ଅନିଶ୍ଚିତତାରେ ଶୀତଳଭଣ୍ଡାର: ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୨।୫ : ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଜିଲାରେ ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ। ଯେଉଁ କାରଣରୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରତିକାର ହୋଇପାରୁନାହିଁ। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାଜ୍ୟରେ ବାର୍ଷିକ ୧୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଆଳୁର ଆବଶ୍ୟକତା ଥିବାବେଳେ ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହେଉଥିବା ଆକଳନ କରାଯାଇଛି। ଯାହାକି ଆବଶ୍ୟକତାର ୪ ଭାଗରୁ ଭାଗେ ହେବ। ଏଭଳିସ୍ଥିତିରେ ଆଳୁ ଚାଷ ନିମନ୍ତେ ଜଗତ୍‌ସିଂହପୁର ଜିଲାରେ ପର୍ଯ୍ୟାପ୍ତ କ୍ଷେତ୍ର ରହିଛି। ଅନେକ ସ୍ଥାନରେ ଏହି ଚାଷ ପାଇଁ ଜମି ଥିଲେ ସୁଦ୍ଧା ଆବଶ୍ୟକ ଜଳସେଚନ, ଶୀତଳ ଭଣ୍ଡାର ଓ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁି । ଫଳରେ ଆଳୁ ଅମଳ ପରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଚାଷୀ କିଲୋପ୍ରତି ୪/୫ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପରେ ଚାଷୀ ଚଢ଼ା ଦରରେ ତାହାକୁ କିଣି ଶୋଷିତ ହେଉଛନ୍ତି। କେବଳ ଆଳୁ ନୁହେଁ ବିଲାତି, ଲଙ୍କା, କୋବି ଓ ଅନ୍ୟାନ୍ୟ ପନିପରିବା ଚାଷରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳୁଛି। ଅପରପକ୍ଷେ ଆର୍‌ଏମ୍‌ସି ପ୍ରତିବର୍ଷ କୃଷିଜାତ ଦ୍ରବ୍ୟ କିଣାବିକା କ୍ଷେତ୍ରରେ ବିଶେଷକରି ଖରିଫ ଧାନ ସଂଗ୍ରହ ବେଳେ ୨% ହିସାବରେ ବହୁ ଟଙ୍କା ଟିକସ ନେଉଛି। କିନ୍ତୁ ଭିତ୍ତିଭୂମି କ୍ଷେତ୍ରରେ ଆଶାଜନକ ବିନିଯୋଗ କରୁନି। ଜିଲାରେ ଜନସଂଖ୍ୟା ଓ ଚାହିଦାକୁ ଦୃଷ୍ଟିରେ ରଖି ବାର୍ଷିକ ୧ ଲକ୍ଷ ୩୦ ହଜାର ମେଟ୍ରିକ ଟନ୍‌ ଆଳୁ ଆବଶ୍ୟକ। ଏହି ପରିମାଣର ଆଳୁ ପାଇବାକୁ ହେଲେ ୨୦୦୦ରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଠିକ୍‌ ସମୟରେ ଉନ୍ନତ କିସମର ବିହନ, ଜଳସେଚନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଆବଶ୍ୟକ ା ସେପରି ହେଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ପ୍ରତିବର୍ଷ ମୁଗ, ବିରି ଭଳି ଡାଲିଜାତୀୟ ଫସଲ ସମେତ ଆଳୁ, ବିଲାତି, ପିଆଜ ଓ ଅନ୍ୟାନ୍ୟ ପନିପରିବାର ଅଭାବୀ ବିକ୍ରି ଦେଖାଯାଉଛି। ଏହାକୁ ରୋକିବା କ୍ଷେତ୍ରରେ ସରକାର ପଦକ୍ଷେପ ନେଉନାହାନ୍ତି। ବିଶେଷକରି ଆବଶ୍ୟକ କୃଷିଭିତ୍ତିଭୂମିର ଅଭାବ ଚିନ୍ତାର କାରଣ ହୋଇଛି। ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ବା ସମବାୟ ସମିତି ମାଧ୍ୟମରେ ସରକାରୀ ଶୀତଳଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦି ପ୍ରତିଷ୍ଠା କରାଗଲେ ଚାଷୀ ଓ ବେପାରୀ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି । ସ୍ଥାନୀୟ ଯୋଗଧାରୀସ୍ଥିତ ସମବାୟ ବିଭାଗ ଦ୍ୱାରା ପରିଚାଳିତ ଶୀତଳ ଭଣ୍ଡାର କେନ୍ଦ୍ର ଦୀର୍ଘ ବର୍ଷ ହେବ ଅଚଳ ରହିଛି। ଏହା କାର୍ଯ୍ୟକ୍ଷମ ନ ହୋଇ ଏବେ ଭୂତକୋଠି ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ କୌଣସି ମାଧ୍ୟମରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଗଲେ ଜିଲାବାସୀ ଉପକୃତ ହୁଅନ୍ତେ। ଅତୀତରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏନେଇ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଚାଷୀ ଓ ଚାଷ ପ୍ରତି ରାଜ୍ୟ ସରକାର ବିମୁଖ ହୋଇ ଯାଇଥିବା ଅଭିଯୋଗ କରାଯାଇ ତୁରନ୍ତ ଜିଲାରେ ସରକାରୀ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଏ ବାବଦରେ ଚିନ୍ତା କରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ।
ଏ ସମ୍ପର୍କରେ ଜଗତ୍‌ସିଂହପୁର ଆର୍‌ଏମ୍‌ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ କହିଛନ୍ତି, ସରକାରୀ ନିୟମ ରହିଛି ବାର୍ଷିକ ୧୦ କୋଟି ଟଙ୍କା ଆୟ ନଥିଲେ କୌଣସି ଆରଏମସି ଶୀତଳ ଭଣ୍ଡାର କରିପାରିବ ନାହିଁ। ସେ ଦୃଷ୍ଟିରୁ ଜଗତ୍‌ସିଂହପୁର ଆରଏମ୍‌ସି ଏହାକୁ କରିବାକୁ ଯୋଗ୍ୟତା ନାହିଁ। କିନ୍ତୁ ରାଜ୍ୟ ସରକାର ପିପିପି ମୋଡ଼ରେ ଜିଲାରେ ଶୀତଳଭଣ୍ଡାର କରିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ କାର୍ଯକାରୀ ହୋଇପାରିନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri