Posted inଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂ ରାୱତ

ଡେରାଡୁନ,୯ ।୩: ଗତ ଚାରି ଦିନ ହେବ ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଅନୁମାନ ଲଗାଯାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏଥିରେ ଫୁଲଷ୍ଟପ୍ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ପ୍ରଦାନ କରିଛନ୍ତି । ଅପରାହ୍ନ ପ୍ରାୟ ୪ଟା ସମୟରେ ସେ ରାଜଭବନ ପହଞ୍ଚି ରାଜ୍ୟପାଳ ବେବି ରାଣି ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜଭବନରୁ ଫେରି ରାୱତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ପ୍ରଥମେ ସେ ନିଜ ଦଳର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଦଳ ତାଙ୍କୁ ୪ ବର୍ଷ ପାଇଁ ଦେବଭୂମୀର ସେବା କରିବାକୁ ସୁଯୋଗ ଦେଇଥିବାରୁ ଏହା ମୋର ସୌଭାଗ୍ୟ । କେବଳ ଭାରତୀୟ ଜନତା ପାର୍ଟି(ଭାଜପା)ରେ ହିଁ ଏହା ସମ୍ଭବ ହୋଇଛି । ଗୋଟିଏ ଛୋଟ ଗାଁର ସେନା ପରିବାରରୁ ଆସିଥିବା କର୍ମୀ ଭାବେ ଦଳ ଏତେ ବଡ ସମ୍ମାନ ଦେବା ମୁଁ କେବେ ଭାବି ନ ଥିଲି । ଏବେ ଦଳ ଚିନ୍ତା କରିଛି କି ମୋ ସ୍ଥାନରେ ଆଉ କାହାକୁ ନେବାକୁ ତେଣୁ ଏବେ ଅନ୍ୟକୁ ସୁଯୋଗ ଦେବା ଠିକ୍ । ମୋ କାର୍ଯ୍ୟକାଳ ୪ ବର୍ଷ ପୂରଣ ହେବାକୁ ମାତ୍ର ୯ ଦିନ ବାକି ରହିଗଲା । ତଥାପି ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ତେବେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳାଙ୍କୁ ସ୍ୱରୋଜଗାର କରିବା, ପିଲାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବା ଓ କୃଷକଙ୍କ ଆୟକୁ ଦ୍ୱିଗୁଣ କରିବାକୁ ବହୁତ କାମ କରିଥିବା ପ୍ରକାଶ କରିଛନ୍ତି । ଦଳ ଯଦି ମୋଦେ ଏହି ସୁଯୋଗ ଦେଇ ନ ଥାଆନ୍ତା ତେବେ ମୁଁ କେବେ ଏହା କରିପାରି ନ ଥାଆନ୍ତି ବୋଲି ରାୱତ କହିଛନ୍ତି । ଯାହାଙ୍କୁ ବି ଏହି ସୁଯୋଗ ମିଳିବ ସେ ଏହାକୁ ଆଗକୁ ବଢାଇବେ ବୋଲି ରାୱତ କହିଛନ୍ତି । ତେବେ କାହିଁକି ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଦଳ ଯେତେବେଳେ ନିଷ୍ପତ୍ତି ନିଏ ଏହା ସାମୁହିକ ବିଚାର ମାଧ୍ୟମରେ ନିଆଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଶିବସେନା ନେତାଙ୍କ ପରଲୋକ

ଅମୃତସର,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଧାରଣା ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା...

ମୋଦିଙ୍କ ପାଇଁ ନିଆରା ଉପହାର

ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା,...

‘ଦିଶା’ ଆଇନ ପାଇଁ ନିଯୁକ୍ତ ହେଲେ ୨ ମହିଳା ଅଫିସର

ଅମରାବତୀ,୩।୧: ହାଇଦ୍ରାବାଦରେ ଦିଶାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ମାମଲାରେ...

ମୋଦି ଦେଶର ସବୁଠାରୁ ବଡ଼ ନେତା: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟି,୯।୩: ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ମେଣ୍ଟ ସରକାର କରି ପୁଣି କ୍ଷମତାକୁ ଫେରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ...

ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା, କାରଣ ଜାଣିଲେ…

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶର ବରେଲି ଜିଲାର ଜଣେ ପ୍ରେମିକା ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ଅପ୍ରତ୍ୟାଶିତ ଘଟଣା କ୍ରମରୁ ହଡ଼ବଡ଼େଇ ଯାଇ ପ୍ରେମିକ ଜଣକ ପରିବାର...

ଇସ୍ତଫା ଦେବେ ବାଘେଲ!

ରାୟପୁର,୨୭ ।୮: ଛତିଶଗଡ଼ କଂଗ୍ରେସରେ ରାଜନୈତିକ ସଙ୍କଟ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଦିଲ୍ଲୀରେ ପହଞ୍ଚିଛନ୍ତି ।...

ମହଙ୍ଗା ପଡ଼ିଲା ଅସ୍ତ୍ରବିରତି ଉଲ୍ଲଂଘନ: ପାଲଟା ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନ୍ୟ ମୃତ

ଶ୍ରୀନଗର,୧୬।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜାନ ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଜାଣିଶୁଣି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ନୌସେରା...

ଏଏପି ଛାଡ଼ିବେ ଅଲ୍‌କା ଲାମ୍ବା

ନୂଆଦିଲ୍ଲୀ, ୫ା୮(ପି.ଟି.): ଏଏପି ଉପରେ ଅସନ୍ତୁଷ୍ଟ ଥିବା ଚାନ୍ଦ୍‌ନିଚୌକ୍‌ ବିଧାୟକ ଅଲ୍‌କା ଲାମ୍ବା ଦଳ ଛାଡ଼ିବାକୁ ରବିବାର ଆଗ୍ରହ ପ୍ରକାଶ କରିଛନ୍ତି। ଜନସଭାରେ ସମର୍ଥକଙ୍କ ମତାମତ...

Advertisement
Archives

Model This Week