Posted inଜାତୀୟ

ତ୍ରିଷାଙ୍କୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ବିଜୟ, ଉଦୟନିଧିଙ୍କୁ କହିଲେ ମୁଁ…

ନୂଆଦିଲ୍ଲୀ, ୭।୮: ତାମିଲନାଡୁ ଏବଂ କର୍ନାଟକ ମଧ୍ୟରେ କାବେରୀ ନଦୀ ଜଳକୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କହିଛନ୍ତି ଯେ, କାବେରୀ ମୁଦ୍ଦାକୁ ଆଇନଗତ ଉପାୟରେ ସମାଧାନ କରିବା ପାଇଁ ସେ ଦୃଢ଼ ସଂକଳ୍ପବଦ୍ଧ ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।ମୁଖ୍ୟମନ୍ତ୍ରୀ ପରୋକ୍ଷରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟର ଜବାବ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ମୁଁ ନୀଚ ରାଜନୀତିରେ ପଡ଼ିବାକୁ ଚାହୁଁନାହିଁ।” ଷ୍ଟାଲିନ ଗତଦିନରେ ତଞ୍ଜାଭୁରଠାରେ କାବେରୀ ମୁଦ୍ଦା ଉପରେ ଭାଷଣ ଦେଉଥିଲେ। ଏହି ସମୟରେ ଭିଡ଼ରୁ “ତ୍ରିଷା, ତ୍ରିଷା” ନାରାବାଜି ହେଉଥିବା ବେଳେ ସେ ଏକ ଅଶ୍ଳୀଳ ଏବଂ ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେଇଥିଲେ।

ଏହି ବକ୍ତବ୍ୟ ପରେ TVK ଏବଂ ଭାଜପା ନେତାମାନେ ତାଙ୍କର କଡ଼ା ସମାଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ, ଅଭିଯୋଗ ଆଧାରରେ ପୋଲିସ ଉଦୟନିଧି ଷ୍ଟାଲିନଙ୍କୁ ହାଜତକୁ ନେଇ ପଚରାଉଚୁରା କରିଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ବେଙ୍ଗାଲୁରୁ ଯାଇ ଏହି ମୁଦ୍ଦାର ସମାଧାନ କରିବାକୁ ଚିନ୍ତା କରିଥିଲି। ଭାବିଥିଲି ପଡ଼ୋଶୀ ରାଜ୍ୟ ସହିତ ଆଲୋଚନା କରାଯାଉ, କାରଣ ଆମର କଟ୍ଟର ଶତ୍ରୁ ଦେଶମାନେ ବି ସମସ୍ୟାର ସମାଧାନ ପାଇଁ ଆଲୋଚନା କରନ୍ତି।”

ସେ ଆହୁରି କହିଛନ୍ତି, “ତାମିଲନାଡୁର ଜନସାଧାରଣଙ୍କ ପାଇଁ କାବେରୀ ମୁଦ୍ଦାରେ ଆଲୋଚନା କରିବାକୁ ଯାଇ ମୁଁ ଅପମାନ ସହିବାକୁ ବି ପ୍ରସ୍ତୁତ ଥିଲି।” କଂଗ୍ରେସର ସ୍ୱର୍ଗତ ନେତାଙ୍କ ସନ୍ଦର୍ଭ ଦେଇ ବିଜୟ କହିଛନ୍ତି ଯେ, କାବେରୀ ମୁଦ୍ଦାକୁ ଅତ୍ୟନ୍ତ ସାବଧାନତା ଏବଂ ସମ୍ୱେଦନଶୀଳତାର ସହ ପରିଚାଳନା କରିବାର ଆବଶ୍ୟକତା ରହିଛି।

କାବେରୀ ନଦୀ ଜଳବଣ୍ଟନକୁ ନେଇ ତାମିଲନାଡୁ ଏବଂ କର୍ନାଟକ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲିଆସୁଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଧାନସଭା ର୍ନିବାଚନ ସମୟରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

DMK ବିଧାୟକ ଉଦୟନିଧି ଷ୍ଟାଲିନ କହିଛନ୍ତି, “କର୍ନାଟକ ମେକେଦାଟୁ ବନ୍ଧ ନିର୍ମାଣ କରିବାକୁ ଆଗ୍ରହୀ। ଏହି ମୁଦ୍ଦାରେ କର୍ନାଟକ ସରକାର ଆଗକୁ ବଢ଼ୁଛନ୍ତି। କର୍ନାଟକ ସରକାରଙ୍କ ଭଳି, ଆମକୁ ମଧ୍ୟ ଦେଖାଇବାକୁ ପଡ଼ିବ ଯେ ଆମେ ମେକେଦାଟୁ ବନ୍ଧ ନିର୍ମାଣ ବିରୋଧରେ ଏକଜୁଟ। ତାମିଲନାଡୁର ସମସ୍ତ ରାଜନୈତିକ ଦଳ ସରକାରଙ୍କ ନିକଟରେ ମେକେଦାଟୁ ବନ୍ଧ ମୁଦ୍ଦାରେ ସର୍ୱଦଳୀୟ ବୈଠକ ଡାକିବାକୁ ଦାବି କରୁଛନ୍ତି। ସମସ୍ତେ ପଚାରୁଛନ୍ତି ଯେ ତାମିଲନାଡୁ ସରକାର ଏହି ମାମଲାରେ ସର୍ୱଦଳୀୟ ବୈଠକ ଡାକିବାରୁ କାହିଁକି ଓହରି ଯାଉଛନ୍ତି?”


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri