ଅନିଶ୍ଚିତତାରେ ଶୀତଳଭଣ୍ଡାର: ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୨।୫ : ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଜିଲାରେ ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ। ଯେଉଁ କାରଣରୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ଏହାସତ୍ତ୍ୱେ ପ୍ରତିକାର ହୋଇପାରୁନାହିଁ। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାଜ୍ୟରେ ବାର୍ଷିକ ୧୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଆଳୁର ଆବଶ୍ୟକତା ଥିବାବେଳେ ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହେଉଥିବା ଆକଳନ କରାଯାଇଛି। ଯାହାକି ଆବଶ୍ୟକତାର ୪ ଭାଗରୁ ଭାଗେ ହେବ। ଏଭଳିସ୍ଥିତିରେ ଆଳୁ ଚାଷ ନିମନ୍ତେ ଜଗତ୍‌ସିଂହପୁର ଜିଲାରେ ପର୍ଯ୍ୟାପ୍ତ କ୍ଷେତ୍ର ରହିଛି। ଅନେକ ସ୍ଥାନରେ ଏହି ଚାଷ ପାଇଁ ଜମି ଥିଲେ ସୁଦ୍ଧା ଆବଶ୍ୟକ ଜଳସେଚନ, ଶୀତଳ ଭଣ୍ଡାର ଓ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁି । ଫଳରେ ଆଳୁ ଅମଳ ପରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଚାଷୀ କିଲୋପ୍ରତି ୪/୫ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପରେ ଚାଷୀ ଚଢ଼ା ଦରରେ ତାହାକୁ କିଣି ଶୋଷିତ ହେଉଛନ୍ତି। କେବଳ ଆଳୁ ନୁହେଁ ବିଲାତି, ଲଙ୍କା, କୋବି ଓ ଅନ୍ୟାନ୍ୟ ପନିପରିବା ଚାଷରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳୁଛି। ଅପରପକ୍ଷେ ଆର୍‌ଏମ୍‌ସି ପ୍ରତିବର୍ଷ କୃଷିଜାତ ଦ୍ରବ୍ୟ କିଣାବିକା କ୍ଷେତ୍ରରେ ବିଶେଷକରି ଖରିଫ ଧାନ ସଂଗ୍ରହ ବେଳେ ୨% ହିସାବରେ ବହୁ ଟଙ୍କା ଟିକସ ନେଉଛି। କିନ୍ତୁ ଭିତ୍ତିଭୂମି କ୍ଷେତ୍ରରେ ଆଶାଜନକ ବିନିଯୋଗ କରୁନି। ଜିଲାରେ ଜନସଂଖ୍ୟା ଓ ଚାହିଦାକୁ ଦୃଷ୍ଟିରେ ରଖି ବାର୍ଷିକ ୧ ଲକ୍ଷ ୩୦ ହଜାର ମେଟ୍ରିକ ଟନ୍‌ ଆଳୁ ଆବଶ୍ୟକ। ଏହି ପରିମାଣର ଆଳୁ ପାଇବାକୁ ହେଲେ ୨୦୦୦ରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଠିକ୍‌ ସମୟରେ ଉନ୍ନତ କିସମର ବିହନ, ଜଳସେଚନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଆବଶ୍ୟକ ା ସେପରି ହେଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ପ୍ରତିବର୍ଷ ମୁଗ, ବିରି ଭଳି ଡାଲିଜାତୀୟ ଫସଲ ସମେତ ଆଳୁ, ବିଲାତି, ପିଆଜ ଓ ଅନ୍ୟାନ୍ୟ ପନିପରିବାର ଅଭାବୀ ବିକ୍ରି ଦେଖାଯାଉଛି। ଏହାକୁ ରୋକିବା କ୍ଷେତ୍ରରେ ସରକାର ପଦକ୍ଷେପ ନେଉନାହାନ୍ତି। ବିଶେଷକରି ଆବଶ୍ୟକ କୃଷିଭିତ୍ତିଭୂମିର ଅଭାବ ଚିନ୍ତାର କାରଣ ହୋଇଛି। ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ବା ସମବାୟ ସମିତି ମାଧ୍ୟମରେ ସରକାରୀ ଶୀତଳଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦି ପ୍ରତିଷ୍ଠା କରାଗଲେ ଚାଷୀ ଓ ବେପାରୀ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି । ସ୍ଥାନୀୟ ଯୋଗଧାରୀସ୍ଥିତ ସମବାୟ ବିଭାଗ ଦ୍ୱାରା ପରିଚାଳିତ ଶୀତଳ ଭଣ୍ଡାର କେନ୍ଦ୍ର ଦୀର୍ଘ ବର୍ଷ ହେବ ଅଚଳ ରହିଛି। ଏହା କାର୍ଯ୍ୟକ୍ଷମ ନ ହୋଇ ଏବେ ଭୂତକୋଠି ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ କୌଣସି ମାଧ୍ୟମରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଗଲେ ଜିଲାବାସୀ ଉପକୃତ ହୁଅନ୍ତେ। ଅତୀତରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏନେଇ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଚାଷୀ ଓ ଚାଷ ପ୍ରତି ରାଜ୍ୟ ସରକାର ବିମୁଖ ହୋଇ ଯାଇଥିବା ଅଭିଯୋଗ କରାଯାଇ ତୁରନ୍ତ ଜିଲାରେ ସରକାରୀ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଏ ବାବଦରେ ଚିନ୍ତା କରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ।
ଏ ସମ୍ପର୍କରେ ଜଗତ୍‌ସିଂହପୁର ଆର୍‌ଏମ୍‌ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ କହିଛନ୍ତି, ସରକାରୀ ନିୟମ ରହିଛି ବାର୍ଷିକ ୧୦ କୋଟି ଟଙ୍କା ଆୟ ନଥିଲେ କୌଣସି ଆରଏମସି ଶୀତଳ ଭଣ୍ଡାର କରିପାରିବ ନାହିଁ। ସେ ଦୃଷ୍ଟିରୁ ଜଗତ୍‌ସିଂହପୁର ଆରଏମ୍‌ସି ଏହାକୁ କରିବାକୁ ଯୋଗ୍ୟତା ନାହିଁ। କିନ୍ତୁ ରାଜ୍ୟ ସରକାର ପିପିପି ମୋଡ଼ରେ ଜିଲାରେ ଶୀତଳଭଣ୍ଡାର କରିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ କାର୍ଯକାରୀ ହୋଇପାରିନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଟଶର୍କିଟରୁ ଟ୍ରକ୍‌ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବଡ଼ବିଲ, ତା ୪.୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି-ବଡବିଲ ରାଜ୍ୟରାଜପଥର କାଠ ଡିପୋ ନିକଟରେ ଶୁକ୍ରବାର ସକାଳେ ଏକ ଚଳନ୍ତା ଟ୍ରକରେ...

୨୦୨୨ ସୁଦ୍ଧା ସରିବ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ୨୦୨୨ ମଧ୍ୟଭାଗ ସୁଦ୍ଧା ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ...

ମୋବାଇଲ ଲାଇଟ୍‌ରେ ରୋଗୀସେବା

ବାରିପଦା ଅଫିସ,୧୮।୯: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ୍‌) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ଅପରାହ୍ନ ଗୋଟାଏ ବେଳେ ବିଦ୍ୟୁତ୍‌ ସରବରାହ ବ୍ୟାହତ ଯୋଗୁ ଟର୍ଚ୍ଚ...

କଡ଼ା ସୁରକ୍ଷାରେ ନିୟମଗିରିରେ ଚାଲିଛି ସାନି ମତଦାନ

ବିଷମ କଟକ,୨୩।୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା ନିୟମଗିରିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସାନି ମତଦାନ ଚାଲିଛି। ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଷମ କଟକ ବ୍ଲକର...

କାର୍ଯ୍ୟକ୍ଷମ ହୋଇପାରୁନି କ୍ଲଷ୍ଟର ପ୍ରକଳ୍ପ

ଖଣ୍ଡପଡ଼ା,୨୦ା୪(ସ୍ବ.ପ୍ର.): ନୂତନ ଜ୍ଞାନକୌଶଳ ତଥା ପ୍ରଶିକ୍ଷଣ ମାଧ୍ୟମରେ କଂସା ପିତଳ ଏବଂ କାଠ ଖୋଦେଇର ବିଭିନ୍ନ ସୌଖୀନ ସାମଗ୍ରୀ ଉପତ୍ାଦନ କରିବା ଲକ୍ଷ୍ୟ ନେଇ ନୟାଗଡ଼...

ଆଜି ବି ମନେପଡ଼େ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଭୋରରେ ସହରସ୍ଥିତ ଭାଗୀରଥି ସାଗର ନୂଆପୋଖରୀଠାରେ ମହାସମାରୋହରେ...

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ଗୁରୁତର

ରାଇରଙ୍ଗପୁର,୧୩ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷୋୟୀ ମୁଖ୍ୟରାସ୍ତା ବିଜାତଳା ଛକରେ ଏକ ବରଯାତ୍ରୀ ଗାଡ଼ି ଶୁକ୍ରବାର ଭୋର୍‌ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ...

Advertisement
Archives

Model This Week