Posted inଫୁରସତ

ମିଳିତ ସହଯୋଗ ଐତିହ୍ୟ ବିକାଶର ଚାବିକାଠି

‘ଐତିହ୍ୟର ଓଡ଼ିଶା’ ସ୍ତମ୍ଭର ପଚାଶତମ ଆଲେଖ୍ୟରେ ଆଜି ପ୍ରବେଶ କଲାବେଳେ ଅନୁଭବର ଅନେକ ଦିଗ ଆମକୁ ଆମୋଦିତ କରୁଛି। ‘ବ୍ରହ୍ମବନର କୋଣାଦିତ୍ୟ’ ଶୀର୍ଷକରୁ ଆଲୋଚନା ଆରମ୍ଭ ହୋଇଥିଲା। ସେଥିରେ ଆମେ ସୂଚନା ଦେଇଥିଲୁ ଗୌରବମୟ ଐତିହ୍ୟର ଆଲୋଚନା ଦ୍ୱାରା ଗୋଟାଏ ଜାତିର ଜାତୀୟତାଭାବକୁ ପାଠକଟିଏ ନୂଆ ରୂପରେ ତଉଲାଇବାର ଅବକାଶ ପାଏ। ତା’ ଅତୀତକୁ ସେ ନୂଆ କରି ପୁଣି ଦେଖେ।
ଅତୀତକୁ ନୂଆ କରି ଦେଖାଇବାକୁ ଆମେ ଯେତେ ସହଜ ବୋଲି ହେଜିଥିଲୁ, ବାସ୍ତବରେ ତାହା ନୁହେଁ। ପୁଣି କୋଣାର୍କ ପ୍ରସଙ୍ଗ! ଦେଖିଲୁ କୋଣାର୍କ ଉପରେ ଯେତେ ଆଲୋଚନା ପ୍ରାୟ ସବୁ ଅଧାପନ୍ତରିଆ। ସନାତନ ଶାସ୍ତ୍ରର ମୂଳ ରହସ୍ୟକୁ ଯେମିତି ଆଡ଼େଇ ଦିଆଯାଇଛି, ବାସ୍ତବ ଇତିହାସକୁ ସେମିତି ବୁଲେଇ ବଙ୍କେଇ ଆଂଶିକ ସତ୍ୟର ରୂପ ଦିଆଯାଇଛି। ଜ୍ୟୋତିର୍ବିଜ୍ଞାନର ଏକ ‘ମାନ-ମନ୍ଦିର’କୁ ବିଜ୍ଞାନ ଦୃଷ୍ଟିକୋଣରେ ନ ଦେଖି ‘ପିରାମିଡ୍‌’ ବୋଲି ଉପ-ସଂହାର କରାଯାଇଛି। ତୀର୍ଥର ସାମାଜିକ ପରିଭାଷାରେ ଯେଉଁମାନେ ପ୍ରବେଶ କରିନାହାନ୍ତି, ସେମାନେ ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠେଇବାକୁ ପଛେଇ ନାହାନ୍ତି। କୋଣାର୍କର ବାରଟି ନାମର ରହସ୍ୟ ନ ଜାଣି ଓଡ଼ିଆ ଜାତିର ଗୌରବମୟ ଐତିହ୍ୟକୁ ଛଡ଼ାଇ ନେବାର ଉପକ୍ରମ ମଧ୍ୟ କେତେକ ଲେଖକ କରିଯାଇଛନ୍ତି। ଏକପାଖିଆ ବିଚାରବୋଧ ମନକୁ ଚହଲେଇ ଦେଇଛି। ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିକୁ ତୁଚ୍ଛ ତାଚ୍ଛଲ୍ୟ କରିବାରେ କେତେଜଣ ଲେଖକ ଜୀବନର ବହୁ ବର୍ଷ ବିତେଇଥିବେ ଭାବି ଆମେ ଦୁଃଖିତ ହୋଇଛୁ। ଶେଷକୁ ମୂଳସ୍ତରରୁ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲୁ।
ଭୁକ୍ତି ଓ ମୁକ୍ତିର ତୀର୍ଥ କୋଣାଦିତ୍ୟର ପରିଭାଷା ତଥାକଥିତ ଲେଖକଙ୍କ ଲେଖାରୁ ଆମେ ଖୋଜି ନିରାଶ ହୋଇଛୁ। ଆମେ ଯେଉଁ ମନ୍ଦିର କଥା ଆଲୋଚନା କରୁଛେ, ତାହା ସୂର୍ଯ୍ୟଙ୍କର ତୃତୀୟ ମନ୍ଦିର। ପୂର୍ବରୁ ଦୁଇଟି ମନ୍ଦିର ମହାକାଳରେ ଧ୍ୱଂସ ପାଇଯାଇଛି। ତୃତୀୟ ମନ୍ଦିରର ଗୌରବମୟ ସ୍ମାରକୀକୁ ଯିଏ ଅନ୍ୟର ଖତିଆନାରେ ଦରଜ କରିବାକୁ ତତ୍ପର ଥିଲେ, ସେମାନେ ପୂର୍ବ ଦୁଇଟି ମନ୍ଦିରର ଇତିହାସକୁ କାହିଁକି ଆଲୋଚନା ସ୍ତରକୁ ଆଣିଥାନ୍ତେ? ଅନେକ ଜାଣିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର ଓଡ଼ିଆ ଶିଳ୍ପୀ ନିର୍ମାଣ କରିବା ପରେ କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ହୋଇଥିଲା, ତଥାପି କେଜାଣି କାହିଁକି ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରର ପରାକାଷ୍ଠାକୁ ଗୁରୁତ୍ୱ ଦେଲା ପରି ଲାଗିଲାନି।
କୋଣାର୍କ ମନ୍ଦିର ଥିଲା ‘ସୂର୍ଯ୍ୟବଲ୍ଲଭ ପ୍ରାସାଦ’। ଏହି ପ୍ରାସାଦରେ ପ୍ରତ୍ୟେକ ପଥରରେ ଓଡ଼ିଆ ଶିଳ୍ପୀ କବିତାକୁ ହିଁ ଆଙ୍କି ଦେଇଥିଲା। ଆମେ ତା’ର ଚିତ୍ର ବି ଆଲୋଚନା କରିଛେ। ଗୋଟେ ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତି ହିଁ ସୃଷ୍ଟି କରିଥିଲା ‘କଳିଙ୍ଗ ମନ୍ଦିର ସ୍ଥାପତ୍ୟ’। ଏହାକୁ ପ୍ରମାଣିତ କରିବା ପାଇଁ ଏକାମ୍ର କ୍ଷେତ୍ର କିପରି ପରୀକ୍ଷାଗାର ଥିଲା, ତାହା ବି ଉପସ୍ଥାପନ କରିଥିଲୁ। ସୂର୍ଯ୍ୟ ଉପାସନାର ସାମାଜିକ ବାର୍ତ୍ତା, ଓଡ଼ିଶାରୁ ହିଁ ପ୍ରାଚୀନ କାଳରୁ ଜାତୀୟ ସ୍ତରରେ ଉପସ୍ଥାପିତ ହୋଇଥିଲା। ସେଥିପାଇଁ ଅଖଣ୍ଡ ଓଡ଼ିଶାରେ ‘ଶାମ୍ବ ଦଶମୀ’ ଏକ ଗଣଉପାସନାରେ ପରିଣତ ହୋଇଥିଲା, ଆଜି ବି ଅଛି। ଆମେ ବିଗତ ଆଲେଖ୍ୟଗୁଡ଼ିକରେ ପ୍ରମାଣିତ କରିବାକୁ ଚେଷ୍ଟା କରିଛୁ- ମନ୍ଦିର ନିର୍ମାଣ ପାଇଁ ଓଡ଼ିଆମାନେ ଆତ୍ମନିର୍ଭରଶୀଳ ଥିଲେ। ଏବେ ବି ଅଛନ୍ତି। ଭାରତ ହେଉ କି ଭାରତ ବାହାରେ, ଆଜି ବି ବଡ଼ ବଡ଼ ମନ୍ଦିର ନିର୍ମାଣରେ ଓଡ଼ିଆଶିଳ୍ପୀଙ୍କ ଅବଦାନକୁ ସଭିଏଁ ସ୍ବୀକାର କରୁଛନ୍ତି।
‘ଐତିହ୍ୟର ଓଡ଼ିଶା’ ସ୍ତମ୍ଭରେ ଆମେ ଆଗକୁ ମନ୍ଦିର ନିର୍ମାଣର ପ୍ରାମାଣିକ ଉପାଦାନ ଆଧାରରେ ବହୁ ଅନାଲୋଚିତ ପ୍ରସଙ୍ଗ ଆଲୋଚନା କରିବା। ତାହା ସହିତ ବିଚାର କରିବା ଗୋଟିଏ ମନ୍ଦିର ନିର୍ମାଣ ସମୟରେ ଅନ୍ୟ ମନ୍ଦିରର ସହଯୋଗ ବି ସମଭାବରେ ରହୁଥିଲା। ଇତିହାସ ପୃଷ୍ଠାରେ ସହଭାଗିତା ଓ ସାହଚର୍ଯ୍ୟ ମାନସିକତାକୁ ଯଥାଯୋଗ୍ୟ ବିଚାର କରାଗଲା ପରି ଜଣାପଡ଼େ ନାହିଁ।
ବାୟାଚକଡ଼ା ପୋଥିରେ ଗୋଟିଏ ଶବ୍ଦ ବ୍ୟବହାର ହୋଇଛି ‘ପଦ୍ମକେଶର ମହାରଥ ମନ୍ଦିର’। ମହାରଥ ଶବ୍ଦର ଐତିହ୍ୟକୁ ବୁଝିବାକୁ ଚେଷ୍ଟା କରିଛୁ। ସୂର୍ଯ୍ୟଙ୍କର ରଥାକୃତି ମନ୍ଦିର ନିଶ୍ଚୟ। ଏହି ଶବ୍ଦ ପଛରେ ‘ଶ୍ରେଷ୍ଠ’ ଭାବ ରହିଛି। ଗଜପତିଙ୍କର ୫ ଅଙ୍କରେ ମହାରଥ ମନ୍ଦିର ପାଇଁ ପ୍ରଥମେ ମାପଚୁପ ଆରମ୍ଭ ହୋଇଥିଲା ତିନିଜଣଙ୍କ ନେତୃତ୍ୱରେ। ସୂତ୍ରଧର ସଦାଶିବ ସାମନ୍ତରା, ଗଙ୍ଗା ମହାପାତ୍ର ଓ ଗଦେଇ ମହାପାତ୍ର। ତିନିଜଣଯାକ ପଥର ଶିଳ୍ପୀ। ତାଙ୍କ ଭିତରେ ଗଭୀର ବିଚାରବିମର୍ଶ ହୋଇଛି ରୂପାସ-ଗଡ଼ ଶିବିରରେ। ଶିଳ୍ପୀଙ୍କ ପାଇଁ ‘ଶିବିର’ ଆରମ୍ଭ ହୋଇ ସାରିଥିଲା ମାପଚୁପ ବେଳକୁ।
ଏହି ତିନିଜଣ ପାଲିଙ୍କିରେ ଯିବାଆସିବା କରୁଥିଲେ। ମର୍ଯ୍ୟାଦା ଦିଆଯାଉଥିଲା ମୁଖ୍ୟ ଶିଳ୍ପୀମାନଙ୍କୁ। ମୁଖ୍ୟ ଶିଳ୍ପୀମାନେ ଶିଳ୍ପଶାସ୍ତ୍ରର ଗଭୀରତାକୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହୋଇଥିଲା। ପଣ୍ଡିତ ବନ୍ଧୁ ରଥ ସଂସ୍କୃତ ଭାଷାର ଶାସ୍ତ୍ର ରହସ୍ୟ ଶିଳ୍ପୀଙ୍କୁ ଶିକ୍ଷା ଦେଉଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri