Posted inଜାତୀୟ

୨ ବସ୍‌ ମଧ୍ୟରେ ଧକ୍କା, ୯ ମୃତ, ୪୦ରୁ ଅଧିକ ଆହତ…

ଥିରୁଭାନନ୍ତପୁରମ,୬।୧୦ : କେରଳରେ ଦୁଇଟି ବସ ମଧ୍ୟରେ ହୋଇଥିବା ଧକ୍କାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ପଲକ୍କଡ ଜିଲାର ଭଡକନଚେରୀ ଠାରେ ଦୁଇଟି ଦ୍ରୁତଗାମୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଏର୍ନାକୁଲାମର ମୁଲାନଥୁରୁଥର ବେସେଲିଅସ ସ୍କୁଲର ପିଲାମାନଙ୍କୁ ନେଇ ଯାଉଥିବା ବସ ଏକ କେଏସଆରଟିସି ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ସ୍କୁଲ ପିଲାଙ୍କୁ ବସ ନିୟନ୍ତ୍ରଣ ହରାଇ ଏକ କାରକୁ ଓଭରଟେକ ବେଳେ କେଏସଆରଟିସି ବସ ସହିତ ଧକ୍କା ହୋଇ ନିକଟସ୍ଥ ଏକ ଜଳାଶୟରେ ପଶି ଯାଇଥିଲା।
ବସ୍‌ରେ ସ୍କୁଲ ପିଲା ଏବଂ ଶିକ୍ଷକଙ୍କ ସମେତ ମୋଟ ୪୯ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪୧ ସ୍କୁଲ ପିଲା ୫ ଜଣ ଶିକ୍ଷକ ଏବଂ ଦୁଇଜଣ କର୍ମଚାରୀଥିଲେ।

ଗୁରୁବାର ବିଳମ୍ବିତ ରାତି ୧ ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ବାରଜଣ ଗୁରୁତର ଆହତ ହୋଇଥିବା ବେଳେ ୨୮ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ମୋଦି-ଫ୍ରେର୍ଡିକ୍‌ସେନ୍‌ ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ, ୨୭।୯: ଭାରତ ଡେନମାର୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ...

ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେଲା ସ୍ବତନ୍ତ୍ର ଡେସ୍କ

ନୂଆଦିଲ୍ଲୀ, ୩।୧: କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ବତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ କରିଛନ୍ତି। ଅଯୋଧ୍ୟା ସହ ଜ ସମସ୍ତ ପ୍ରସଙ୍ଗ...

ରେଳ ଧାରଣାରେ ସେଲ୍‌ଫି ନେଲେ ୨ ହଜାର ଫାଇନ୍‌

ଚେନ୍ନାଇ,୨୨।୪: ଏଣିକି ରେଳ ଧାରଣାରେ ଛିଡ଼ା ହୋଇ ସେଲ୍‌ଫି ନେଲେ ଦେବାକୁ ପଡ଼ିବ ୨ ହଜାର ଫାଇନ୍‌। ଚେନ୍ନାଇ ଦକ୍ଷିଣତଟ ରେଳବାଇ ପକ୍ଷରୁ ନିଆଯାଇଛି ଏହି...

ଜରୁରୀକାଳୀନ ପରିସ୍ଥିତି ସମୟରୁ କଂଗ୍ରେସ ବିଚାରପତିଙ୍କୁ ଧମକାଇବା ଜାରି ରଖିଛି: ଆଇନମନ୍ତ୍ରୀ…

ଚେନ୍ନାଇ,୮।୪ : ଡିଣ୍ଡିଗୁଲ ଜିଲା କଂଗ୍ରେସ ଅଧ୍ୟକ୍ଷ ମାଣିକନ୍ଦନଙ୍କ ବିଚାରପତିଙ୍କ ଜିଭକୁ କାଟି ଦେବା ନେଇ ଦେଇଥିବା ବିବୃତ୍ତି ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ର ଆଇନ...

ଗେହଲଟଙ୍କୁ ଘେରିଲେ ମାୟାବତୀ, ରାଜସ୍ଥାନରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ…

ଲକ୍ଷ୍ନୌ, ୧୪।୮ : ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ଅଶୋକ ଗେହଲଟ ସରକାରଙ୍କୁ ବିରୋଧୀ ଦଳଙ୍କ ପକ୍ଷରୁ ଟାର୍ଗେଟ କରାଯାଇଛି...

ଷ୍ଟାଲିନଙ୍କୁ ଟାର୍ଗେଟ କଲେ ଆନ୍ନାମଲାଇ, ଆଉ ଏକ ମାମଲା ରୁଜୁ କର

ଚେନ୍ନାଇ,୧୪।୫: ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ରେ ପିଟିଆର୍‌ଙ୍କ ଅଡିଓ ଟେପ ଭାଇରାଲକୁ ନେଇ ତାମିଲନାଡୁର ରାଜନୀତି ସରଗରମ ରହିଛି। ତେବେ ଏ ନେଇ ତାମିଲନାଡୁ ସରକାର ତାମିଲନାଡୁର...

ଅକ୍ଟୋବରରେ ୧୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୧।୧୧: ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ଆଉଟ୍‌କୁ ସଫଳତା ମିଳିଛି। ମାସକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ...

ୟୁପି ପୌର ନିର୍ବାଚନ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯୋଗୀଙ୍କ ଚ୍ୟାଲେଞ୍ଜ

ଲକ୍ଷ୍ନୌ,୨୮ା୧୨: ଉତ୍ତରପ୍ରଦେଶ ପୌର ନିର୍ବାଚନ ଲାଗି ସରକାରଙ୍କ ଚିଠା ବିଜ୍ଞପ୍ତିକୁ ମଙ୍ଗଳବାର ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଖାରଜ କରିଦେଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ...

Advertisement
Archives

Model This Week