ଭିିତରେ ସଂଗ୍ରହ, ବାହାରେ କୁଢ଼ କୁଢ଼ ଆବର୍ଜନା

ବ୍ରହ୍ମପୁର ଅଫିସ,୨୨।୧: ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତ ବର୍ଷ ବିଇଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ୪ ର୍ଥ ସ୍ଥାନ ହାସଲ କରିଛି। ପୂର୍ବରୁ ବିଇଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ସିଟିଜେନ ଭଏସ ସଂଖ୍ୟା ହ୍ରାସ ପାଇବାରୁ ଗତ ବର୍ଷ ର଼୍ୟାଙ୍କ ହ୍ରାସ ପାଇଥିବା ବିଇଏମ୍‌ସି ପକ୍ଷରୁ କୁହାଯାଏ।
କିନ୍ତୁ କେତେକ କ୍ଷେତ୍ରରେ ବିଇଏମ୍‌ସିର ଖାମ ଖିଆଲି ନୀତିରୁ ସହରବାସୀ ନାନା ହଇରାଣ ହେଉଛନ୍ତି। ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଏଭଳି ଭାବେ ସହରର ୮ ନମ୍ବର ୱାର୍ଡରେ ଥିବା ଆବର୍ଜନା ସଂଗ୍ରହ ପଏଣ୍ଟ୍‌ ଅର୍ଥାତ ଟ୍ରାନ୍ସପ୍ରୋଟେଶନ ପଏଣ୍ଟ୍‌ ରହିଛି। ଏହି ପଏଣ୍ଟକୁ ଆଖପାଖ ଅଞ୍ଚଳର ଆର୍ବଜନା ସଂଗ୍ରହ କରାଯାଇ କଣ୍ଟେନର ମଧ୍ୟରେ ପକାଯାଇଥାଏ। ପରେ ଏହାକୁ ଟ୍ରକ ମାଧ୍ୟମରେ ମହୁଡା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ପଠାଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ଆବର୍ଜନା ସଂଗ୍ରହ ପଏଣ୍ଟ୍‌ଟି ସାଧାରଣ ଲୋକଙ୍କ ସମସ୍ୟାର କେନ୍ଦ୍ର ବିନ୍ଦୁ ସାଙ୍ଗକୁ ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ହୋଇ ପଡିଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏପରିକି ରାସ୍ତା ଉପରେ ପଚାସଢା ଆବର୍ଜନା ଗୁଡିକ ପଡି ରହୁଛି।
ସୂଚନା ଯୋଗ୍ୟ, ଏହା ଫାଷ୍ଟଗେଟ ଓ ସାନ ବଜାର ଏବଂ ବଡ ବଜାରକୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ଦେଇ ସାଧାରଣ ଲୋକ ଓ ଭାରୀଯାନ ଯାତାୟାତ କରିଥାଏ। କିନ୍ତୁ ଏଠାରେ ଥିବା ପଏଣ୍ଟ୍‌ ସମ୍ମୁଖରେ କୁଢ କୁଢ ଆବର୍ଜନା ଜମି ରହୁଛି। ଏପରିକି ପ୍ଲାଷ୍ଟିକ ଜରି ସମେତ ଅନ୍ୟାନ୍ୟ ଆବର୍ଜନା ଗୁଡିକୁ ଗୋରୁ ଓ ଘୁଷୁରିଙ୍କ ଚରା ଭୂମି ପାଲଟିଛି। ଆବର୍ଜନା ଜମି ରହିଥିବାରୁ ସମ୍ମୁଖରେ ଥିବା ଏକ ପୋଖରୀ ମଧ୍ୟ ଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତିି।
ସୂଚନା ଥାଉ କି, ବର୍ତ୍ତମାନ ୪୨ଟି ୱାର୍ଡ ନିମନ୍ତେ ଘରକୁ ଘର ଆବର୍ଜନା ସଂଗ୍ରହ ନିମନ୍ତେ ନିଗମର ୫୭ଟି ଗାଡି ରହିଛି। ଆବର୍ଜନା ସଂଗ୍ରହ ପରେ ଗାଡି ଗୁଡିକ ସହରରେ ଥିବା ୪ଟି ଆବର୍ଜନା ସଂଗ୍ରହ ପଏଣ୍ଟ୍‌କୁ ଯାଇଥାଏ। ଏଥିମଧ୍ୟରୁ ନୂଆ ବସ୍‌ଷ୍ଟାଣ୍ଡ, ଧାନମେରା ସାହି ରୋଡ, ଆମ୍ବ ମାର୍କେଟ ରୋଡ ଓ ଗୋଷାଣୀନୂଆଗଁାଠାରେ ପଏଣ୍ଟ ରହିଛି। ପ୍ରତି ପଏଣ୍ଟ୍‌ରେ ଥିବା କଣ୍ଟେନର ୪୦ ମେଟ୍ରିକ ଟନ୍‌ ଆବର୍ଜନା ସଂଗ୍ରହ ପାଇଁ କ୍ଷମତା ରଖିଥାଏ। କିନ୍ତୁ ଏହା ସଂଗ୍ରହ ପଏଣ୍ଟ୍‌ କ୍ଷେତ୍ରରେ ଏଭଳି ଅସୁବିଧା କାରଣରୁ ବହୁ ସମସ୍ୟା ଉପୁଜୁଛି। ସଫେଇ କ୍ଷେତ୍ରରେ ବିଇଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଇଏମ୍‌ସି ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କୁ ପଚାରିବାରୁ ନିଜେ ଉକ୍ତ ଜାଗା ପରିଦର୍ଶନ କରିବି। ସେଠାକାର ସ୍ଥାନ ସଫେଇ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri