ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ ଥିଲାବେଳେ ଏବେ ଏହି କାମରୁ ମୁହଁ ଫେରାଇ ନେଲେଣି କାରିଗର। ନା ଅଛି ସରକାରୀ ସହାୟତା ନା ମିଳୁଛି କଞ୍ଚାମାଲ। ବର୍ତ୍ତମାନ ଅସହାୟ ହୋଇ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ ରୋଜଗାରର ପନ୍ଥା ଆପଣାଇବାକୁ ବାଧ୍ୟ ହେଲେଣି କାରିଗର।
ଗଜପତି ରାଜପ୍ରାସାଦର ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ ସମୟରେ ମହାରଣାମାନଙ୍କ ୧୬ ପରିବାର କଲିକତାରୁ ଆସିଥିଲେ। ପରବର୍ତ୍ତୀ ସମୟରେ ରାଜ ପରିବାରର ଆତିଥ୍ୟକୁ ଛାଡି ନ ପାରି ଏଠାରେ ହିଁ ରହିଗଲେ। ସେହି ସମୟରେ ପାରଳାଖେମୁଣ୍ଡିରେ ପ୍ରଚୁର ପରିମାଣରେ ମଇଁଷି, ଗାଈ, ଜିଆଦ ଶିଙ୍ଗ ମିଳୁଥିଲା। ଏହାକୁ ନେଇ କାରିଗରମାନେ ଶିଙ୍ଗରେ ବିଭିନ୍ନ ଆକୃତିର କଣ୍ଢେଇ, ପାନିଆ, ହାତୀ, ଚଢ଼େଇ ତିଆରି କଲେ। ଯାହା ଦେଖି ରାଜପରିବାର ମହାରଣାମାନଙ୍କୁ ଏଠାରେ ରହିବା ପାଇଁ ବଡ଼ଦାଣ୍ଡ ସାହିରେ ଘର ଦେଇଥିଲେ। ପରବର୍ତ୍ତୀ ସମୟରେ ଏମାନଙ୍କ ବଂଶ ବୃଦ୍ଧି ହୋଇ ୪୦ରୁ ଊଦ୍ଧର୍‌ବ ପରିବାର ଶିଙ୍ଗ କାମ କରି ନିଜର ଜୀବିକା ନିର୍ବାହ କରିଥିଲେ। କାଳକ୍ରମେ ଶିଙ୍ଗ ତିଆରି ଜିନିଷର ପ୍ରଚାର ପ୍ରସାର ଯୋଗୁ ରାଜ୍ୟ ତଥା ରାଜ୍ୟ ବାହାରେ ବି ଚାହିଦା ବଢ଼ିବାକୁ ଲାଗିଲା। ଦିଲ୍ଲୀରୁ ପଲ୍ଲୀ ଯାଏ ବିଭିନ୍ନ ଯାତ୍ରା ପ୍ରଦର୍ଶନୀରେ କାରିଗରମାନେ ନିଜ ହାତ ତିଆରି ଜିନିଷ ବିକ୍ରି କରି ଭଲ ରୋଜଗାର ମଧ୍ୟ କରୁଥିଲେ। ହେଲେ ଏବେ କାରିଗରମାନେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ସରକାରୀ ସ୍ତରରେ ନା କୌଣସି ପ୍ରୋତ୍ସାହନ ମିଳୁଛି ନା କଞ୍ଚାମାଲ ମିଳୁଛି। ଏବେ କେବଳ ୭ରୁ ୮ ପରିବାର ଏହି ଶିଙ୍ଗ କାମ କରୁଛନ୍ତି।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରଣାମାନଙ୍କୁ ଶିଙ୍ଗରେ ବିଭିନ୍ନ ଜିନିଷ ତିଆରି କରିବା ଦେଖି ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଥିଲେ। ଏଥିଯୋଗୁ ପ୍ରାୟ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲାଣି ପାରଳାଖେମୁଣ୍ଡିରେ ଶିଙ୍ଗ ଜିନିଷ ସବୁ ପ୍ରସ୍ତୁତ ହେଉଥିବାବେଳେ ଚାରିଆଡେ ଏହା ପ୍ରସିଦ୍ଧ ହୋଇଛି। ଏହି କାମର ଚାହିଦାକୁ ଦେଖି ଏକ ସମବାୟ ସଂସ୍ଥା ମଧ୍ୟ ଗଢ଼ାଯାଇଥିଲା, ଯାହା କି ୧୯୪୮ ମସିହାରୁ ରାଜ୍ୟ ସରକାରଙ୍କ ହସ୍ତ ଶିଳ୍ପ ବିଭାଗ ଅଧୀନରେ ପଞ୍ଜୀକୃତ ହୋଇ କାର୍ଯ୍ୟ କରୁଛି। କିନ୍ତୁ ବର୍ତ୍ତମାନ ଶିଙ୍ଗ ନ ମିଳିବା ସହିତ ହସ୍ତ ଶିଳ୍ପ ବିଭାଗର ବେପରୁଆ ମନୋଭାବ ଯୋଗୁ ଏହି ଶିଳ୍ପ ବିଲୁପ୍ତ ହେବାକୁ ବସିଛି। ବିଶ୍ୱକର୍ମା ଶିଙ୍ଗ ସମବାୟ ସଂସ୍ଥାରେ ୫୦ କାରିଗର କାମ କରୁଥିଲେ, କିନ୍ତୁ ଏବେ ମାତ୍ର ୫, ୬ ଜଣ କାରିଗର କାମ କରୁଛନ୍ତି।
ତେବେ କଳାକାର ପେନ୍‌ସନ ପରି ଏହି କାରିଗରମାନଙ୍କୁ କାରିଗରି ପେନ୍‌ସନ ଦେବା ସହ ଏହି ଶିଳ୍ପର ଉନ୍ନତି ପାଇଁ ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ସରକାର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢ଼ିଙ୍କୁ ରୋଜଗାର ପନ୍ଥା ଯୋଗାଇବା ପାଇଁ ପ୍ରୋତ୍ସାହନ କରୁଛନ୍ତି। ସେହିଭଳି ଶିଙ୍ଗ କାମକୁ ମଧ୍ୟ ପ୍ରୋତ୍ସାହନ ଦେଲେ ବିଲୁପ୍ତ ହେବାକୁ ଯାଉଥିବା କଳାକୁ ପୁଣି ଉଜ୍ଜୀବିତ କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଗିରିଧାରୀ ପରିଚ୍ଛା


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?