ସ୍ବାସ୍ଥ୍ୟ ଓ ସମୃଦ୍ଧିର ପ୍ରତିବଦ୍ଧତା

ରୋଜମ୍ୟାରି ମୁଗାଣ୍ଡା

କମ୍‌ ସମୟରେ ସୁରକ୍ଷିତ ଓ ପ୍ରଭାବଶାଳୀ କୋଭିଡ୍‌-୧୯ ଟିକାଗୁଡ଼ିକ ବିକାଶ କରିବାରେ ବିଶ୍ୱସ୍ତରୀୟ ପ୍ରୟାସ ବାସ୍ତବରେ ଅପୂର୍ବ। ବିକଶିତ ହୋଇଥିବା ଟିକା ଆମକୁ ଆମତ୍ୀୟଙ୍କର ତଥା ଅଧିତ୍କ ସମୃଦ୍ଧ ତଥା ନ୍ୟାୟସଙ୍ଗତ ପୃଥିବୀର ନିକଟତର କରିଛି। ଏହାସହ ସୁରକ୍ଷିତ ଭାବେ ବଞ୍ଚି ରହିବାକୁ ଦେଇଛି। ଟିକା ମଧ୍ୟ ଆମକୁ ଏହି ସୁରକ୍ଷିତ ପୃଥିବୀରେ ଆମ ଦକ୍ଷତା ହାସଲ କରିବାର ସୁଯୋଗ ସୃଷ୍ଟି କରିଛି। ଆଧୁନିକ ଉଦ୍ଭାବନଗୁଡ଼ିକ ମଧ୍ୟରେ ଏହି ଟିକାଗୁଡ଼ିକ ତା’ର ଶ୍ରେଷ୍ଠତା ପ୍ରତିପାଦନ କରିବା ସହ କୋଟି କୋଟି ଲୋକଙ୍କୁ ସୁସ୍ଥ ଜୀବନ ଜିଇବାରେ ସାହାଯ୍ୟ କରିଛି। କିନ୍ତୁ କେବଳ କୋଭିଡ୍‌ -୧୯ ନୁହେଁ, ଆହୁରି ଅନେକ ଭୂତାଣୁ ସଂକ୍ରାମକ ରୋଗ ଟିକାଦ୍ୱରା ଆୟତ୍ତ କରିହୁଏ। ଏଣୁ ଏହି ସବୁ ରୋଗକୁ ଅଟକାଇବାକୁ ହେଲେ ଆମକୁ ଗୁରୁତ୍ୱପୂର୍ଣ୍ଣ ଗଣ ଟିକା ଅଭିଯାନ ଆରମ୍ଭ କରିବାକୁ ପଡ଼ିବ।
ପୋଲିଓ କଥା ବିଚାର କରାଯାଉ। କୋଭିଡ୍‌-୧୯ ମହାମାରୀ ଦେଖାଦେବା ପରଠାରୁ ଏହା କବଳରୁ ପିଲାଙ୍କୁ ରକ୍ଷା କରିବା ଲାଗି ସ୍କୁଲ୍‌ ବନ୍ଦ ରହିବା ଏକ ଅଭୂତପୂର୍ବ ଘଟଣା ଭଳି ମନେହୁଏ। କିନ୍ତୁ ୧୯୩୭ରେ ଆମେରିକାରେ ପୋଲିଓ ସଂକ୍ରମଣ ଦେଖାଦେବା ପରେ ରେଡିଓ ପ୍ରୋଗ୍ରାମ ମାଧ୍ୟମରେ ସ୍କୁଲ ଚଳାଇବାକୁ ପଡ଼ିିଥିଲା। ଦୁର୍ଗମ ଅଞ୍ଚଳରେ ଶିକ୍ଷାଦାନ କରିବାରେ ଏହା ଥିଲା ଏକ ଅଭିନବ କୌଶଳ। ସେହି ସମୟରେ ଧାରଣା ଥିଲା ଯେ, ପୋଲିଓ ଶିଳ୍ପସମୃଦ୍ଧ ଦେଶଗୁଡ଼ିକରେ କେବଳ କ୍ଷତି କରିବ। ୧୯୪୮ରେ ଦକ୍ଷିଣ ଆଫ୍ରିକାରେ ବଡ଼ ଧରଣର ପୋଲିଓ ସଂକ୍ରମଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ଧାରଣା ଲୋକମାନଙ୍କ ମଧ୍ୟରେ ବଳବତ୍ତର ରହିଥିଲା। ଦକ୍ଷିଣ ଆଫ୍ରିକାରେ ପୋଲିଓ ଦେଖାଦେବା ପରେ ପ୍ରଥମେ ଆଫ୍ରିକାନ୍‌ ଫାଉଣ୍ଡେଶନ ଫର୍‌ ପୋଲିଓ ରିସର୍ଚ୍ଚ ଗଠନ କରାଯାଇଥିତ୍ଲା। ବିଶ୍ୱରେ ଏହି ରୋଗ କ’ଣ କ୍ଷତି କରିବ ସେ ସମ୍ପର୍କରେ ବୃହତର ସଚେତନତା ସୃଷ୍ଟି କରିବା ଥିଲା ଏହି ଫାଉଣ୍ଡେଶନର ଲକ୍ଷ୍ୟ। ଏହା ମଧ୍ୟ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇଥିତ୍ତ୍ଲା। ୧୯୫୦ ଦଶନ୍ଧିରେ ପ୍ରତ୍ୟେକ ବର୍ଷ ପୋଲିଓ ହାରାହାରି ୬ ଲକ୍ଷ ଲୋକଙ୍କୁ ପଙ୍ଗୁ କରିଦେଇଥିତ୍ଲା। ସୌଭାଗ୍ୟବଶତଃ ଏହାପର ଦଶନ୍ଧିରେ ବୈଜ୍ଞାନିକମାନେ ପ୍ରଥମେ ପୋଲିଓ ଟିକା ବିକାଶ କରିଥିଲେ। ପରେ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକେସନ ଇନିସିଏଟିଭ ବା ଅଭିଯାନ ଆରମ୍ଭ ହେବା ପରଠାରୁ ଟିକା ଓ୍ବାଇଲ୍ଡ ପୋଲିଓ (ଅତ୍ୟନ୍ତ କ୍ଷତିକାରକ ପୋଲିଓ) କେସ୍‌ ବିଶ୍ୱରେ ୯୯%ରୁ ଅଧିକ ହ୍ରାସ ହୋଇପାରିଛି। ବାର୍ଷିକ ହଜାର ହଜାର ସଂଖ୍ୟାରେ ଆଫ୍‌ଗାନିସ୍ଥାନ ଓ ପାକିସ୍ତାନରେ ମିଳୁଥିବା ପୋଲିଓ କେସ୍‌ ଏବେ ବହୁତ କମ୍‌ ରହିଛି। ୨୦୨୦ରେ ଆଫ୍ରିକାକୁ ଓ୍ବାଇଲ୍ଡ ପୋଲିଓ ମୁକ୍ତ ବୋଲି ଘୋଷଣା କରାଯାଇଛି। ଏଭଳି ଘୋଷଣା ଯୋଗୁ କୋଭିଡ୍‌ ମହାମାରୀ ସମୟରେ ସାରା ମହାଦେଶରେ ଏକ ଆଶାର କିରଣ ସୃଷ୍ଟି ହୋଇଛି। ଟିକାକରଣକୁ ଦୃଢ଼ତାର ସହ ସମ୍ପାଦନ କରିବା ଯୋଗୁ ଏହା ସମ୍ଭବ ହୋଇପାରିଛି। ବିଶ୍ୱାସ କରାଯାଏ, ବସନ୍ତ ପରେ ଦ୍ୱିତୀୟ ରୋଗ ଭାବେ ପୋଲିଓକୁ କେବଳ ଟିକାକରଣ ଦ୍ୱାରା ଦମନ କରାଯାଇଛି। କିନ୍ତୁ ପୋଲିଓ ଏବେ ବି ଘଣ୍ଟାକଣ୍ଟା ଭଳି ଧୀରେଧୀରେ ଗତି ଜାରି ରଖିବା ଭଳି ଜଣାପଡୁଛି। ୨୦୧୪ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପୋଲିଓକୁ ସାର୍ବଜନୀନ ସ୍ବାସ୍ଥ୍ୟ ସଙ୍କଟ ଭାବେ ସୂଚିତ କରି ସତର୍କ ଘଣ୍ଟି ଶୁଣାଇବା ପରେ ଏହା ଅନ୍ତର୍ଜାତୀୟ ସ୍ତରରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବିଶେଷକରି ଇମ୍ୟୁନାଇଜେଶନ ବା ଟିକାକରଣ ହାର ଯେଉଁ ଅଞ୍ଚଳରେ କମ୍‌ ରହିଥିଲା,ସେହିସବୁ ଅଞ୍ଚଳ କମ୍‌ ସୁରକ୍ଷିତ ବୋଲି ଜଣାପଡିଛି। ସେଠାରେ ମଧ୍ୟ ବିରଳ ପୋଲିଓ ଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଇଛି ଓ ଲଗାତର ସର୍କ୍ୟୁଲେଟିଂ ଭାକ୍ସିନ ଡିରାଇଭ୍‌ଡ ପୋଲିଓ ଭାଇରସ୍‌ (ସିଭିଡିପିଭି) ସଂକ୍ରମଣ ବଢ଼ିବାରେ ଲାଗିଛି। ଓରାଲ ପୋଲିଓ ଭାକ୍ସିନରେ ରହିଥିତ୍ବା ଦୁର୍ବଳ ଭୂତାଣୁ ଶେଷରେ ଉଗ୍ରରୂପ ଧାରଣ କରି ଏଭଳି ସଂକ୍ରମଣର କାରଣ ପାଲଟୁଛି।
ଏବେ ସିଭିଡିପିଭି କେସ୍‌ ଓ୍ବାଇଲ୍ଡ ପୋଲିଓ କେସ୍‌ ସଂଖ୍ୟାକୁ ଟପିଯାଇଛି। ଯେହେତୁ ଆମେ ଏହି ଭୂତାଣୁ ସମ୍ପର୍କରେ ଅବଗତ ଅଛୁ, ସେଥିପାଇଁ ଏହାର ପ୍ରକୋପ ବଢ଼ିବା ପୂର୍ବରୁ ଏକ ଦୃଢ଼ ଟିକାକରଣ ଅଭିଯାନ ଜାରି ରଖି ଏହାକୁ ଅଟକାଇବାକୁ ସଂଗ୍ରାମ କରୁଛୁ। ସଂଶାଧନର ଅଭାବ, ଯୁଦ୍ଧ କିମ୍ବା ଅଶାନ୍ତ ପରିସ୍ଥିିତି ଏବଂ ମହାମାରୀ ଯୋଗୁ ଟିକାକରଣ ଅଭିଯାନରେ ବାଧା ସୃଷ୍ଟି ହେଉଥିଲେ ମଧ୍ୟ ଆମେ ଏହି ପ୍ରୟାସ ଜାରି ରଖିଛୁ।
କୋଭିଡ୍‌-୧୯ ସଙ୍କଟ ଏବେ ସୁଦ୍ଧା ୬୬ ଦେଶରେ ଜୀବନ ରକ୍ଷାକାରୀ ୫୭ଟି ଗଣ ଟିକାକରଣ ଅଭିଯାନକୁ ବନ୍ଦ କରିଦେଇଛି। କୋଟି କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୁଖ୍ୟତଃ ଆଫ୍ରିକାର ପିଲାମାନେ ଅତ୍ୟଧିତ୍କ କ୍ଷତିର ଶିକାର ହୋଇଛନ୍ତି। ଟିକା ଉପଲବ୍ଧତାରେ ବାଧା ସୃଷ୍ଟି ହେବା ଯୋଗୁ ଦ୍ୱିତୀୟ ଥର ପାଇଁ ମିଳିମିଳା ଓ ପୋଲିଓ ଦେଖାଦେଇଛି। ଏହାକୁ ଲକ୍ଷ୍ୟ କରି ନଭେମ୍ବର ୨୦୨୦ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍‌ ଏଭଳି ସଙ୍କଟକୁ ଟାଳିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ନୂଆ କରି ଆରମ୍ଭ କରାଯାଇଥିତ୍ବା ଇମ୍ୟୁନାଇଜେଶନ ଆଜେଣ୍ଡା ୨୦୩୦ ଭଳି ବୈଶ୍ୱିକ ଢାଞ୍ଚାର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁ ସମୟ ହାତରୁ ଚାଲିଯାଇଛି, ତାହାକୁ ପୂରଣ କରିବା ସହ ରୋଗକୁ ସମ୍ଭାଳିବାରେ ସାମଗ୍ରିକ ସାମର୍ଥ୍ୟ ବଢ଼ାଇବାକୁ ଏହାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଦେଖାଯାଇଛି, ମହାମାରୀ ସବୁବେଳେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ସଂକ୍ରମିତ ହୋଇ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ। ଏବେ କୋଭିଡ୍‌ ମହାମାରୀରେ ଏଭଳି ପରିସ୍ଥିିିତି ଦେଖାଯାଇଛି। ଏଣୁ ଏହାକୁ ଶେଷ କରିବାକୁ ବିଶ୍ୱସ୍ତରରେ ଟିକାକରଣ ଅଭିଯାନ ପ୍ରତି ପ୍ରବଳ ଆଗ୍ରହ ପ୍ରକାଶ ପାଇବା ଦରକାର।
ରୋଗକୁ ଦମନ କରିବା ପାଇଁ ଟିକା ବିକାଶରେ ନିବେଶ କରିବା ଦ୍ୱାରା ଏହା ଆମକୁ ସୁରକ୍ଷା ଯୋଗାଇଦେବ ଓ ଆଗାମୀ ବର୍ଷଗୁଡ଼ିକରେ ଏଥିତ୍ରୁ ଲାଭ ମିଳିପାରିବ। ଏଣୁ କରୋନା ଭୂତାଣୁ ଉପରେ ପୂର୍ବ ବର୍ଷଗୁଡ଼ିକରେ ଅକଳ୍ପନୀୟ ଗତିରେ ଯେଭଳି ବୈଜ୍ଞାନିକମାନେ ଗବେଷଣା କରି ଏହି ରୋଗକୁ ଆୟତ୍ତ କରିବାକୁ ସମ୍ମିଳିତ ଭାବେ ପ୍ରଭାବଶାଳୀ କୋଭିଡ-୧୯ ଟିକା ବିକାଶ କରିଛନ୍ତ, ତାହାକୁ ଆମେ ପ୍ରଶଂସା କରିବା ଉଚିତ। ଏହିସବୁ ନିବେଶରୁ ଫଳ କେବଳ କୋଭିଡ୍‌ -୧୯କୁ ମିଳିନାହିଁ, ବରଂ ପୋଲିଓକୁ ମଧ୍ୟ ମିଳିପାରିଛି। ଗତବର୍ଷ ଏକ ଦଶନ୍ଧିର ଗବେଷଣା ପରେ ଟାଇପ୍‌ ୨(ଏନ୍‌ଓପିଭି୨) ଭୂତାଣୁ ବିରୋଧରେ ପ୍ରଥମ ଓରାଲ ପୋଲିଓ ଭାକ୍‌ସିନ୍‌ ବିକାଶ କରାଯାଇଛି। ଜରୁରୀଭିତ୍ତିରେ ବ୍ୟବହାର କରାଯିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସୂଚୀଭୁକ୍ତ କରିଛି। ଗବେଷକମାନେ ଆଶା କରୁଛନ୍ତିି ଯେ, ଏନ୍‌ଓପିଭି୨ ଟିକା ସି ଭିଡିପିଭି୨ ସଂକ୍ରମଣକୁ କମ୍‌ କରିବାର ସମ୍ଭାବନ ରହିଛି। ଏଣୁ ପୋଲିଓକୁ ମୂଳପୋଛ କରିବାକୁ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି।
କୋଭିଡ୍‌-୧୯ ଓ ପୋଲିଓ ଭଳି ଭୟଙ୍କର ସଂକ୍ରମକ ରୋଗ କଥା ବିଚାରକୁ ନେଲେ ଆମ ଭାଗ୍ୟ କ’ଣ ହେବ ତାହା କହିବା ମୁସ୍କିଲ। ଏହି ରୋଗ ବିଶ୍ୱର ଗୋଟିଏ ଜାଗାରେ ଦେଖାଦେଲେ ମଧ୍ୟ ଆମ ସମସ୍ତଙ୍କୁ ପ୍ରଭାବିତ କରିବ। ଏହାକୁ ଆୟତ୍ତ କରିବାରେ ଗୋଟିଏ ଦେଶ ପାଇଁ ଆବଶ୍ୟକ ଉପକରଣ ଓ ସଂସାଧନ ଉପରେ ନିବେଶ କରାଗଲେ ଏହା କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରିବ କିମ୍ବା ଏଭଳି ସ୍ବାସ୍ଥ୍ୟ ସଙ୍କଟକୁ ଶେଷ କରାଯାଇପାରିବ। ଏହା ବ୍ୟତୀତ ବିଶ୍ୱର ସବୁ ଦେଶରେ ଟିକାର ଉପଲବ୍ଧତା ଜାରି ରଖିତ୍ବା ହିଁ ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ଆମ ପ୍ରୟାସ ମଧ୍ୟ ଉକ୍ତ ଅଭିିଯାନ କୈନ୍ଦ୍ରିକ ହେବା ଦରକାର। ଜାତୀୟ ସ୍ତରରେ ଏକ ଦୃଢ଼ ପ୍ରତିବଦ୍ଧତା ରହିଲେ ତଥା ଇମ୍ୟୁନାଇଜେଶନ ଆଜେଣ୍ଡା ୨୦୩୦ ଢାଞ୍ଚାକୁ ପାଣ୍ଠି ଯୋଗାଇ ଦେଲେ ଆମେ ସେଠାରେ ଆମ ଲକ୍ଷ୍ୟ ହାସଲ କରିପାରିବା। ଜଗତୀକରଣ ଆମ ସମସ୍ତଙ୍କୁ ନିକଟତର କରିସାରିଛି। ସମସ୍ତଙ୍କ ପାଖରେ କିଭଳି ନ୍ୟାୟସଙ୍ଗତ ଭାବେ ତଥା ସୁବିଧାରେ ଟିକାକରଣ ପହଞ୍ଚିପାରିବ ସେଥିପାଇଁ ଏକ ପ୍ରତିବଦ୍ଧତା ରହିବା ଦରକାର। ଦୃଢ଼ ପ୍ରତିବଦ୍ଧତା ରହିଲେ ସମସ୍ତଙ୍କ ମିଳିତ ସହଯୋଗରେ ବିଶ୍ୱ ସ୍ବାସ୍ଥ୍ୟ ଓ ସମୃଦ୍ଧି ପଥରେ ଅଗ୍ରସର ହେବ। ଆମ ଭାଗୀଦାରି ଭବିଷ୍ୟତ ବି ଉଜ୍ଜ୍ୱଳ ହୋଇପାରିବ।
ରିଜିଓନାଲ ଆଡଭୋକାସି ଡାଇରେକ୍ଟର,
ପାଥ, ନାଇରୋବି, କେନିଆ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri