ଅନିଶ୍ଚିତତାରେ ଶୀତଳଭଣ୍ଡାର: ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୨।୫ : ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଜିଲାରେ ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ। ଯେଉଁ କାରଣରୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରତିକାର ହୋଇପାରୁନାହିଁ। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାଜ୍ୟରେ ବାର୍ଷିକ ୧୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଆଳୁର ଆବଶ୍ୟକତା ଥିବାବେଳେ ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହେଉଥିବା ଆକଳନ କରାଯାଇଛି। ଯାହାକି ଆବଶ୍ୟକତାର ୪ ଭାଗରୁ ଭାଗେ ହେବ। ଏଭଳିସ୍ଥିତିରେ ଆଳୁ ଚାଷ ନିମନ୍ତେ ଜଗତ୍‌ସିଂହପୁର ଜିଲାରେ ପର୍ଯ୍ୟାପ୍ତ କ୍ଷେତ୍ର ରହିଛି। ଅନେକ ସ୍ଥାନରେ ଏହି ଚାଷ ପାଇଁ ଜମି ଥିଲେ ସୁଦ୍ଧା ଆବଶ୍ୟକ ଜଳସେଚନ, ଶୀତଳ ଭଣ୍ଡାର ଓ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁି । ଫଳରେ ଆଳୁ ଅମଳ ପରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଚାଷୀ କିଲୋପ୍ରତି ୪/୫ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପରେ ଚାଷୀ ଚଢ଼ା ଦରରେ ତାହାକୁ କିଣି ଶୋଷିତ ହେଉଛନ୍ତି। କେବଳ ଆଳୁ ନୁହେଁ ବିଲାତି, ଲଙ୍କା, କୋବି ଓ ଅନ୍ୟାନ୍ୟ ପନିପରିବା ଚାଷରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳୁଛି। ଅପରପକ୍ଷେ ଆର୍‌ଏମ୍‌ସି ପ୍ରତିବର୍ଷ କୃଷିଜାତ ଦ୍ରବ୍ୟ କିଣାବିକା କ୍ଷେତ୍ରରେ ବିଶେଷକରି ଖରିଫ ଧାନ ସଂଗ୍ରହ ବେଳେ ୨% ହିସାବରେ ବହୁ ଟଙ୍କା ଟିକସ ନେଉଛି। କିନ୍ତୁ ଭିତ୍ତିଭୂମି କ୍ଷେତ୍ରରେ ଆଶାଜନକ ବିନିଯୋଗ କରୁନି। ଜିଲାରେ ଜନସଂଖ୍ୟା ଓ ଚାହିଦାକୁ ଦୃଷ୍ଟିରେ ରଖି ବାର୍ଷିକ ୧ ଲକ୍ଷ ୩୦ ହଜାର ମେଟ୍ରିକ ଟନ୍‌ ଆଳୁ ଆବଶ୍ୟକ। ଏହି ପରିମାଣର ଆଳୁ ପାଇବାକୁ ହେଲେ ୨୦୦୦ରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଠିକ୍‌ ସମୟରେ ଉନ୍ନତ କିସମର ବିହନ, ଜଳସେଚନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଆବଶ୍ୟକ ା ସେପରି ହେଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ପ୍ରତିବର୍ଷ ମୁଗ, ବିରି ଭଳି ଡାଲିଜାତୀୟ ଫସଲ ସମେତ ଆଳୁ, ବିଲାତି, ପିଆଜ ଓ ଅନ୍ୟାନ୍ୟ ପନିପରିବାର ଅଭାବୀ ବିକ୍ରି ଦେଖାଯାଉଛି। ଏହାକୁ ରୋକିବା କ୍ଷେତ୍ରରେ ସରକାର ପଦକ୍ଷେପ ନେଉନାହାନ୍ତି। ବିଶେଷକରି ଆବଶ୍ୟକ କୃଷିଭିତ୍ତିଭୂମିର ଅଭାବ ଚିନ୍ତାର କାରଣ ହୋଇଛି। ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ବା ସମବାୟ ସମିତି ମାଧ୍ୟମରେ ସରକାରୀ ଶୀତଳଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦି ପ୍ରତିଷ୍ଠା କରାଗଲେ ଚାଷୀ ଓ ବେପାରୀ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି । ସ୍ଥାନୀୟ ଯୋଗଧାରୀସ୍ଥିତ ସମବାୟ ବିଭାଗ ଦ୍ୱାରା ପରିଚାଳିତ ଶୀତଳ ଭଣ୍ଡାର କେନ୍ଦ୍ର ଦୀର୍ଘ ବର୍ଷ ହେବ ଅଚଳ ରହିଛି। ଏହା କାର୍ଯ୍ୟକ୍ଷମ ନ ହୋଇ ଏବେ ଭୂତକୋଠି ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ କୌଣସି ମାଧ୍ୟମରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଗଲେ ଜିଲାବାସୀ ଉପକୃତ ହୁଅନ୍ତେ। ଅତୀତରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏନେଇ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଚାଷୀ ଓ ଚାଷ ପ୍ରତି ରାଜ୍ୟ ସରକାର ବିମୁଖ ହୋଇ ଯାଇଥିବା ଅଭିଯୋଗ କରାଯାଇ ତୁରନ୍ତ ଜିଲାରେ ସରକାରୀ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଏ ବାବଦରେ ଚିନ୍ତା କରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ।
ଏ ସମ୍ପର୍କରେ ଜଗତ୍‌ସିଂହପୁର ଆର୍‌ଏମ୍‌ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ କହିଛନ୍ତି, ସରକାରୀ ନିୟମ ରହିଛି ବାର୍ଷିକ ୧୦ କୋଟି ଟଙ୍କା ଆୟ ନଥିଲେ କୌଣସି ଆରଏମସି ଶୀତଳ ଭଣ୍ଡାର କରିପାରିବ ନାହିଁ। ସେ ଦୃଷ୍ଟିରୁ ଜଗତ୍‌ସିଂହପୁର ଆରଏମ୍‌ସି ଏହାକୁ କରିବାକୁ ଯୋଗ୍ୟତା ନାହିଁ। କିନ୍ତୁ ରାଜ୍ୟ ସରକାର ପିପିପି ମୋଡ଼ରେ ଜିଲାରେ ଶୀତଳଭଣ୍ଡାର କରିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ କାର୍ଯକାରୀ ହୋଇପାରିନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri