ଆଖୁରସ ନା ପଇଡ ପାଣି, ଖରାଦିନେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ କେଉଁଟା ଭଲ

ଡରାଇଲାଣି ଗ୍ରୀଷ୍ମ ତାତି। ଏପରି ପରିସ୍ଥିତିରେ, ଗୋଟିଏ ପଟେ ଲୋକମାନେ ବଢ଼ୁଥିବା ଗରମକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଖରାରେ ବାହାରକୁ ଯାଇ କାମ କରିବାକୁ ପଡିବ। ତେଣୁ, ଏହି ଗରମ ପାଗରେ ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା ପାଇଁ, ଆମେ ନିଜକୁ ହାଇଡ୍ରେଟ ରଖିବା, ପ୍ରଚୁର ଫଳ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗ୍ରୀଷ୍ମ ଋତୁରେ ଆଖୁ ରସ ଏବଂ ନଡ଼ିଆ ପାଣି ପିଇବା ପରେ ଯେଉଁ ଆଶ୍ୱସ୍ତି ମିଳିଥାଏ, ତାହା ଅନ୍ୟ କୌଣସି ଜିନିଷ ଦ୍ୱାରା ମିଳି ନ ଥାଏ।

ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟେଡ ରଖିବା ପାଇଁ ଆଖୁ ରସ ଏବଂ ନଡ଼ିଆ ପାଣି ଉଭୟ ଉତ୍କୃଷ୍ଟ ବିକଳ୍ପ। ଯେତେବେଳେ ଆମେ ଆଖୁ ରସ ଏବଂ ନଡ଼ିଆ ପାଣି ବିଷୟରେ ଚିନ୍ତା କରୁ, ଲୋକଙ୍କ ମନରେ ପ୍ରଥମ ପ୍ରଶ୍ନ ଆସେ ଯେ, ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟେଡ ରଖିବା ପାଇଁ ଏହି ଦୁଇଟି ମଧ୍ୟରୁ କେଉଁଟି ସର୍ବୋତ୍ତମ? ଯଦି ଆପଣ ମଧ୍ୟ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚାହାଁନ୍ତି, ଆସନ୍ତୁ ଜାଣିବା ଏହାର ଉତ୍ତର

ଏକ୍ସପର୍ଟଙ୍କନୁସାରେ ଉଭୟ ଜିନିଷର ନିଜସୱ ଲାଭ ଅଛି। ଆଖୁ ରସରେ ଇଲେକ୍ଟ୍ରୋଲାଇଟ୍ସ, ଆଇରନ, କ୍ୟାଲସିୟମ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଥାଏ, ଯାହା ଶରୀରରେ ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ, ନଡ଼ିଆ ପାଣିରେ ପ୍ରଚୁର ପରିମାଣରେ ପୋଟାସିୟମ, ସୋଡିୟମ ଏବଂ ମ୍ୟାଗ୍ନେସିୟମ ଥାଏ, ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ବଜାୟ ରଖେ। ଡିହାଇଡ୍ରେସନରୁ ରକ୍ଷା କରିବା ସହିତ, ଏହା ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ସାହାଯ୍ୟ କରେ।

ଆଖୁ ରସ ସନ୍‌ ଷ୍ଟ୍ରୋକରୁ ରକ୍ଷା କରିବାରେ ମଧ୍ୟ ପ୍ରଭାବଶାଳୀ ଏବଂ ଡିହାଇଡ୍ରେସନ ରୋକିବା ପାଇଁ ଏହା ଏକ ଉତ୍କୃଷ୍ଟ ପାନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଖୁ ରସ ଶରୀରକୁ ଥଣ୍ଡା କରିଥାଏ ଏବଂ ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ପେଟ ସମସ୍ୟାକୁ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ବ୍ୟତୀତ, ଏହା ଚର୍ମ ପାଇଁ ମଧ୍ୟ ଲାଭଦାୟକ, କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚର୍ମକୁ ସୁସ୍ଥ ଏବଂ ଉଜ୍ଜ୍ୱଳ ରଖିଥାଏ। ଏହାକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।

ଅନ୍ୟପଟେ ନଡ଼ିଆ ପାଣି ପିଇବା ଦ୍ୱାରା ମେଟାବୋଲିଜିମ ଉନ୍ନତ ହୁଏ ଏବଂ ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରେ। ଏହା ଚର୍ମ ପାଇଁ ଲାଭଦାୟକ ଏବଂ ଗ୍ରୀଷ୍ମ ଋତୁରେ ଚର୍ମକୁ ସତେଜ ଏବଂ ଉଜ୍ଜ୍ୱଳ ରଖେ। ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟ ରଖିବା ପାଇଁ, ଆଖୁ ରସ ଏବଂ ନଡ଼ିଆ ପାଣି ଉଭୟ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଭଲ। ଏଗୁଡ଼ିକ କେବଳ ଶରୀରକୁ ଥଣ୍ଡା ରଖେ ତାହା ନୁହେଁ, ଶରୀରକୁ ଶକ୍ତି ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

ଖରାଦିନେ ଚର୍ମ ସମସ୍ୟା ଦେଖାଯାଉଛି କି, ଆଲୋଭେରା ସହ ଏହି ଜିନିଷ ମିଶାଇ ଲଗାନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ଆରମ୍ଭ ହୋଇଯାଏ। ଟାଣ ଖରା, ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଶୁଷ୍କ କରିଥାଏ। ଯାହାଦ୍ୱାରା ଦେହ କୁଣ୍ଡାଇ...

ସାବଧାନ! ହାର୍ଟ ପାଇଁ ସବୁଠୁ ବିପଦ ବଢୁଥିବା ତାପମାତ୍ରା, ଅବଲମ୍ବନ କରନ୍ତୁ ଏହି ଉପାୟ

ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଅସନ୍ତୁଳିତ ପାଗ ଏବଂ ପ୍ରଦୂଷଣ କେବଳ ପରିବେଶକୁ ପ୍ରଭାବିତ କରୁନାହିଁ ବରଂ ଆମ...

ଏହି ୬ ଅଭ୍ୟାସ କରିଦେବ ଦରିଦ୍ର

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ମାଛ କଣ୍ଟା ଲାଗିଥିଲେ କ’ଣ କରିବେ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଅନେ କଷ୍ଟ ହୋଇଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।...

ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍‌: ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାଇବେଟିସ୍‌ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri