Posted inଖେଳ

‘କୋଚିଂ, ଖେଳାଳି ଚୟନ ଚ୍ୟାଲେଞ୍ଜିଂ ଥିଲା’

ଭୁବନେଶ୍ୱର, ୨୩।୫, (କ୍ରୀଡ଼ା ପ୍ରତିନିଧି): ”୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହକାରୀ କୋଚ୍‌ ଦାୟିତ୍ୱ ଏବଂ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଚୟନକର୍ତ୍ତା ଦାୟିତ୍ୱ ତୁଲାଇବାରେ ଭିନ୍ନ ଅଭିଜ୍ଞତା ରହିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ ପିଲାଙ୍କୁ କ୍ୟାମ୍ପରେ କୋଚିଂ ଦେବା ଯେତିକି କଷ୍ଟ ଥିଲା ଅନେକ ଦକ୍ଷ ଖେଳାଳିଙ୍କ ଉପସ୍ଥିତିରେ ଆଇଡବ୍ଲ୍ୟୁଏଲ୍‌ରେ ଖେଳାଳି ଚୟନ କରିବା ସେତିକି ଚ୍ୟାଲେଞ୍ଜିଂ ଥିଲା। ତେବେ ଏଥିରୁ ମୋତେ ଅନେକ କିଛି ଶିଖିବାକୁ ମିଳିଲା“ ବୋଲି ଦୀର୍ଘ ୪ ମାସପରେ ସୋମବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି। କ୍ୟାମ୍ପପରେ ଆମେ ଜୋର୍ଡାନ ଯାଇ ଫ୍ରେଣ୍ଡଲି ମ୍ୟାଚ ଖେଳିଥିଲୁ। ଏହାପରେ ବାଂଲାଦେଶରେ ସାଫ୍‌ ଚାମ୍ପିୟନଶିପ୍‌ ଏବଂ କିର୍ଗିଜସ୍ଥାନରେ ଏଏଫ୍‌ସି ଟୁର୍ନାମେଣ୍ଟ ଖେଳିଲୁ। ବିଭିନ୍ନ ପରିବେଶରେ ଚ୍ୟାଲେଞ୍ଜ ଭିନ୍ନଭିନ୍ନ ଥିଲା। ମାତ୍ର ଆମ ପିଲାମାନେ ବହୁତ ଭଲ ଖେଳିଥିଲେ, ଯାହାକି ଆତ୍ମସନ୍ତୋଷ ଦେଇଥିଲା। ଆଇଡବ୍ଲ୍ୟୁଏଲ୍‌ ହେଉଛି ସିନିୟର ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟ୍‌ଫର୍ମ। ବିଭିନ୍ନ ନାମୀ କ୍ଲବର ପେସାଦାର ଅଭିଜ୍ଞ ଖେଳାଳି ଏଥିରେ ଖେଳିଥିଲେ। ବହୁତ ଭଲ ପିଲାଙ୍କ ମଧ୍ୟରୁ ଖେଳାଳି ଚୟନ ସହଜ ନ ଥିଲା, ତେବେ ସବୁକାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା ବୋଲି ଶ୍ରଦ୍ଧାଞ୍ଜଳି କହିଛନ୍ତି। ମିଳିଥିବା ଦାୟିତ୍ୱକୁ ସଫଳତାର ସହ ସମ୍ପନ୍ନ କରିପାରିଥିବାରୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା, ନିଯୁକ୍ତିଦାତା ନାଲ୍‌କୋ ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ସେ ଧନ୍ୟବାଦ ଜଣାଇଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟ କ୍ରୀଡ଼ା ବିଭାଗର କର୍ମକର୍ତ୍ତା ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?