କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍‌ରୋଗରେ ମୃତ୍ୟୁ ଘଟିଛି। ଆସାମ ରାଜ୍ୟର ରଙ୍ଗିଆ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଶନିବାର ତାଙ୍କ ମରଶରୀର ସେନାବାହିନୀ ପକ୍ଷରୁ ଏକ ସ୍ବତନ୍ତ୍ର ସୁସଜ୍ଜିତ ଗାଡ଼ିରେ ରାଇରଙ୍ଗପୁର ଥାନା ପରିସରକୁ ଅଣାଯାଇଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ତାଙ୍କ ବାସଗୃହରେ ସ୍ତ୍ରୀ ଓ ଦୁଇପୁଅଙ୍କ ସମେତ ସମ୍ପର୍କୀୟମାନେ ଶେଷ ଦର୍ଶନ କରିଥିଲେ। ଶେଷରେ ନିଜ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଜିଲାପାଳ ଧର୍ମାନନ୍ଦ ବେହେରା, ତହସିଲଦାର ଯୋଗ ରଞ୍ଜନ ନାୟକ, ରାଇରଙ୍ଗପୁର ସର୍କଲ ଏସ୍‌ଡିପିଓ ଗାୟତ୍ରୀ ପ୍ରଧାନ, ଟାଉନ ଥାନାଧିକାରୀ ରେଣୁବାଳା ସାହୁଙ୍କ ସମେତ ବିଭିନ୍ନ ପଦାଧିକାରୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଲେ

ଝାରସୁଗୁଡା ଅଫିସ୍‌,୧୨।୧୨: ଝାରସୁଗୁଡ଼ା ଜିଲା ତାଳପଟିଆ ଫାଣ୍ଡି ଅଧୀନ ଦୁଲର୍ଗା ଗୌଡପଡା ଛକରେ ଗୁରୁବାର ରାତିରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍‌ ପଛରେ...

ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା

କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍‌ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ...

ଆଜି ଦ୍ୱିତୀୟ ଦିନରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘମାସର ପ୍ରତୀକ୍ଷା ପରେ ରବିବାର ରାଜ୍ୟର ସମସ୍ତ ମନ୍ଦିର ଖୋଲିଛି। ଭାବ ଓ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ। ଭୁବନେଶ୍ୱରର ପ୍ରସିଦ୍ଧ...

୬ରେ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର ଅଫିସ, ୫ା୧: ମହାରାଣୀ ସାଗର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ଏବଂ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ଦାବି ନେଇ ଆସନ୍ତା...

ଚେକିଂ ଢିଲା,ସୁଧୁରୁନି ବ୍ୟବସ୍ଥା

ବାରିପଦା ଅଫିସ, ୬ା୩- ୨ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସଂଶୋଧିତ ମୋଟର ଯାନ ଆଇନକୁ ୬ ମାସ କୋହଳ କରିଥିଲେ। ଗତ ରବିବାର କଣ୍ଟ ପୂରିଲା...

୫ ଜିଲାରେ ପ୍ରବଳ ବର୍ଷା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ବର,୨୭।୬: ରାଜ୍ୟର କିଛି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟର ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ...

ଓଡ଼ିଶାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ରାଜଧାନୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ। ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେ ରାଜ୍ୟ...

ନାତୁଣୀ ଜ୍ୱାଇଁଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ନାରାୟଣୀ ବସ୍ତିଟ୍ରିପଲ ମର୍ଡର ମାମଲାରେ ୭ ବର୍ଷ ପରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ତଥା ନାତୁଣୀ ଜ୍ୱାଇଁ...

Advertisement
Archives

Model This Week