ଧୂମକେତୁ ଓ ଲଞ୍ଜାତାରା

ସୂର୍ଯ୍ୟକୁ ପରିକ୍ରମା କରିବା ପରେ ଲଞ୍ଜାତାରାଟି ନିଜ କକ୍ଷ ପଥରେ କ୍ରମଶଃ ଦୂରକୁ ଚାଲିଯାଏ ଏବଂ ଅନ୍ତର୍ଗ୍ରହୀୟ ଶୀତଳତାରେ ପୂର୍ବୋକ୍ତ ପ୍ରକ୍ରିୟା ସବୁ ଶାନ୍ତ ଓ ସ୍ତିମୀତ ହୋଇଯାଏ। ଫଳରେ ଏହାର କମା ଓ ଲାଞ୍ଜ ହ୍ରାସ ପାଇ କ୍ରମଶଃ ନିଶ୍ଚିହ୍ନ ହୋଇଯାଏ ଏବଂ ଖାଲି ଆଖିକୁ ଆଉ ଦେଖାଯାଏ ନାହିଁ। ଲଞ୍ଜାତାରାଟି ପୁଣି ଫେରିଯାଏ ନିଜର ଚିରାଚରିତ ବାସସ୍ଥାନ ସୌରଜଗତ ଉପାନ୍ତର ସେହି ସୁଦୂର ଥଣ୍ଡା ଓ ନିରନ୍ଧ୍ର ଅନ୍ଧକାର ଅଞ୍ଚଳକୁ। ଏଭଳି ଧୂମକେତୁ ଆମ ସୌରଜଗତକୁ ସାଧାରଣତଃ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟାନ୍ତରରେ ଆସୁଥିବାରୁ ଏଗୁଡ଼ିକୁ ‘ଦୀର୍ଘ ଆବର୍ତ୍ତି କାଳ’ ବିଶିଷ୍ଟ ଧୂମକେତୁ କହନ୍ତି। ଅତୀତରେ ୧୮୧୧, ୧୮୪୩, ୧୮୬୧ ଏବଂ ୧୮୮୨ରେ ଦେଖାଯାଇଥିବା ଅତ୍ୟୁଜ୍ଜ୍ୱଳ ଧୂମକେତୁ ତଥା ୧୮୫୮ରେ ‘ଡୋନାତି’, ୧୯୧୦ର ଦିବାଲୋକରେ ଦୃଷ୍ଟ ‘ଓ୍ବେଷ୍ଟ’ ଆଦି ଏହି ଶ୍ରେଣୀୟ। ମାତ୍ର ଅନ୍ୟ କେତେକ ପିଣ୍ଡ ଗ୍ରହରାଜ ବୃହସ୍ପତିର ପାଖ ଦେଇ ଯିବାବେଳେ ଏହା ନିଜର ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳରେ ଧୂମକେତୁଟି ନିଜ କକ୍ଷ ପଥରେ ଅନେକ ଥର ଏଭଳି ଆକର୍ଷଣର ସମ୍ମୁଖୀନ ହେଲେ ଏହାର ଗତି କ୍ରମେ ମନ୍ଥର ହୋଇଯାଏ। ତା’ସହ ଆଉ ଦୂରକୁ ଯାଇ ନ ପାରି ପାଖାପାଖି ନେପ୍‌ଚୁନ୍‌ ଗ୍ରହ ନିକଟରୁ ଫେରିଆସେ। ଏଭଳି ଧୂମକେତୁ ଆମ ଆକାଶକୁ ଶହେ ବର୍ଷରୁ କମ୍‌ ସମୟାନ୍ତରରେ ଫେରୁଥିବାରୁ ଏଗୁଡ଼ିକୁ ‘ସ୍ବଳ୍ପ ଆବର୍ତ୍ତି କାଳ’ ବିଶିଷ୍ଟ ଧୂମକେତୁ କହନ୍ତି। ଧୂମକେତୁରୁ ଏଙ୍କେ, କପଫ ତଥା ବହୁଚର୍ଚ୍ଚିତ ହ୍ୟାଲି ଲଞ୍ଜାତାରା ଏହି ଜାତିର ଅଟନ୍ତି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ, ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ହାତ ଧୋଇବା ପରେ ବି ମନରୁ ଯାଉନି କରୋନା ଭୂତାଣୁ ଭୟ, ହୋଇପାରେ ଏହି ରୋଗର ଲକ୍ଷଣ..

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଥବା ଡାକ୍ତରମାନେ ରୋଗରୁ...

ଜୀବନରେ ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥାନ୍ତି ଏହି ରାଶିର ବ୍ୟକ୍ତିବିଶେଷ; ଜଣଙ୍କ ପାଖରେ ମନ ରୁହେନା !

ଅନେକେ କୁହନ୍ତି ପ୍ରକୃତ ପ୍ରେମ ଜୀବନରେ ଥରେ ମାତ୍ର ହୁଏ। ହେଲେ କିଛି ଏପରି ଥାନ୍ତି ଯେଉଁମାନେ ବାରମ୍ବାର ପ୍ରେମରେ ପଡ଼ିଥାନ୍ତି। ଜ୍ୟୋତିଷଶାସ୍ତ୍ର ମୁତାବକ ପ୍ରେମ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

ନିରାପଦ ମାତୃତ୍ୱ ଅତ୍ୟାଧୁନିକ ଆଇଭିଏଫ୍‌ ପ୍ରଣାଳୀ

ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ...

ଏହି ରାଶି ଝିଅଙ୍କ ନାକ ଅଗରେ ରାଗ; ତାଙ୍କ ଆଗରେ ହେବାକୁ ପଡେ ନତମସ୍ତକ

ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଏହି ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା...

ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା...

ନିଦ ନ ହେବାରୁ ଔଷଧ ଖାଉଛନ୍ତି କି …

ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ...

Advertisement
Archives

Model This Week