ଆଖୁରସ ନା ପଇଡ ପାଣି, ଖରାଦିନେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ କେଉଁଟା ଭଲ

ଡରାଇଲାଣି ଗ୍ରୀଷ୍ମ ତାତି। ଏପରି ପରିସ୍ଥିତିରେ, ଗୋଟିଏ ପଟେ ଲୋକମାନେ ବଢ଼ୁଥିବା ଗରମକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଖରାରେ ବାହାରକୁ ଯାଇ କାମ କରିବାକୁ ପଡିବ। ତେଣୁ, ଏହି ଗରମ ପାଗରେ ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା ପାଇଁ, ଆମେ ନିଜକୁ ହାଇଡ୍ରେଟ ରଖିବା, ପ୍ରଚୁର ଫଳ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗ୍ରୀଷ୍ମ ଋତୁରେ ଆଖୁ ରସ ଏବଂ ନଡ଼ିଆ ପାଣି ପିଇବା ପରେ ଯେଉଁ ଆଶ୍ୱସ୍ତି ମିଳିଥାଏ, ତାହା ଅନ୍ୟ କୌଣସି ଜିନିଷ ଦ୍ୱାରା ମିଳି ନ ଥାଏ।

ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟେଡ ରଖିବା ପାଇଁ ଆଖୁ ରସ ଏବଂ ନଡ଼ିଆ ପାଣି ଉଭୟ ଉତ୍କୃଷ୍ଟ ବିକଳ୍ପ। ଯେତେବେଳେ ଆମେ ଆଖୁ ରସ ଏବଂ ନଡ଼ିଆ ପାଣି ବିଷୟରେ ଚିନ୍ତା କରୁ, ଲୋକଙ୍କ ମନରେ ପ୍ରଥମ ପ୍ରଶ୍ନ ଆସେ ଯେ, ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟେଡ ରଖିବା ପାଇଁ ଏହି ଦୁଇଟି ମଧ୍ୟରୁ କେଉଁଟି ସର୍ବୋତ୍ତମ? ଯଦି ଆପଣ ମଧ୍ୟ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚାହାଁନ୍ତି, ଆସନ୍ତୁ ଜାଣିବା ଏହାର ଉତ୍ତର

ଏକ୍ସପର୍ଟଙ୍କନୁସାରେ ଉଭୟ ଜିନିଷର ନିଜସୱ ଲାଭ ଅଛି। ଆଖୁ ରସରେ ଇଲେକ୍ଟ୍ରୋଲାଇଟ୍ସ, ଆଇରନ, କ୍ୟାଲସିୟମ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଥାଏ, ଯାହା ଶରୀରରେ ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ, ନଡ଼ିଆ ପାଣିରେ ପ୍ରଚୁର ପରିମାଣରେ ପୋଟାସିୟମ, ସୋଡିୟମ ଏବଂ ମ୍ୟାଗ୍ନେସିୟମ ଥାଏ, ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ବଜାୟ ରଖେ। ଡିହାଇଡ୍ରେସନରୁ ରକ୍ଷା କରିବା ସହିତ, ଏହା ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ସାହାଯ୍ୟ କରେ।

ଆଖୁ ରସ ସନ୍‌ ଷ୍ଟ୍ରୋକରୁ ରକ୍ଷା କରିବାରେ ମଧ୍ୟ ପ୍ରଭାବଶାଳୀ ଏବଂ ଡିହାଇଡ୍ରେସନ ରୋକିବା ପାଇଁ ଏହା ଏକ ଉତ୍କୃଷ୍ଟ ପାନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଖୁ ରସ ଶରୀରକୁ ଥଣ୍ଡା କରିଥାଏ ଏବଂ ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ପେଟ ସମସ୍ୟାକୁ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ବ୍ୟତୀତ, ଏହା ଚର୍ମ ପାଇଁ ମଧ୍ୟ ଲାଭଦାୟକ, କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚର୍ମକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିଥାଏ। ଏହାକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।

ଅନ୍ୟପଟେ ନଡ଼ିଆ ପାଣି ପିଇବା ଦ୍ୱାରା ମେଟାବୋଲିଜିମ ଉନ୍ନତ ହୁଏ ଏବଂ ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରେ। ଏହା ଚର୍ମ ପାଇଁ ଲାଭଦାୟକ ଏବଂ ଗ୍ରୀଷ୍ମ ଋତୁରେ ଚର୍ମକୁ ସତେଜ ଏବଂ ଉଜ୍ଜ୍ୱଳ ରଖେ। ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟ ରଖିବା ପାଇଁ, ଆଖୁ ରସ ଏବଂ ନଡ଼ିଆ ପାଣି ଉଭୟ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଭଲ। ଏଗୁଡ଼ିକ କେବଳ ଶରୀରକୁ ଥଣ୍ଡା ରଖେ ତାହା ନୁହେଁ, ଶରୀରକୁ ଶକ୍ତି ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri