Posted inଜାତୀୟ

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ସୋମବାର ବିଧାନସଭାରେ ଗୃହ (ପୋଲିସ) ବିଭାଗର ଅନୁଦାନ ଦାବି ଉପରେ ଆଲୋଚନାର ଉତ୍ତର ଦେଇ ସେ ଏହି ଅଭିଯୋଗ ଆଣିଛନ୍ତି।

ମୁଖ୍ୟମନ୍ତ୍ରୀ ବିଜୟ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି EDର ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ, ୨୦୨୧ରୁ ୨୦୨୫ ମଧ୍ୟରେ ତାମିଲନାଡୁରେ ଏକ ସଂଗଠିତ ଗ୍ୟାଙ୍ଗ କାର୍ଯ୍ୟ କରୁଥିଲା, ଯାହାକୁ ‘କରୁର ଗ୍ୟାଙ୍ଗ’ ବୋଲି କୁହାଯାଉଥିଲା।
ବିଜୟଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ୟାଙ୍ଗ ସରକାରୀ ବ୍ୟବସ୍ଥାର ଦୁରୁପଯୋଗ କରି ଅବୈଧ ଆଦାୟ, ଟେଣ୍ଡରରେ ହେରଫେର ଏବଂ ଅବୈଧ ଭାବେ ଟଙ୍କା କାରବାର କରୁଥିଲା। ସେତେବେଳେ ଟାସ୍ମାକ ବିଭାଗ ତତ୍କାଳୀନ DMK ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କ ଅଧୀନରେ ଥିଲା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାରୀ ନିୟମକୁ ଅଣଦେଖା କରି କିଛି ଘରୋଇ ବ୍ୟକ୍ତି ଓ ରାଜନୈତିକ ମଧ୍ୟସ୍ଥଙ୍କୁ ପ୍ରଭାବଶାଳୀ କରାଯାଇଥିଲା।
ବିଜୟଙ୍କ କହିବା ଅନୁସାରେ, କରୁର ଓ କୋଏମ୍ବାଟୋର ଅଞ୍ଚଳରେ ମଦ କିଣୁଥିବା ଗ୍ରାହକଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିଲା। ଏଥିସହ ସ୍ଥାନୀୟ ବାର୍‌ ମାଲିକଙ୍କଠାରୁ ମଧ୍ୟ ଜୋରଜବରଦସ୍ତି ଟଙ୍କା ଆଦାୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସେନ୍ଥିଲ ବାଲାଜୀଙ୍କ ଭାଇ ଭି. ଅଶୋକ କୁମାରଙ୍କ ନାଁ ନେଇ ବିଜୟ ଟେଣ୍ଡରରେ ଅନିୟମିତତା, କଥିତ ଜାଲିଆତି ଏବଂ ପରିବହନ ଓ କ୍ରୟ ଚୁକ୍ତି ମାଧ୍ୟମରେ ଅବୈଧ ଭାବେ ଟଙ୍କା ସ୍ଥାନାନ୍ତର ଭଳି ଅଭିଯୋଗ ଆଣିଛନ୍ତି।

ନିଜ ଭାଷଣରେ ବିଜୟ ୧୯୬୭ରେ ସି.ଏନ. ଅନ୍ନାଦୁରାଇ, ୧୯୭୭ରେ ଏମ.ଜି. ରାମଚନ୍ଦ୍ରନ ଏବଂ ୧୯୮୩ରେ ଆନ୍ଧ୍ରପ୍ରଦେଶର ଏନ.ଟି. ରାମାରାଓଙ୍କ ଐତିହାସିକ ରାଜନୈତିକ ବିଜୟର ଉଦାହରଣ ଦେଇଥିଲେ।

ସେ କହିଛନ୍ତି ଯେ, ସେହି ଧାରାରେ ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କର ଦୁଇ ବର୍ଷ ପୁରୁଣା ଦଳ TVK ବଡ଼ ବିଜୟ ହାସଲ କରି ସରକାର ଗଠନ କରିଛି। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।

ବିଜୟ କହିଛନ୍ତି, ଭଗବାନ, ପ୍ରକୃତି ଓ ଜନତା ସବୁବେଳେ ଆମ ସହ ଅଛନ୍ତି। ଦୁର୍ନୀତି ବିରୋଧୀ ତଦନ୍ତ ସାମ୍ନାରେ ବିରୋଧୀଙ୍କ ସବୁ ଚାଲ ବିଫଳ ହେବ।
ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ବୟାନ ତାମିଲନାଡୁରେ TASMACକୁ ନେଇ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

ଆଉ ୩ ଦିନ ପରେ ରାଜଯୋଗ: ୪ ରାଶିଙ୍କର ଫାଇଦା ହିିଁ ଫାଇଦା; ବଢିବ ଆୟ, ଚାକିରିରେ ପ୍ରମୋଶନ!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଓ ଯୁତିର ବିଶେଷ ମହତ୍ତ୍ୱ ରହିଛି। ଆଗାମୀ ଦିନରେ ଗୁରୁ ଓ ମଙ୍ଗଳଙ୍କ ଯୁତି ଯୋଗୁ କର୍କଟ…

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri