ୍‌ ଲୁହାପଥର ରପ୍ତାନି ହୋଇଛି। ବାହାର ଦେଶ ଏବଂ ବାହାର ରାଜ୍ୟକୁ ଏତେ ପରିମାଣରେ ଲୁହାପଥର ରପ୍ତାନି ଯୋଗୁ ଓଡ଼ିଶାର ସ୍ପଞ୍ଜ୍‌ ଆଇରନ୍‌ ଶିଳ୍ପ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଲୁହାପଥର ଖଣି କମ୍ପାନୀଗୁଡ଼ିକ ଅତିକମ୍‌ରେ ସେମାନଙ୍କ ଉତ୍ତୋଳନର ୫୦% ରାଜ୍ୟରେ ଥିବା ଷ୍ଟିଲ୍‌ କମ୍ପାନୀଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରଖିବା ବାଧ୍ୟତାମୂଳକ କରିବାକୁ ନିକଟରେ ବିଭିନ୍ନ ଷ୍ଟିଲ୍‌ କମ୍ପାନୀ ଦାବି କରିଥିଲେ ମଧ୍ୟ ସେ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅପରପକ୍ଷରେ ଗତ ୫ବର୍ଷରେ ସିଙ୍ଗିଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୪,୮୩,୬୫୭.୮୦ ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ସିମେଣ୍ଟ, ଆଲୁମିନିୟମ୍‌, ଷ୍ଟିଲ୍‌, ଆଲୁମିନିୟମ୍‌ ଡାଉନ୍‌ଷ୍ଟ୍ରିମ୍‌, ପ୍ଲାଷ୍ଟିକ୍‌, ଟୁରିଜିମ୍‌, ପାୱାର ଆଦି ସେକ୍ଟରରେ ୨୩୯ଟି ଶିଳ୍ପ ପ୍ରକଳ୍ପକୁ ଏହି ଅନୁମୋଦନ ମିଳିଥିବା ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri