Posted inଖେଳ

ରାହୁଲ ଦ୍ରାବିଡଙ୍କ କୋଚ୍‌ କିଏ ଜାଣନ୍ତି? ଯିଏ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କରିଥିଲେ ଡେବ୍ୟୁ, ୯୧ ରନ୍‌ରେ ୮ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୧।୧: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି ରାହୁଲ ଦ୍ରାବିଡ। ହେଲେ କ’ଣ ଆପଣ ଦ୍ରାବିଡଙ୍କ କୋଚ୍‌ଙ୍କୁ ଜାଣନ୍ତି, ଯିଏ କି ତାଙ୍କୁ ଭାରତୀୟ ଟିମ୍‌ ଲାଗି ଖେଳିବା ଲାଗି ସଠିକ୍‌ ମାର୍ଗଦର୍ଶନ ଦେଇଥିଲେ। ହୁଏତ ନା। କହିରଖିବୁ, ସେ ହେଉଛନ୍ତି କେକି ତାରାପୋର। ତେବେ ଦ୍ରାବିଡ ତାଙ୍କର ଏକମାତ୍ର ଶିଷ୍ୟ ନୁହନ୍ତି। ବି.ଏସ ଚନ୍ଦ୍ରଶେଖର, ଇଏସ ପ୍ରସନ୍ନ, ବିଶ୍ୱନାଥ, ସୟଦ କିର୍‌ମାନି, ସଦାନନ୍ଦ ବିଶ୍ୱନାଥ ଏବଂ ଅନିଲ କୁମ୍ବଲେଙ୍କ ଭଳି ଖେଳାଳିଙ୍କ ବିକାଶ ତଥା ଗ୍ରୁମିଂରେ ତାରାପୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ଯେଉଁଭଳି ଭାବେ ଭାରତୀୟ କ୍ରିକେଟରେ ଦ୍ରାବିଡ ଅନେକ ଭୂମିକାରେ ନଜର ଆସିଛନ୍ତି, ସେହିଭଳି ତାଙ୍କ କୋଚ୍‌ କେକି ତାରାପୋର ଜଣେ ଖେଳାଳି ବ୍ୟତୀତ ଅନ୍ୟ ଭୂମିକାରେ ମଧ୍ୟ ଯୋଗଦାନ ଦେଇଥିଲେ। କ୍ରିକେଟରୁ ଅବସର ନେବା ପରେ ସେ ଜଣେ ପ୍ରଶାସକ ତଥା ପରିଚାଳକ ଭାବରେ ଭାରତୀୟ କ୍ରିକେଟ ସହିତ ଜଡିତ ରହିଲେ। ସେ ୧୯୬୭ ମସିହାରେ ଇଂଲଣ୍ଡରେ ଏବଂ ୧୯୭୧ରେ ୱେଷ୍ଟଇଣ୍ଡିଜରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିଥିବା ଟିମ ଇଣ୍ଡିଆର ମ୍ୟାନେଜର ଥିଲେ।

ଜଣେ ଖେଳାଳି ଭାବରେ କେକି ତାରାପୋର ଭାରତ ପାଇଁ କେବଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିପାରିଥିଲେ। ସେ ୧୯୪୮ ମସିହାରେ ଦିଲ୍ଲୀ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ। ସେହି ମ୍ୟାଚରେ ସେ ମାତ୍ର ୨ ରନ ସ୍କୋର କରିଥିଲେ ଏବଂ କୌଣସି ଉଇକେଟ ନେଇ ନ ଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦ ମ୍ୟାଚ ଖେଳିଥିଲେ, ଯେଉଁଠାରେ ୪୪୧ ରନ ସ୍କୋର କରିବା ବ୍ୟତୀତ ୧୪୮ ଉଇକେଟ ନେଇଥିଲେ। ଗୋଟିଏ ଇନିଂସରେ ୯୧ ରନ ସ୍କୋରରେ ୮ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ଦ୍ରାବିଡଙ୍କୁ ମାତ୍ର ୧୧ ବର୍ଷ ହୋଇଥିବା ବେଳେ ସେ ତାରାପୋରଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ସେ ଚିନ୍ନାସ୍ବାମୀ ଷ୍ଟାଡିୟମରେ କର୍ନାଟକ କ୍ରିକେଟ ଆସୋସିଏଶନ ପକ୍ଷରୁ ଏକ କୋଚିଂ କ୍ୟାମ୍ପ ପରିଚାଳନା କରୁଥିଲେ। ସେହି ଶିବିରରେ ତାଙ୍କର ଧ୍ୟାନ ଦ୍ରାବିଡଙ୍କ ବ୍ୟାଟିଂ କୌଶଳ ଉପରେ ପଡିଥିଲା। ସେ କ୍ରିକେଟ ଶିଖିବାକୁ ଦ୍ରାବିଡଙ୍କ ଆଗ୍ରହକୁ ଅନୁଭବ କରିଥିଲେ। ତାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ସେ ପ୍ରଭାବିତ ହୋଇଥିବା ଏକ ସାକ୍ଷାତକାରରେ ତାରାପୋର କହିଥିଲେ। ସେବେଠାରୁ ଦ୍ରାବିଡ ଟିମ ଇଣ୍ଡିଆ ପାଇଁ ଖେଳିବେ ବୋଲି ଭାବିଥିଲେ ଯାହାକି ସତ ହୋଇଛି ବୋଲି ସେ ମଧ୍ୟ କହିଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋର କରୁଥିବା ଖେଳାଳିଙ୍କ ମଧ୍ୟରେ ରାହୁଲ ଦ୍ରାବିଡଙ୍କୁ ଗଣନା କରାଯାଏ। ଟେଷ୍ଟ, ଦିନିକିଆ କିମ୍ବା ଟି-୨୦ ଫର୍ମାଟ ହେଉ, ଦ୍ରାବିଡ ପ୍ରତ୍ୟେକରେ ଭାରତର ପ୍ରତିନିଧିତ୍ୱ କରିଥିଲେ। କେବଳ ଗୋଟିଏ ମ୍ୟାଚ ଖେଳିଥିବା କୋଚ ତାରାପୋରଙ୍କ ଶିଷ୍ୟ ଦ୍ରାବିଡ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଭାରତ ପାଇଁ ୫୦୦ରୁ ଅଧିକ ମ୍ୟାଚ ଖେଳି ୪୮ ଶତକ ସହ ୨୪,୨୦୮ ରନ ସ୍କୋର କରିଥିଲେ। ଦ୍ରାବିଡ ନିଜର ସଫଳତା ଯୋଗୁ କୋଚ୍‌ଙ୍କୁ ନିଶ୍ଚିତ ଭାବେ ଗୌରବ ଅନୁଭବ କରାଇଥିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri