କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ ବଜାରରେ ଶ୍ରେଷ୍ଠ ନିଯୁକ୍ତିଦାତା ଓ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଆଇଟି କମ୍ପାନୀଗୁଡ଼ିକର ତାଲିକା ପ୍ରକାଶ କରାଯାଇଛି। ୨୦୨୪ରେ ଘରୋଇ ବଜାର ଶ୍ରେଷ୍ଠ ୨୫ ନିଯୁକ୍ତିଦାତା (କମ୍ପାନୀ)ଙ୍କ ମଧ୍ୟରେ କଗ୍ନିଜାଣ୍ଟ ୩ୟ ସ୍ଥାନରେ ରହିଛି।

ଆସୋସିଏଟ୍‌ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା, ଦକ୍ଷତାରେ ଅଗ୍ରଗତି, କ୍ୟାରିୟର ଅଭିବୃଦ୍ଧିକୁ ସୁଗମ କରିବା ପାଇଁ କଗ୍ନିଜାଣ୍ଟ ଉଲ୍ଲେଖନୀୟ ସଫଳତା ଲାଭ ସହ ସଂସ୍ଥାର ପ୍ରତିବଦ୍ଧତାକୁ ଦର୍ଶାଇଛି। କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍‌ କହିଛନ୍ତି, ଏହି ପ୍ରଶଂସା ଆମ ସହଯୋଗୀମାନଙ୍କ ନିରନ୍ତର ନିଷ୍ଠାର ପ୍ରତିଫଳନକୁ ଦର୍ଶାଉଛି। ଆମ ଟିମ୍‌ ସାରା ଭାରତରେ ଦକ୍ଷତା, ଅଭିବୃଦ୍ଧି ଓ ନବସୃଜନ ପାଇଁ ସୁଯୋଗ ପାଇଥାନ୍ତି।

ବିଶେଷକରି ଆମେ କେବଳ କ୍ୟାରିୟର ଗଠନକରି ନ ଥାଉ ବରଂ ୮ଟି ସ୍ତମ୍ଭ ଉପରେ ଆଧାରକରି ଭାରତର ଶ୍ରେଷ୍ଠ ୨୫ କମ୍ପାନୀ ମଧ୍ୟରେ ଆଗକୁ ବଢ଼ିବାର କ୍ଷମତା, ଦକ୍ଷତା ବୃଦ୍ଧି, କମ୍ପାନୀର ସ୍ଥିରତା, ବାହ୍ୟ ସୁଯୋଗ, ଲିଙ୍ଗ ବିବିଧତା ପ୍ରଭୃତି ଉପରେ ବିକାଶ କରିଛୁ। ଗତବର୍ଷ କଗ୍ନିଜାଣ୍ଟ ବିଶ୍ୱର ୯୦% କର୍ମ ଦକ୍ଷତା ବୃଦ୍ଧି କାର୍ଯ୍ୟରେ ସହଯୋଗ କରିଥିଲାବେଳେ ପ୍ରାୟ ୨,୭୦,୦୦୦ ସହଯୋଗୀ ନୂଆ ଦକ୍ଷତା କୌଶଳ ଶିକ୍ଷା ଓ ଦକ୍ଷତା ହାସଲ କରିଥିଲେ। ୮୮,୦୦୦ ଏଆଇ ଓ ଜେନେରେଟିଭ ଏଆଇ ପାଠ୍ୟକ୍ରମ ସମାପ୍ତ କରିଥିଲେ।

ଏହା ସହ କମ୍ପାନୀ କ୍ୟାରିୟର ଅଭିବୃଦ୍ଧି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୩୦,୦୦୦ କର୍ମଚାରୀଙ୍କୁ ବିଭିନ୍ନ ଭୂମିକାରେ ପଦୋନ୍ନତି ମିଳିଥିଲାବେଳେ ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ-ଏନ୍‌ସିଆର୍‌, ହାଇଦ୍ରାବାଦ, ଇନ୍ଦୋର, କୋଚି, କୋଲକାତା, ମାଙ୍ଗାଲୁରୁ, ମୁମ୍ବାଇ ଏବଂ ପୁଣେ ସମେତ ସାରା ଭାରତରେ କଗ୍ନିଜାଣ୍ଟର ସୁବିଧା କେନ୍ଦ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri