ଜାହାଜରୁ ୨୨୦ କୋଟିର କୋକେନ୍‌ ଜବତ

ପାରାଦୀପ,୨।୧୨(ଶରତ ରାଉତ): ପାନାମାରେ ତିଆରି ହୋଇଥିବା ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜ ଇଣ୍ଡୋନେସିଆରୁ ଆସିଥିଲା। ପାରାଦୀପରୁ ଷ୍ଟିଲ୍‌ କାର୍ଗୋ ନେଇ ଡେନମାର୍କ ଯିବାର ଥିଲା। ଗୁରୁବାର ମଧ୍ୟାହ୍ନ ୧୨ଟାରେ ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ବର୍ଥରେ ଲାଗିଥିଲା। ନିୟମାନୁସାରେ ପ୍ରଥମେ କଷ୍ଟମ୍ସ ଅଧିକାରୀମାନେ ଜାହାଜ ଯାଞ୍ଚ କରି କ୍ଲିୟରାନ୍ସ ଦେଇଥିଲେ। ତା’ପରେ ଜେଏସ୍‌ପିଏଲ କମ୍ପାନୀର ଷ୍ଟିଲ ବୋଝେଇ ହେଉଥିଲା। ଦ୍ୱିତୀୟ ସିଫ୍ଟ ରାତି ୧୦ ଟାରେ ସରିବା ପରେ ତୃତୀୟ (ରାତି ୧୦ରୁ ସକାଳ ୬) ସିଫ୍ଟର ଅପରେଟର ଜାହାଜର କ୍ରେନ୍‌ ଉପରେ ଚଢ଼ିଥିଲେ। ସେତେବେଳେ ସେହି କ୍ରେନ କ୍ୟାବିନ ଭିତରେ କିଛି ସାମଗ୍ରୀ, କଳା ପଲିଥିନ ଓ ଏକ ବାଲ୍ଟି ମଧ୍ୟରେ କିଛି ଥିବା ଦେଖି ସନ୍ଦେହ କରିଥିଲେ। ସେ ତୁରନ୍ତ ପିଆଇସିଟି ଟର୍ମିନାଲ ମୁଖ୍ୟ ଓ ଜାହାଜ କ୍ୟାପଟେନଙ୍କୁ ସୂଚନା ଦେଇଥିଲେ। କିଛି ବିସ୍ଫୋରକ ସାମଗ୍ରୀ ରହିଥିବା ପ୍ରଥମେ ସନ୍ଦେହ ହୋଇଥିଲା। ଏହାପରେ ପୋର୍ଟ ସିଆଇଏସ୍‌ଏଫ୍‌, ମେରାଇନ ପୋଲିସ, କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚତ୍ ଡଗ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌ ସହାୟତାରେ ଯାଞ୍ଚ କରିଥିଲେ। ରାତିତମାମ ଯାଞ୍ଚ ପରେ ତାହା ବିସ୍ଫୋରକ ନୁହେଁ ବୋଲି ଜଣାପଡ଼ିଥିଲା। ସକାଳୁ ସେହି ପ୍ୟାକେଟ ଖୋଲି ଦେଖିବା ପରେ ତାହା ବ୍ରାଉନ୍‌ସୁଗାର ବୋଲି ଅନୁମାନ କରାଯାଇଥିଲା। ହେଲେ ଜାହାଜର ଭିନ୍ନ ଭିନ୍ନ ଜାଗାରୁ ୮ଟି ପ୍ୟାକେଟ୍‌ ମିଳିବା ପରେ ନିଶାଦ୍ରବ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱରରୁ କିଟ୍‌ ଅଣାଯାଇ ତଦନ୍ତ କରାଯିବାରୁ ତାହା କୋକେନ ବୋଲି ସ୍ପଷ୍ଟ ହୋଇଥିଲା। ସା ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଜାହାଜରୁ ମୋଟ ୨୨ଟି ପ୍ୟାକେଟ ମିଳିଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଜାହାଜ ଭିତରେ କଷ୍ଟମ୍ସ, ସିଆଇଏସ୍‌ଏଫ୍‌, ମେରାଇନ ପୋଲିସ ଓ କୋଷ୍ଟଗାର୍ଡ ପକ୍ଷରୁ ଯାଞ୍ଚ ଚାଲିଥିଲା। ଜାହାଜ ଅଟକ ରହିଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପୁନର୍ବାର ଜାହାଜ ଚାଲିବ ବୋଲି କଷ୍ଟମ୍ସ ବିଭାଗ ଭୁବନେଶ୍ୱର ଜୋନ୍‌ କମିଶନର ମାଧବଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
କମିଶନର ମିଶ୍ର କହିଛନ୍ତି ଯେ, ଜାହାଜରେ ୨୦ଜଣ କ୍ରିଉ ମେମ୍ବର ଥିବାବେଳେ ସେମାନେ ସମସ୍ତେ ଭିଏଟନାମା ନାଗରିକ। ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନେ ପ୍ରାୟତଃ ଇଂଲିଶ ବୁଝି ପାରୁ ନ ଥିବାରୁ ଜେରାବେଳେ ଅସୁବିଧା ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଏଟନାମା କ୍ରିଉ ମେମ୍ବରଙ୍କୁ ପଚରାଉଚରା ପାଇଁ ଇଣ୍ଟରପ୍ରିଟର୍ସଙ୍କ ସହାୟତା ନିଆଯାଇପାରେ।
ଅନ୍ୟପକ୍ଷରେ କଷ୍ଟମ୍ସ ବିଭାଗ ପକ୍ଷରୁ ଜାହାଜରେ ଯାଞ୍ଚ କରାଯାଇ କ୍ଲିୟରାନ୍ସ ଦିଆଯିବା ପରେ ପୁଣି ସେଠାରୁ କିପରି ଏତେ ପରିମାଣର ନିଶାଦ୍ରବ୍ୟ ମିଳିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ପିଆଇସିଟି ବର୍ଥ ଘରୋଇ କମ୍ପାନୀ ଜେ. ଏମ୍‌. ବକ୍ସି ଦ୍ୱାରା ଚାଲିଛି। ଉକ୍ତ କମ୍ପାନୀ ୩୦ ବର୍ଷ ପାଇଁ ବିଓଟି (ବିଲ୍ଡ ଅପରେଟ୍‌ ଟ୍ରାନ୍ସଫର) ବେସିସରେ ପରିଚାଳନା କରୁଛି। ଏଥିପାଇଁ ସ୍ବତନ୍ତ୍ର ଗେଟ୍‌ ଓ ଘରୋଇ ସିକ୍ୟୁରିଟି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ପାରାଦୀପ ପୋର୍ଟ କର୍ତ୍ତୃପକ୍ଷଙ୍କର କର୍ତ୍ତୃତ୍ୱ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri