Posted inଜାତୀୟ

ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୧।୧: ୨୦୨୦ ବିଦାୟ ଦେଇଛି। ସମସ୍ତେ ନିଜ ନିଜ ଶୈଳୀରେ ୨୦୨୧ ବର୍ଷକୁ ସ୍ବାଗତ କରିଛନ୍ତି। ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ଅନେକ ଅଞ୍ଚଳରେ ନୂଆ ବର୍ଷର ପ୍ରଥମ ଦିନ ପାରା ୧.୧ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଗତ ୧୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ଅଟେ। ଅନେକ ଅଞ୍ଚଳରେ ସକାଳେ ଘନ କୁହୁଡ଼ି ହୋଇଥିଲା। ଶୁକ୍ରାବର ସକାଳ ୬ଟାରେ ସଫଦରଜଙ୍ଗ ଏବଂ ପାଲାମରେ ଘନ କୁହୁଡ଼ି ଯୋଗୁ ଟ୍ରାଫିକ ଗତି ମଧ୍ୟ ପ୍ରଭାବିତ ହୋଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଥିସହିତ ଦିଲ୍ଲୀର ଅନ୍ୟ ଏକ ଅଞ୍ଚଳ ପାଲମ ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଦିଲ୍ଲୀରେ ୩ ରୁ ୫ ଜାନୁଆରୀ ମଧ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବ୍ୟତୀତ ପଶ୍ଚିମ ହିମାଚଳ ପ୍ରଦେଶରେ ତୁଷାରପାତ ହେବାର ଆଶଙ୍କା ରହିଛି। ସମତଳ ଅଞ୍ଚଳରେ ଥଣ୍ଡା ତରଙ୍ଗର ପୂର୍ବାନୁମାନ କରିଛି ବିଭାଗ। ସୂଚନାଯୋଗ୍ୟ, ଜାନୁଆରୀ ୮, ୨୦୦୬ରେ, ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ବର୍ଷ ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୧୮ା୫ : ଭାରତ ମହାସାଗରରେ ଚାଇନାର ଏକ ମାଛଧରା ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ସେଥିରେ ଥିବା ୩୯ କର୍ମଚାରୀ ନିଖୋଜ ଅଛନ୍ତି। ବେଜିଂର...

ସିଏବି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୫।୧୦: ବର୍ତ୍ତମାନ ବିସିସିଆଇର ବିଦାୟୀ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ସେ ବେଙ୍ଗଲ କ୍ରିକେଟ ଆସୋସିଏଶନ(ସିଏବି) ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା...

୨୦୧୮ ଭିଡ଼ହିଂସା ମାମଲାରେ ୪ ଜଣଙ୍କୁ ୭ ବର୍ଷ ଜେଲ

ଜୟପୁର, ୨୬ା୫ : ୨୦୧୮ରେ ରାକବର ଖାନ୍‌ଙ୍କୁ ପିଟି ମାରିଦେବା ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ରାଜସ୍ଥାନ ଅଲଓ୍ବର ଜିଲାର ଏକ ଅଦାଲତ...

ଟିକା ଦର ଧାର୍ଯ୍ୟ କଲା ସେରମ: ଏତିକି ଟଙ୍କାରେ ମିଳିବ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଟିକାକରଣକୁ ଜୋରଦାର ପାଇଁ କେନ୍ଦ୍ର ସରକାର ଆଗେଇ ଆସିଛନ୍ତି। କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ସେରମ...

ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଶନିବାର ସିବିଆଇରେ ହାଜର ହୋଇଛନ୍ତି। ପୂର୍ବରୁ ସିବିଆଇ ପଚରାଉଚରା କରିବା ପାଇଁ...

‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...

ହିମନ୍ତ-ସାଙ୍ଗମାଙ୍କ ନିଷ୍ପତ୍ତି, ତୁଟିବ ଆସାମ-ମେଘାଳୟ ସୀମା ବିବାଦ…

ଗୁଆହାଟୀ/ଶିଲଂ, ୨୨।୮ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ୬ ଅଞ୍ଚଳରେ ଆନ୍ତଃରାଜ୍ୟ ସୀମା ବିବାଦର...

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଚଣ୍ଡିଗଡ, ୧୨।୧: ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢିଚାଲିଛି। ଏଥିରେ ଅନେକ ଅଭିନେତା, ନେତା କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏବେ ପଞ୍ଜାବର ପୂର୍ବତନ...

Advertisement
Archives

Model This Week