Posted inଖେଳ

‘କୋଚିଂ, ଖେଳାଳି ଚୟନ ଚ୍ୟାଲେଞ୍ଜିଂ ଥିଲା’

ଭୁବନେଶ୍ୱର, ୨୩।୫, (କ୍ରୀଡ଼ା ପ୍ରତିନିଧି): ”୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହକାରୀ କୋଚ୍‌ ଦାୟିତ୍ୱ ଏବଂ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଚୟନକର୍ତ୍ତା ଦାୟିତ୍ୱ ତୁଲାଇବାରେ ଭିନ୍ନ ଅଭିଜ୍ଞତା ରହିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ ପିଲାଙ୍କୁ କ୍ୟାମ୍ପରେ କୋଚିଂ ଦେବା ଯେତିକି କଷ୍ଟ ଥିଲା ଅନେକ ଦକ୍ଷ ଖେଳାଳିଙ୍କ ଉପସ୍ଥିତିରେ ଆଇଡବ୍ଲ୍ୟୁଏଲ୍‌ରେ ଖେଳାଳି ଚୟନ କରିବା ସେତିକି ଚ୍ୟାଲେଞ୍ଜିଂ ଥିଲା। ତେବେ ଏଥିରୁ ମୋତେ ଅନେକ କିଛି ଶିଖିବାକୁ ମିଳିଲା“ ବୋଲି ଦୀର୍ଘ ୪ ମାସପରେ ସୋମବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି। କ୍ୟାମ୍ପପରେ ଆମେ ଜୋର୍ଡାନ ଯାଇ ଫ୍ରେଣ୍ଡଲି ମ୍ୟାଚ ଖେଳିଥିଲୁ। ଏହାପରେ ବାଂଲାଦେଶରେ ସାଫ୍‌ ଚାମ୍ପିୟନଶିପ୍‌ ଏବଂ କିର୍ଗିଜସ୍ଥାନରେ ଏଏଫ୍‌ସି ଟୁର୍ନାମେଣ୍ଟ ଖେଳିଲୁ। ବିଭିନ୍ନ ପରିବେଶରେ ଚ୍ୟାଲେଞ୍ଜ ଭିନ୍ନଭିନ୍ନ ଥିଲା। ମାତ୍ର ଆମ ପିଲାମାନେ ବହୁତ ଭଲ ଖେଳିଥିଲେ, ଯାହାକି ଆତ୍ମସନ୍ତୋଷ ଦେଇଥିଲା। ଆଇଡବ୍ଲ୍ୟୁଏଲ୍‌ ହେଉଛି ସିନିୟର ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟ୍‌ଫର୍ମ। ବିଭିନ୍ନ ନାମୀ କ୍ଲବର ପେସାଦାର ଅଭିଜ୍ଞ ଖେଳାଳି ଏଥିରେ ଖେଳିଥିଲେ। ବହୁତ ଭଲ ପିଲାଙ୍କ ମଧ୍ୟରୁ ଖେଳାଳି ଚୟନ ସହଜ ନ ଥିଲା, ତେବେ ସବୁକାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା ବୋଲି ଶ୍ରଦ୍ଧାଞ୍ଜଳି କହିଛନ୍ତି। ମିଳିଥିବା ଦାୟିତ୍ୱକୁ ସଫଳତାର ସହ ସମ୍ପନ୍ନ କରିପାରିଥିବାରୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା, ନିଯୁକ୍ତିଦାତା ନାଲ୍‌କୋ ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ସେ ଧନ୍ୟବାଦ ଜଣାଇଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟ କ୍ରୀଡ଼ା ବିଭାଗର କର୍ମକର୍ତ୍ତା ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri