ଆଲୁମିନିୟମ ଶିଳ୍ପରେ କୋଇଲା ସଙ୍କଟ

ଭୁବନେଶ୍ୱର, ୨୮।୧୦: ପ୍ରାଥମିକ ଆଲୁମିନିୟମ ଶିଳ୍ପ ବର୍ତ୍ତମାନ କୋଇଲା ସଙ୍କଟ ଦେଇ ଗତି କରୁଛି। ଏହି ସମସ୍ୟା ଯଦି ଦୂର କରା ନ ଯାଏ ତେବେ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ଅଂଶ ଥିବା ୫ ହଜାରରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏସ୍‌ଏମ୍‌ଇ) ବିପୁଳ ପରିମାଣର କ୍ଷତି ସହିବେ ବୋଲି ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ ଭାଲ୍ୟୁ ଚେନ୍‌ କାଉନ୍‌ସିଲ (ଆଇଆଇଭିସିସି) ପକ୍ଷରୁ ଆଶଙ୍କା କରାଯାଇଛି।
ବୃହତ୍‌ ଆଲୁମିନିୟମ ଉତ୍ପାଦନକାରୀ ଏବଂ ତତ୍‌ ସମ୍ପର୍କିତ ମାନୁଫାକ୍ଚରିଂ ଶିଳ୍ପର ଯୋଗାଣ ଶୃଙ୍ଖଳରେ ୧ ହଜାର ଏସ୍‌ଏମ୍‌ଇ ଅଂଶ ହୋଇଥିବା ବେଳେ ପ୍ରାୟ ୪ ହଜାର ଏସ୍‌ଏମଇ ଆନୁଷଙ୍ଗିକ ଆଲୁମିନିୟମ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି। ଭାରତରେ ଆଲୁମିନିୟମରେ କୌଣସି ବଡ଼ ବଜାର ବିଭ୍ରାଟ ଘଟିଥିଲେ ତାହାର ଉତ୍କଟ ଆର୍ଥିକ ପ୍ରଭାବ ଏହି କ୍ଷୁଦ୍ରସଂସ୍ଥାଗୁଡ଼ିକ ଉପରେ ପଡ଼ିଥାଏ। ଅର୍ଥନୀତିରେ ଦୃଢ଼ ସୁଧାର ହେଉଥିବା ବେଳେ ମହାମାରୀ ପରବର୍ତ୍ତୀ ସମୟରେ ସମଗ୍ର ଶିଳ୍ପରେ ଚାହିଦାରେ ହଠାତ୍‌ ବୃଦ୍ଧି ହୋଇଛି।
ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କୋଇଲାର ଅଭାବ ସହିତ ଯୋଗାଣରେ ସମସ୍ୟା ଆଲୁମିନିୟମ ନିର୍ମାଣକୁ ଗୁରୁତର ଭାବେ ପ୍ରଭାବିତ କରିଛି। ପ୍ରସ୍ତାବିତ ୧୫ ଦିନ ତୁଳନାରେ କୋଇଲା ଷ୍ଟକ୍‌ ମାତ୍ର ୧.୫-୫ ଦିନ ଭଳି ଚିନ୍ତାଜନକ ସ୍ତରକୁ ଖସିଯାଇଥିବାରୁ ଶିଳ୍ପସଂସ୍ଥାଗୁଡ଼ିକ ପରିଚାଳନା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ନିଜର ବ୍ୟାପକ ବିଦ୍ୟୁତ୍‌ ଆବଶ୍ୟକତା ପୂରଣ କରିବା ଏବଂ କାରଖାନାର କାର୍ଯ୍ୟକୁ ଚାଲୁ ରଖିବା ଲାଗି ଶିଳ୍ପ କୌଣସି ବିକଳ୍ପ ପନ୍ଥା ପାଉନାହାନ୍ତି। ଆଲୁମିନିୟମ ନିର୍ମାଣ ହେଉଛି ଏକ ଅତ୍ୟଧିକ ବିଦ୍ୟୁତ୍‌ ଶକ୍ତି ଦରକାର କରୁଥିବା କାର୍ଯ୍ୟ ଏବଂ ଏକ ନିରନ୍ତର ଭିତ୍ତିକ ଶିଳ୍ପ ଯାହାକୁ ଆଡ୍‌ ହକ୍‌ ଶଟ୍‌ଡାଉନ୍‌ ଲାଗି ପ୍ରସ୍ତୁତ କରାଯାଇନାହିଁ। ପରିଚାଳନା ଜାରି ରଖିବା ଲାଗି ବିପୁଳ ନିବେଶରେ କାରଖାନା ଭିତରେ ସ୍ଥାପନ କରାଯାଇଥିବା ନିଜସ୍ବ ପାୱାର ପ୍ଲାଣ୍ଟ ଉପରେ ଏହି ଶିଳ୍ପ ନିର୍ଭରଶୀଳ। ବିଦ୍ୟୁତ୍‌ ଯୋଗାଣ ଓ ଆଲୁମିନିୟମ ଉପତ୍ାଦନ ଜାରି ରଖିବା ଲାଗି ଏହି ପାୱାର ପ୍ଲ୍‌ାଣ୍ଟଗୁଡ଼ିକୁ ଦ୍ରୁତ ଗତିରେ କୋଇଲା ଯୋଗାଣ ଆବଶ୍ୟକତା ରହିଥିବା ଆଇଆଇଭିସିସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri