ତାସଘର ଭଳି ଭୁଶୁଡ଼ିଲା କୋଠା

ଇସ୍ତାନବୁଲ, ୭।୨: ଗୋଟିଏ ଦିନରେ ତିନିଟି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଏବଂ ସିରିଆକୁ ଦୋହଲାଇ ଦେଇଛି। ଦୁଇ ଦେଶର ପାରିପାର୍ଶ୍ୱିକ ବାତାବରଣର ଚିତ୍ର ମଧ୍ୟ ବଦଳିଯାଇଛି। ଚାରିଆଡ଼େ କାନ୍ଦ ବୋବାଳିର ଶବ୍ଦ ଶୁଣାଯାଉଥିବାବେଳେ ଡାକ୍ତରଖାନାରେ ରକ୍ତଭିଜା ଶରୀରରେ ଛାଇ ହୋଇଯାଇଛି। ବିଲ୍ଡିଂର ଭଗ୍ନାବଶେଷରେ ରାସ୍ତାଘାଟ ସବୁ ଅବରୋଧ ହୋଇଯାଇଛି। ଭୂକମ୍ପ ପ୍ରଭାବରେ ତାସଘର ଭଳି କୋଠାମାନ ଭୁଶୁଡ଼ୁଥିବା ଦେଖିବାକୁ ମିଳିଛି। ଭୂକମ୍ପରେ ୨,୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଭଗ୍ନାବଶେଷ ତଳେ ଶତାଧିକ ଲୋକେ ଫସି ରହିଥିବା ବିଶ୍ୱାସ କରାଯାଉଛି। ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ୭.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପରେ ଆହୁରି ୨ଟି ବଡ଼ ଭୂକମ୍ପ ସହ ପଶ୍ଚାତ କମ୍ପନ ଅନୁଭୂତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଇର୍ଡୋଗାନଙ୍କ ସୂଚନା ମୁତାବକ ଭୂକମ୍ପରେ ୫,୩୮୩ ଜଣ ଆହତ ହୋଇଥିବାବେଳେ ପାଖାପାଖି ୨,୮୧୮ ବିଲ୍ଡିଂ ମାଟିରେ ମିଶିଯାଇଛି।
ଓ ସିରିଆରେ ଏ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ପରେ ବହୁ ରାଷ୍ଟ୍ର ସହାୟତାର ହାତ ବଢ଼ାଇଛନ୍ତି। ଭାରତ ପକ୍ଷରୁ ଦୁଇଟି ରେସ୍କ୍ୟୁ ଟିମ୍‌, ଚିକିତ୍ସା ସମାଗ୍ରୀ ପଠାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମୃତକଙ୍କ ପାଇଁ ସମବେଦନା ଜଣାଇବା ସହ ସ୍ବତନ୍ତ୍ର ଟିମ୍‌ ଓ ରିଲିଫ୍‌ ସାମଗ୍ରୀ ଦୁଇ ଦେଶକୁ ପଠାଇଥିବା କହିଛନ୍ତି। ତୁର୍କୀର ଦକ୍ଷିଣାଞ୍ଚଳ ଏବଂ ସିରିଆର ଉତ୍ତରାଞ୍ଚଳରେ ବଡ଼ ଧରଣର ଭୂକମ୍ପ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳ୍ୟୁଏଚ୍‌ଓ) ଦୁଇ ଦେଶକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ତୁର୍କୀ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପୋପ୍‌ ଫ୍ରାନ୍ସିସ୍‌ ଅତ୍ୟନ୍ତ ମର୍ମାହତ ଏବଂ ମୃତକଙ୍କ ପାଇଁ ସେ ସମବେଦନା ଜଣାଇଥିବା ଭାଟିକାନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରୋଁ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁର୍କୀ ଓ ସିରିଆକୁ ସହାୟତାର ହାତ ବଢ଼ାଇଛନ୍ତି।

ପୂର୍ବରୁ ହୋଇଥିବା ବଡ଼ ଭୂକମ୍ପ

ମସିହା ମେ ୨୨ରେ ଦକ୍ଷିଣ ଆମେରିକାର ଚିଲେରେ ୯.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ୪,୪୮୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ନିୟୁତ ଲୋକ ବାସହରା ହୋଇଥିଲେ।
ମସିହା ମାର୍ଚ୍ଚ ୨୮ରେ ଆଲାସ୍କାର ପ୍ରିନ୍ସ ଓ୍ବିଲିଅମ ସାଉଣ୍ଡରେ ୯.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୧୧ ନିୟୁତ ଡଲାରର ସମ୍ପତ୍ତି ନଷ୍ଟ ହୋଇଥିଲା।
୨୦୦୪ ମସିହା ଡିସେମ୍ବର ୨୬ରେ ନର୍ଦର୍ନ ସୁମାତ୍ରାର ଓ୍ବେଷ୍ଟ କୋଷ୍ଟରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୯.୧ ଥିଲା। ଏଥିରୁ ହୋଇଥିବା ସୁନାମି ଦ୍ୱାରା ଇଣ୍ଡୋନେସିଆ ଅଧିକ ପ୍ରଭାବିତ ହୋଇଥିଲା। ପାଖାପାଖି ୨,୩୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
ମସିହା ଅଗଷ୍ଟ ୧୩ରେ ଆମେରିକାର ଏରିକା ଓ ପେରୁରେ ୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିବାବେଳେ ୨୫,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri