କୋଟିଆର ବିଭିନ୍ନ ଗ୍ରାମଛକରେ ଫଳକ ଲଗାଇଲା ପ୍ରଶାସନ

ପଟ୍ଟାଙ୍ଗୀ, ୨୮।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ବିଭିନ୍ନ ସମୟରେ ଉଭୟ ରାଜ୍ୟର ଜିଲା ପ୍ରଶାସନ କୋଟିଆରେ ନିଜ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମଙ୍ଗଳବାର ଆନ୍ଧ୍ରର ସାଲୁର ପ୍ରଶାସନ ପକ୍ଷରୁ ନେରେଡିବଲାସାରେ ଗ୍ରାମସଭା କରାଯାଇଥିବା ବେଳେ ଏହାର ୨୪ ଘଣ୍ଟା ନ ପୂରୁଣୁ ଓଡ଼ିଶାର କୋରାପୁଟ ଜିଲା ଏହାର ଜବାବ ରଖିଛି। ବୁଧବାର କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯିବାପାଇଁ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ନାମଫଳକ ଲଗାଯାଇଛି। କୋଟିଆ ପଞ୍ଚାୟତକୁ ପ୍ରବେଶ କରୁଥିବା ସୀମାନ୍ତ ରାସ୍ତାଗୁଡ଼ିକରେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହରୁମାଣ୍ଡିଙ୍ଗି, ଫାଟୁସିନେରି, ଡୋଲିଆମ୍ବ, ତଳଗଞ୍ଜେଇପଦର ଓ ନେରେଡିବାଲସା ଗ୍ରାମର ଛକଗୁଡ଼ିକରେ ନାମଫଳକ ଲଗାଯାଇଛି। ପରବର୍ତ୍ତୀ ସମୟରେ ପଞ୍ଚାୟତର ସମସ୍ତ ଗ୍ରାମ ଛକରେ ନାମଫଳକ ଲାଗିବ ବୋଲି ବିଡିଓ ସୌମ୍ୟସାର୍ଥକ ମିଶ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାଏ, ଏପିଓ ସୌମେନ୍ଦ୍ର ନାୟକ, କନିଷ୍ଠଯନ୍ତ୍ରୀ ଅଜୟରାମ ତରାଇ, ପିଇଓ ନବହନ୍ତାଳ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗାଁର ୨ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର ଅଭିଯୁକ୍ତ ସନ୍ତୋଷ...

ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସିଖବର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ଷ୍ଟେଟ ଓପନ ସ୍କୁଲ ଓ...

ଟ୍ରେନ୍‌ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର

ନିରାକାରପୁର,୨୮ା୬(ଡି.ଏନ୍‌.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍‌ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ...

ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ...

କରୋନା ପଜିଟିଭ୍‌ ଆସିବା ପରେ ଖଇରା ବ୍ଲକର ୨ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଖଇରା,୩୦।୪(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତର କନ୍ଦଡା ଗ୍ରାମର ଜଣେ କଲିକତା ଫେରନ୍ତାଙ୍କ ସ୍ବାବ ପଜିଟିଭ୍‌ ଜଣାପଡଛି। ଏହା ପରେ ବାଲେଶ୍ବର ଉପଜିଲାପାଳ...

ବୁଦ୍ଧଖୋଲ ଶୈବପୀଠ ଖାଁ ଖାଁ: ଶୁଭିଲାନି କାଉଡ଼ିଆଙ୍କ ମନ୍ତ୍ର ଉଚ୍ଚାରଣ

ବୁଗୁଡା,୧୩।୭(ଡି.ଏନ୍‌.ଏ.): କରୋନା ମହାମାରୀରୁ ମୁକ୍ତି ନିମନ୍ତେ ଲାଗୁ ହୋଇଛି ଲକଡାଉନ ଓ ଶଟ୍‌ଡାଉନ୍‌। ଏ ନେଇ ଶ୍ରାବଣ ମାସ ସୋମବାରରେ ପ୍ରାୟ ସମସ୍ତ ଶୈବ ପୀଠ...

କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ

ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ...

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ...

Advertisement
Archives

Model This Week