ସାଇକେଲ୍‌ରେ ବୁଲୁଥିବା ଜିଲାପାଳଙ୍କୁ ଅଟକାଇଲେ ମହିଳା କନଷ୍ଟେବଳ

ଭିଲଓ୍ବାଡା,୧୯।୫: କରୋନା ପ୍ରକୋପ ଯୋଗୁ ରାଜସ୍ଥାନ ଭିଲଓ୍ବାଡାରେ ଲକ୍‌ଡାଉନ ଜାରି ରହିଛି। କଟକଣା ସତ୍ତ୍ୱେ ବି କେତେକ ଅମାନିଆ ବାହାରେ ବୁଲୁଥିବାର ନଜିର ରହିଛି। ଫଳରେ ଲକ୍‌ଡାଉନ ସ୍ଥିତି ସମୀକ୍ଷା ପାଇଁ ସହର ପରିକ୍ରମାରେ ବାହାରିଥିଲେ ନିଜେ ଜିଲାପାଳ। ଏହି ସମୟରେ ମହିଳା ପୋଲିସ ତାଙ୍କୁ ଚିହ୍ନି ନ ପାରି ଅଟକାଇବା ସହ ତାଗିଦ୍‌ କରିଥିଲେ। ହେଲେ ସତ ଜାଣିବା ପରେ ମହିଳା ପୋଲିସ ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଜିଲାପାଳ ଶିବ ପ୍ରସାଦ ଏମ୍‌ ନକାତେ ସହରରେ ଲକ୍‌ଡାଉନ୍‌ ସ୍ଥିତି ସମୀକ୍ଷା କରିବା ପାଇଁ ସକାଳୁ ସକାଳୁ ସାଇକେଲ୍‌ରେ ବାହାରିଥିଲେ। ଜିଲାପାଳ ରାଉଣ୍ଡରେ ଯାଉଛନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା କିନ୍ତୁ କେଉଁଥିରେ ଯାଉଛନ୍ତି ତାହା କାହାକୁ ଜଣା ନ ଥିଲା।

ଠିକ୍‌ ସେହି ସମୟରେ ଜିଲାପାଳ ଟି-ସାର୍ଟରେ ସାଇକେଲ୍‌ ଚଳାଇ ଗୁଲମଣ୍ଡି ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ମୁତୟନ ଥିବା ମହିଳା କନଷ୍ଟେବଳ ନିର୍ମଳା ସ୍ବାମୀ ତାଙ୍କୁ ଚିହ୍ନି ନ ପାରି ଅଟକାଇବା ସହ ତାଙ୍କୁ ଘରେ ରହିବାକୁ ତାଗିଦ୍‌ କରିଥିଲେ। ସେହି ସମୟରେ ପଛରେ ଥିବା ଗନ୍‌ମ୍ୟାନ ସେ ଜିଲାପାଳ ବୋଲି ମହିଳା ପୋଲିସଙ୍କୁ କହିଥିଲେ। ଏହା ଶୁଣି କିଛି ସମୟ ପାଇଁ ମହିଳା ପୋଲିସ ଚୁପ୍‌ ହୋଇଯାଇଥିଲେ। କିନ୍ତୁ ଜିଲାପାଳ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜ କର୍ତ୍ତବ୍ୟ ସଠିକ୍‌ ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସୂଚନା ମୁତବାକ ପୂର୍ବରୁ ମହିଳା ପୋଲିସ ନିର୍ମଳା ଓ ତାଙ୍କ ପୁଅ କରୋନାରେ ଆକ୍ରାନ୍ତ ହୋଇସାରଛନ୍ତି। କରୋନାର କଷ୍ଟ ସେ ଅନୁଭବ କରିଛନ୍ତି। ତେଣୁ ଘରୁ ନ ବାହାରିବାକୁ ସେ ଲୋକଙ୍କୁ ନିବେଦନ କରୁଛନ୍ତି ବୋଲି ନିର୍ମଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ...

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୭୭କୁ ବୃଦ୍ଧି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସ୍ତ୍ରୀ ଭିଣୋଇ ଘରକୁ ଚାଲିଯିବାରୁ ରାଗିଗଲେ ସ୍ବାମୀ, ଶାଶୁ-ଶ୍ୱଶୁରଙ୍କୁ କଲେ ଆକ୍ରମଣ

ଲକ୍ଷ୍ନୌ,୪ା୭: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଚକିତ କରିଦେବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଘରେ ନ ଦେଖିବାରୁ ଶାଶୁ-ଶ୍ୱଶୁରଙ୍କ...

ଜେପିସି ତଦନ୍ତ ଦାବିକଲା ଏନ୍‌ସିପି

ମୁମ୍ବାଇ, ୧୯।୧(ପି.ଟି.): ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌ (ବିଏଆର୍‌ସି)ର ପୂର୍ବତନ ମୁଖ୍ୟ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ...

ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ,୨୨ା୮(ପି.ଟି./ଆଇଏଏନ୍‌ଏସ୍‌): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ସନ୍ଧ୍ୟା...

ପୁଲଓ୍ବାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମାେରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ନାଗବେରାନ୍‌-ତାରସାର...

କେରଳରେ ବାର୍ଡ ଫ୍ଲୁ: ୬ ହଜାରରୁ ଅଧିକ ପକ୍ଷୀ ମୃତ…

ଥିରୁଭାନନ୍ତପୁରମ୍‌,୨୫।୧୨ : ଦେଶରେ ଥଣ୍ଡାର ପ୍ରକୋପ ବଢ଼ିବା ସହିତ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। କେରଳର କୋଟ୍ଟାୟାମ ଜିଲାର ତିନୋଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ...

ପୁଣି ଚାଇନାକୁ ଫେରିଲା କରୋନା ମହାମାରୀ…

ବେଜିଂ,୨୪।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି।...

Advertisement
Archives

Model This Week