ଚାଷୀ ହୋଇ ମଣ୍ଡି ବୁଲିଲେ ଜିଲାପାଳ, ଯେଉଁଠି କଟ୍‌ନି ଛଟ୍‌ନି ଧରାପଡ଼ିଲା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଦ୍ରକ,୩ା୨(ସନାତନ ରାଉତ): ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଜଣେ ଚାଷୀ ଭାବରେ ଅଚାନକ ଅଞ୍ଚଳରେ ଥିବା ମଣ୍ଡିରେ ପହଞ୍ଚିଥିଲେ। ଧାମନଗର ବ୍ଲକ ଅଧୀନ କଟସାହି ମଣ୍ଡିରେ ପହଞ୍ଚିଥିଲେ। ବଜାରଠାରୁ ଦୂରରେ ଗାଡ଼ି ରଖି ଡ୍ରାଇଭର ଓ ସୁରକଷାକର୍ମୀଙ୍କୁ ସାଙ୍ଗରେ ନେଇଥିଲେ। ଦୀର୍ଘ ସମୟ ଜିଲାପାଳ ଓ ଅନ୍ୟ ଦୁଇ କର୍ମଚାରୀ ହାଟ ଓ ବଜାରରେ ବୁଲୁଥିଲେ। ହାପ୍‌ ପ୍ୟାଣ୍ଟ ଓ ଟି ଶର୍ଟ ପିନ୍ଧି ଜିଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନବିକ୍ରି ବିଷୟରେ ପଚାରିଥିଲେ। ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଏକ ଚାଷୀଙ୍କ ନାମରେ ସେ ତାଙ୍କ ଟୋକନରେ ଧାନ ବିକ୍ରି ପାଇଁ କହିଥିଲେ। କେତେ କଟ୍‌ନି ହେଉଛି ବୋଲି ଜିଲାପାଳ ପଚାରିଥିଲେ। କିନ୍ତୁ ସମବାୟ ଦାୟିତ୍ୱରେ ଥିବା ବାବୁ କହିଥିଲେ ଯେ, ପ୍ରାୟ ୮ କିଲୋ ପର୍ଯ୍ୟନ୍ତ କଟ୍‌ନି ହେବ। ସଙ୍ଗେ ସଙ୍ଗେ ଜିଲାପାଳ ସେହିଠାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜିଲାପାଳଙ୍କ ଏପରି ଅଚାନକ ମଣ୍ଡି ପରିଦର୍ଶନକୁ ଚାଷୀ ମହଲ ସ୍ବାଗତ କରିଥିବା ବେଳେ ମଣ୍ଡି ଅଧିକାରୀ ଓ ମିଲରଙ୍କ ମଧ୍ୟରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ସଂକଟ ବଢ଼ିଲା, କଂଗ୍ରେସ ଶିବିରରେ ଖୁସିର ଲହରୀ,ଜାଣନ୍ତୁ କାହିଁକି

କୋଲକାତା,୬।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ, ଟିଏମସି ଭାଙ୍ଗିଯାଇଛି। ମମତା ବାନାର୍ଜୀଙ୍କ ସମ୍ମୁଖରେ ଦଳକୁ ଏକ ରଖିବାର ଚ୍ୟାଲେଞ୍ଜ ରହିଛି, ଯେତେବେଳେ ନେତାମାନେ ଦଳ ଛାଡି…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

ପରିବେଶ ସୌନ୍ଦର୍ଯ୍ୟ ବଢାଇବାକୁ ପ୍ରୟାସ: କେସିଙ୍ଗା ଏନଏସି ପକ୍ଷରୁ…

କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ…

ନୂଆ ରାଜନୈତିକ ଆନ୍ଦୋଳନ ଆରମ୍ଭକଲେ ଆନ୍ନାମଲାଇ

ଚେନ୍ନାଇ,୬ା୬: ତାମିଲନାଡୁ ଭାଜପାର ପୂର୍ବତନ ସଭାପତି କେ. ଆନ୍ନାମଲାଇଙ୍କ ଇସ୍ତଫାପତ୍ରକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗ୍ରହଣ କରିବା ପରେ ସେ ‘ଓ୍ବି ଦି ଲିଡର୍ସ’…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

ସରିଲା ଛତ୍ରପୁର ମହୋତ୍ସବ: ମନ ଜିଣିଲେ ଅଙ୍କିତା-ପ୍ରଜ୍ଞା-ସଚିନ

ଛତ୍ରପୁର,୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଶେଷ ହୋଇଛି। ଶେଷ ଦିନ…

ଛତ୍ରପୁରରେ ମହୋତ୍ସବ, ଗଞ୍ଜାମ ସହରରେ କେବେ? ପ୍ରଶାସନ-ରାଜନେତାଙ୍କ ଇଛା ଶକ୍ତି ଅଭାବ ପରିଲକ୍ଷିତ

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ହେଡ଼କ୍ୱାର୍ଟର ଛତ୍ରପୁର ଷ୍ଟାଡିୟମଠାରେ ପାଞ୍ଚ ଦିନ ଧରି ଛତ୍ରପୁର ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଥିଲା l ଏହା ଶୁକ୍ରବାର ସନ୍ଧ୍ୟାରେ…

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri