ସିଏମ୍‌ସି ମେୟର, କମିଶନରଙ୍କୁ ଘେରାଉ

କଟକ ଅଫିସ,୧।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଗମାଣ୍ଡିଆ ଅଞ୍ଚଳରେ ହ୍ୟୁମ୍‌ ପାଇପ୍‌ ତଳେ ଚାପି ହୋଇ ଛାତ୍ରୀ ଏନ୍‌. ମୋହିନିଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସିଏମ୍‌ସି ମେୟର ସୁବାସ ସିଂ ଏବଂ କମିଶନର ନିଖିଲ ପଓ୍ବନ କଲ୍ୟାଣ ଭେଟିବାକୁ ଯାଇଥିବାବେଳେ ସ୍ଥାନୀୟ ଲୋକେ ଓ କଗ୍ରେସ କର୍ମୀ ସେମାନଙ୍କୁ ଘେରାଉ କରିଥିଲେ। ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଓ କର୍ପୋରେଟର ଜେ. କାମେଶ୍ୱର ରାଓ ଉପସ୍ଥିତ ରହି ଉକ୍ତ ଘଟଣାନେଇ ମେୟର ଓ କମିଶନରଙ୍କୁ କୈଫିୟତ ମାଗିଥିଲେ।
ଏପରି ପରିସ୍ଥିତି ହୋଇଥିଲା ଯେ, ଗିରିବାଳା, ମେୟର, କମିଶନର ଓ କର୍ପୋରେଟରଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଗମାଣ୍ଡିଆ ଅଞ୍ଚଳରେ ଦୀର୍ଘଦିନ ହେବ ବକ୍ସଡ୍ରେନ୍‌ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକେ ସାଧାରଣ ଭାବେ ସେଠାରେ ଥିବା ଲୁହା ପୋଲ ଦେଇ ଯାତାୟାତ କରିଥାନ୍ତି। ପୋଲ ଉପରେ ୨ଟି ବଡ ହ୍ୟୁମ୍‌ ପାଇପ ଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଗମାଣ୍ଡିଆ ଅଞ୍ଚଳର ଏନ୍‌. ମୋହିନି ବକ୍ସଡ୍ରେନ୍‌ ପାର୍ଶ୍ୱରେ ଥିବା ପାଇପ୍‌ ତଳେ ଗଳି ଲୁହା ପୋଲକୁ ବାହାରିବା ସମୟରେ ପାଇପ୍‌ ଲାଇନ୍‌ ତାଙ୍କ ଉପରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାଇକା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତୁରନ୍ତ ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ। କିଛି ସମୟ ପରେ ମେୟର ଓ କମିଶନର ମୃତା ନାବାଳିକାଙ୍କ ଘରେ ପହଞ୍ଚି ତାଙ୍କ ମାଆ ହେମା ଦାସଙ୍କ ସମେତ ଅନ୍ୟ ସଦସ୍ୟଙ୍କୁ ଆଶ୍ୱାସନା ଦେଇଥିଲେ। ଖୁବ୍‌ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ଫେରିବା ପରେ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଘେରିଥିଲେ। ଏଭଳି ଘଟଣା ବାରମ୍ବାର ଘଟୁଛି, ଏଥିପାଇଁ ଦାୟୀ କିଏ ବୋଲି ପଚାରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍ତର ନ ଦେବା ପର୍ଯ୍ୟନ୍ତ ମେୟର ଓ କମିଶନରଙ୍କୁ ଛଡାଯିବନି ବୋଲି କଂଗ୍ରେସ କର୍ମୀ ଜିଦ୍‌ରେ ଅଡି ବସିଥିଲେ। ଏହାପରେ ଉତ୍ତେଜନା ବଢିବା ସହ ଧସ୍ତାଧସ୍ତି ହୋଇଥିଲା। ତେବେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏ ନେଇ ଗିରିବାଳା କହିଛନ୍ତି, ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ତାଳଦଣ୍ଡା କେନାଲରେ ଏକ କାର ବୁଡିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମଙ୍ଗଳବାର ବକ୍ସଡ୍ରେନ୍‌ ଓ ହ୍ୟୁମ୍‌ ପାଇପ୍‌ ମଝିରେ ଚାପି ହୋଇ ମୋହିନିଙ୍କ ମୃତ୍ୟୁ ଘଟିଥିଲା। ମେୟର, କମିଶନର ଓ ଜିଲା ପ୍ରଶାସନ ଅଧିକାରୀ କେହି ଉକ୍ତ ଘଟଣାକୁ ଗୁରୁତର ସହ ନେଉ ନାହାନ୍ତି। କେହି କାର୍ଯ୍ୟକୁ ସଠିକ୍‌ ଭାବରେ ତଦାରଖ କରୁନାହାନ୍ତି ା ଯାଇକା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଥିଲେ ା ମୃତା ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri