ଆସିବେ ଯିବେ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯେତେବେଳେ କୌଣସି ଏକ ମାମଲାର ତଦନ୍ତ କରିବାକୁ ହୁଏ ସେତେବେଳେ ସେହି ସଂସ୍ଥାକୁ ଏକ ସାମ୍ବିଧାନିକ ପଦ୍ଧତି ଦେଇ ଯିବାକୁ ପଡ଼ିଥାଏ। ସେହି ବ୍ୟବସ୍ଥା ଅନୁଯାୟୀ ସିବିଆଇ ମନଇଚ୍ଛା କୌଣସି ରାଜ୍ୟରେ ତାହାର କାର୍ଯ୍ୟ ଆରମ୍ଭ କରିପାରିବ ନାହିଁ। ସେଥିପାଇଁ ତାକୁ ଲୋଡ଼ା ହୁଏ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନଚେତ୍‌ ଉପଯୁକ୍ତ ନ୍ୟାୟାଳୟର ନିର୍ଦ୍ଦେଶ। ଏଭଳି ପଦ୍ଧତି ପଛରେ ଏକ ମହାନ୍‌ ଚିନ୍ତାଧାରା ପୂର୍ବରୁ ରହିଆସିଛି। ସେହି ଚିନ୍ତାଧାରା ହେଉଛି ସଂଘୀୟ ବ୍ୟବସ୍ଥାର ମୂଳମନ୍ତ୍ର। କେନ୍ଦ୍ର ସରକାର ଚାହିଁଲେ କୌଣସି ରାଜ୍ୟର ନିର୍ବାଚିତ ସରକାରଙ୍କ କାର୍ଯ୍ୟକୁ ଯାଞ୍ଚ ପରିସରକୁ ଟାଣି ଆଣିପାରିବ ନାହିଁ। ଆଜି ଭଳି ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଯାଞ୍ଚ ଏବଂ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଦ୍‌ଉପଯୋଗ କରାଯିବାର ଅନେକ ଉଦାହରଣ ରହିଛି। ଅବଶ୍ୟ ଏବେ ଏହିଭଳି ବଦଉପଯୋଗର ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ହୋଇଥିବାରୁ ବିଭିନ୍ନ ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶପାଉଛି।
ଭାରତରେ ଥିବା ମୋଟ ୨୮ଟି ରାଜ୍ୟ ମଧ୍ୟରୁ ଏବେ ୯ଟି ରାଜ୍ୟ ସିବିଆଇକୁ ତାଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବାରଣ କରିଛନ୍ତି। ପଶ୍ଚିମବଙ୍ଗ, ତେଲଙ୍ଗାନା, କେରଳ, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ମେଘାଳୟ ଓ ମିିଜୋରାମ ପୂର୍ବରୁ ଦେଇଥିବା ସହମତିକୁ ପ୍ରତ୍ୟାହର କରି ନେଇସାରିଲେଣି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସ୍ପେଶିଆଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ (ଡିଏସ୍‌ପିଏ) ଆକ୍ଟ, ୧୯୪୬ର ଧାରା ୬ ଅନୁଯାୟୀ ସିବିଆଇ କୌଣସି ରାଜ୍ୟରେ ତଦନ୍ତ କରିବାକୁ ଚାହଁିଲେ ତାକୁ ସେହି ରାଜ୍ୟର ଅନୁମତି ନେବାକୁ ପଡ଼ିଥାଏ। ତେବେ କେନ୍ଦ୍ରର ଭାଜପା ସରକାର ସିବିଆଇର ଦୁରୁପଯୋଗ କରୁଥିବା ଅନୁଭବକରି ଏସବୁ ରାଜ୍ୟ ସହମତି ପ୍ରତ୍ୟାହର କରିବା ଦ୍ୱାରା ସିବିଆଇର କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଲାଣି। ଫଳରେ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ଉପରେ ଜନତାଙ୍କ ଭରସା ବି ତୁଟିବାରେ ଲାଗିଛି। ଏଥିସହ ଅନ୍ୟ କେନ୍ଦ୍ରୀୟ ସଂସ୍ଥା ଯଥା ଇଡି, ଆୟକର ବିଭାଗ ସମ୍ପର୍କରେ ମଧ୍ୟ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ହୁଏତ ଏହି ମତକୁ ବୁଝିକରି ପ୍ରଧାନମନ୍ତ୍ରୀ ଏକ ବିବୃତିିରେ କହିଛନ୍ତି ଯେ, ସିବିଆଇ ଦ୍ୱାରା ରୁଜୁ କରାଯାଉଥିବା ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୯୬ ପ୍ରତିଶତରେ ଦୋଷ ସାବ୍ୟସ୍ତ କରାଯାଇପାରୁଛି। ଅବଶ୍ୟ ଏହି ଆକଳନର ସତ୍ୟାସତ୍ୟ ନିଶ୍ଚିତ ଭାବେ ସନ୍ଦେହଜନକ। ପୂର୍ବରୁ କୁହାଯାଉଥିଲା, ସିବିଆଇ ତଦନ୍ତ କରି ଘଟଣାର ସବୁ ସତ୍ୟାସତ୍ୟ ପଦାକୁ ଆଣିଥାଏ। କିନ୍ତୁ ନିକଟ ଅତୀତରେ ଏହାକୁ ଯେଭଳି ବ୍ୟବହାର କରାଯାଉଛି ତାହାକୁ ନେଇ ଅନେକ ସମୟରେ କୁହାଯାଉଛି ଯେ, ସିବିଆଇ ସରକାରଙ୍କର ଏକ ଅସ୍ତ୍ର ପାଲଟିଛି ଓ ତାହାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ବିଶେଷକରି ଅଣ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ବିରୋଧୀ ନେତାମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଲକ୍ଷ୍ୟକରି ହଇରାଣ କରାଯାଉଛି। ଏଥିସହିତ କୌତୂହଳର ବିଷୟ ହେଉଛି ଯେ, ଯେଉଁ ବିରୋଧୀ ନେତା ସିବିଆଇ କିମ୍ବା ଇଡିର ଭୟ ଯୋଗୁ ଭାଜପାରେ ଯୋଗ ଦେଉଛନ୍ତି ତାଙ୍କ ଉପରୁ ଯାଞ୍ଚ ନିର୍ଦ୍ଦେଶ ପ୍ରତ୍ୟାହାର କରିନେବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ତନ୍ମଧ୍ୟରୁ ମହାରାଷ୍ଟ୍ରର ଅଜିତ୍‌ ପାଓ୍ବାରଙ୍କ କାହାଣୀ ଅନ୍ୟତମ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଉପରେ ସନ୍ଦେହ ସୃଷ୍ଟି ହେବା ଦେଶ ପାଇଁ କ୍ଷତିକାରକ। କାରଣ ଏକ ସନ୍ଦେହଜନକ ବାତାବରଣରେ ବାସ୍ତବ ଚୋର ମଧ୍ୟ ଖସିଯିବାର ସୁଯୋଗ ପାଇଥାଏ। ଅପରପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହିିଭଳି ସଂସ୍ଥାକୁ ବ୍ୟବହାର କରାଯାଉଥିବାରୁ ନିର୍ଦ୍ଦୋଷକୁ ହଇରାଣ କରିବା ହୋଇଯାଇଛି ସିବିଆଇର ମୁଖ୍ୟ ଦାୟିତ୍ୱ। ଏଥିସହିତ ଏହା ଏକ ଉଦାହରଣ ସୃଷ୍ଟି କରୁଛି, ଯାହା ଭବିଷ୍ୟତରେ କ୍ଷମତାକୁ ଆସିବାକୁ ଥିବା ଅନ୍ୟ ଦଳର ନେତାମାନେ ସହଜରେ ଦୁରୁପଯୋଗ କରିବେ। ଯେମିତି କରିବ ସେମିତି ପାଇବ- ଏକ ପୁରୁଣା ଢଗ ହୋଇଥିଲେ ମଧ୍ୟ ଆଜି ତାହାର ଯଥାର୍ଥତା ମନକୁ ଆସୁଛି।
କେନ୍ଦ୍ର ଏହା ସମ୍ପର୍କରେ ଏକ ନୂଆ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି ବୋଲି କୁହାଯାଉଛି। ଏହି ନୂଆ ଆଇନ ବଳରେ ସିବିଆଇକୁ ଆହୁରି ଅଧିକ କ୍ଷମତା ପ୍ରଦାନ କରାଯିବ, ଯେଉଁଥିରେ ରାଜ୍ୟ ସରକାରଙ୍କର ଅନୁମତି ପ୍ରୟୋଜନ ରହିବ ନାହିଁ। ସମସ୍ତେ ସ୍ବୀକାର କରିବେ ଯେ, ପୃଥିବୀରେ କୌଣସି ବ୍ୟକ୍ତି ବିଶେଷ କେବେ ହେଲେ ସ୍ଥାୟୀ ନୁହନ୍ତି। ସେହିଭଳି କ୍ଷମତା ମଧ୍ୟ କାହାରି ପାଖରେ ଦିର୍ଘସ୍ଥାୟୀ ନୁହେଁ। ଆଜି ଯିଏ ନିର୍ବାଚନ ଜିତିଛି କାଲି ସିଏ ହାରିଯାଇପାରେ, କେବଳ ଦୀର୍ଘସ୍ଥାୟୀ ହେଉଛି ଏ ଦେଶର ମାଟି ଓ ଏ ଦେଶର ଲୋକ, ଅର୍ଥାତ ସାଧାରଣ ଜନତା। ଅନ୍ୟ ସମସ୍ତେ ହେଉଛନ୍ତି ପାଣି ଫୋଟକା ଭଳି, ଆସିବେ ଯିବେ। ତଥାପି କ୍ଷମତାର ମୋହ ସମସ୍ତଙ୍କୁ ଅନ୍ଧ କରିଦେଉଛି। ଆଜିର ପ୍ରତ୍ୟେକ କାର୍ଯ୍ୟର ସମୀକ୍ଷା ହୁଏତ ଆସନ୍ତା ୭୦ ବର୍ଷ ପରେ ପରବର୍ତ୍ତୀ ପିଢି କରିବ ଏବଂ ସେତେବେଳେ ଆମକୁ ନୀରବ ରହିବା ପାଇଁ ଦୋଷ ଦେବ। କେହି ସର୍ବଜ୍ଞାନୀ ନୁହନ୍ତି, ସେଥିପାଇଁ ଶାସକ ଭାବେ ନମ୍ର ଓ ସହନଶୀଳ ରହିଲେ ଦେଶର ଏବଂ ଦେଶବାସୀଙ୍କର ମଙ୍ଗଳ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri