ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ ପାଟକୁରା ପାଇଁ ବିଜେଡି ନୂଆ ଯୁବ ଚେହେରା ଭାବେ ଅରବିନ୍ଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଅରବିନ୍ଦ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁତ୍ର। ନୂତନ ଚିନ୍ତାଧାରା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ‘ଧରିତ୍ରୀ’କୁ ଏକ ସାକ୍ଷାତ୍‌କାର ଦେଇ ପାଟକୁରାର ସାମୂହିକ ବିକାଶ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି।

ପ୍ରଶ୍ନ: ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି ?
ଉତ୍ତର: ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ପାଇଁ ବହୁ ସମସ୍ୟା ଅଛି। ସେଥିମଧ୍ୟରୁ ଚାଷଜମିକୁ ଜଳସେଚନ ଗୁରୁତ୍ୱ ରଖୁଛି। ସେହିପରି ଯୁବବର୍ଗଙ୍କ ପାଇଁ ବେକାରି ସମସ୍ୟା ମୁଣ୍ଡ ଟେକିଛି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଓ ଯୁବବର୍ଗଙ୍କ ପାଇଁ ଇସ୍ତାହାରରେ ଯେଉଁସବୁ ପ୍ରସଙ୍ଗ ଘୋଷଣା କରିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ଉପରେ ପ୍ରାଥମିକତା ଦେବି। ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସମସ୍ୟା ସାଧାରଣ ଲୋକଙ୍କ ପାଇଁ ଉତ୍କଟ ହେବାରେ ଲାଗିଛି। କମ୍‌ ଉପତ୍ାଦନ ଓ ଅଧିକ ବିଦ୍ୟୁତ୍‌ ଯୋଗାଣ ପାଇଁ ଏଭଳି ସମସ୍ୟା ଉପୁଜୁଥିବାରୁ ପାଟକୁରା ଅଞ୍ଚଳବାସୀଙ୍କ ପାଇଁ କିପରି ଏହି ସମସ୍ୟା ଦୂର ହେବ ସେ ଦିଗରେ ଉଦ୍ୟମ କରିବି।
ପ୍ରଶ୍ନ: ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ପ୍ରାର୍ଥୀ ଚାହୁଁଛନ୍ତି ?
ଉତ୍ତର: ଦୀର୍ଘବର୍ଷ ହେବ ଏହି ନିର୍ବାଚନମଣ୍ଡଳୀଟି ବିଜୁବାବୁଙ୍କ ଜନତା ଦଳ ଓ ପରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଆସୁଛନ୍ତି। ପାଟକୁରା ବିଜୁବାବୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିତା ବିଜୟ ବାବୁଙ୍କ ଗଡ଼ ଭାବେ ପରିଚିତ। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରି ନିର୍ବାଚନମଣ୍ଡଳୀର ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ତେଣୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନବାବୁ ଶପଥ ନେବା ନିଶ୍ଚିତ ଥିବାରୁ ତାଙ୍କ ପ୍ରାର୍ଥତ୍ତ୍ୱ ସପକ୍ଷରେ ଜନମତ ଅଧିକ ରହିବ ଓ ଭୋଟର ତାଙ୍କୁ ଆଶୀର୍ବାଦ କରିବେ ବୋଲି ଭାବୁଛନ୍ତି।
ପ୍ରଶ୍ନ: ମତଦାତାଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେବେ ?
ଉତ୍ତର: ପାଟକୁରାରେ ମହିଳା ସଶକ୍ତୀକରଣ ପାଇଁ ମିଶନ ଶକ୍ତିକୁ ଅଧିକ ସମୃଦ୍ଧ କରିବା ସହ ମହିଳାଙ୍କୁ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା, ଯୁବକମାନଙ୍କ ପାଇଁ କରିଥିବା ସ୍ବତନ୍ତ୍ର ବଜେଟକୁ କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ।
ପ୍ରଶ୍ନ: ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି ?
ଉତ୍ତର: ଯେହେତୁ ମୁଖ୍ୟମନ୍ତ୍ରୀ ମୋତେ ପ୍ରାର୍ଥୀ କରିଛନ୍ତି, ମୁଁ ଜଣେ ଯୁବବର୍ଗର ହୋଇଥିବାରୁ ବହୁସଂଖ୍ୟାରେ ଯୁବପିଢ଼ି ସହ ସାଧାରଣ ଲୋକ ବିଶେଷକରି ମହିଳାଙ୍କ ବିକାଶ ପାଇଁ ଅଧିକ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାରୁ ଭୋଟରମାନେ ମୋ ଉପରେ ବିଶ୍ୱାସ ରଖିବେ।
ପ୍ରଶ୍ନ: ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି ?
ଉତ୍ତର: ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ସମସ୍ତ ଦଳୀୟ କର୍ମୀ ସେମାନଙ୍କ ଅକୁଣ୍ଠଚିତ୍ତ ସମର୍ଥନ ଦେଉଛନ୍ତି। ଅତୀତରେ ତାଙ୍କ ପିତା ବିଜୟବାବୁ ଭାଜପା ଦଳରେ ବିଧାୟକ ପ୍ରାର୍ଥୀ ଭାବେ ଦୁଇଥର ନିର୍ବାଚନ ଲଢ଼ିଛନ୍ତି। ମୋତେ ପ୍ରାର୍ଥୀ କରାଯିବା ପରେ ତାଙ୍କର ସମର୍ଥକମାନେ ମୋତେ ସମର୍ଥନ କରୁଛନ୍ତି। ହେଲେ ଭାଜପା ଏକ ଜାତୀୟ ଦଳ ହୋଇଥିବାରୁ ତାଙ୍କ ଦଳ ପକ୍ଷରୁ କରାଯାଇଥିବା ପ୍ରାର୍ଥୀ ଓ କଂଗ୍ରେସ ମଧ୍ୟ ଏକ ଜାତୀୟ ଦଳ ଭାବେ ପରିଚିତ ଥିବାରୁ ସେହି ଦଳରୁ ହୋଇଥିବା ପ୍ରାର୍ଥୀ ମୋର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିବେ ବୋଲି ଭାବୁଛି।

ସାକ୍ଷାତ୍‌କାର: ଡେରାବିଶରୁ ବେବର୍ତ୍ତା ଅଜୟ ଦାସ, ପାଟକୁରାରୁ ରବୀନ୍ଦ୍ର ନାଥ ବାରିକ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?