କଲେକ୍ଟୋରିଏଟରେ ହେଲା ନମୁନା ସଂଗ୍ରହ

ସୁନ୍ଦରଗଡ଼,୮।୧(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣ ହାର ଉପରମୁହାଁ ହେବା ଏବେ ଚିନ୍ତା ବଢାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲାରେ ଗତ ୨୪ଘଣ୍ଟା ମଧ୍ୟରେ ୪୫୪ଜଣଙ୍କ ନମୁନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏଥି ମଧ୍ୟରେ ବାଲିଶଙ୍କରା ବ୍ଲକରେ ୭, ବଡଗାଁ ବ୍ଲକରେ ୯, ବୀରମିତ୍ରପୁର ପୌରାଞ୍ଚଳରେ ୧୧, ବିଶ୍ରା ବ୍ଲକରେ ୫୦, ବଣାଇଁ ବ୍ଲକରେ ୮, ହେମଗିର ବ୍ଲକରେ ୮, କୋଇଡା ବ୍ଲକରେ ୨, କୁଅଁରମୁଣ୍ଡା ବ୍ଲକରେ ୩, କୁତ୍ରା ବ୍ଲକରେ ୧୩, ଲହୁଣୀପଡା ବ୍ଲକରେ ୬, ଲାଠିକଟା ବ୍ଲକରେ ୧୦, ଲେଫ୍ରିପଡା ବ୍ଲକରେ ୬୧, ନୂଆଁଗାଁ ବ୍ଲକରେ ୫, ରାଜଗାଙ୍ଗପୁର ବ୍ଲକରେ ୨୮, ରାଉରକେଲା ସହରାଞ୍ଚଳରେ ୧୭୯, ସୁନ୍ଦରଗଡ଼ ସଦର ବ୍ଲକରେ ୩ , ସୁନ୍ଦରଗଡ଼ ସହରରେ ୩୫ ଏବଂ ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ କଲେକ୍ଟୋରିଏଟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କର ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ରାତି ୯ଟାରୁ ସରକାରଙ୍କ ପକ୍ଷରୁ ଘୋଷିତ ରାତ୍ରିକାଳୀନ କଫ୍ୟୁକୁ କଡାକଡି ଭାବେ ପାଳନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri