Posted inରାଜ୍ୟ

ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର,୧୭।୩: ଶନିବାର ନିର୍ବାଚନ ଆୟୋଗ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଚିଠି ଲେଖିଛନ୍ତି। ”ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଲୋକମାନଙ୍କ ନିରନ୍ତର ଭାବେ ଦେଇଥିବା ଭଲପାଇବା ଓ ଅକୁଣ୍ଠ ବିଶ୍ବାସ ନିକଟରେ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ପାଇବା ମୋର ପରମ ସୌଭାଗ୍ୟ ବୋଲି ସେ କହିଛନ୍ତି।

ତେବେ ଆଉ କିଛି ମାସ ମଧ୍ୟରେ ମୋ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା ଓ ଅସୁବିଧାରେ ମୁଁ ସବୁବେଳେ ସମସ୍ତଙ୍କ ପାଖରେ ଅଛି। ମୋ ଉପରେ ଥିବା ଆପଣମାନଙ୍କ ବିଶ୍ୱାସ ମୋତେ ଆହୁରି ଦୃଢ଼ତାର ସହ କାମ କରିବାକୁ ପ୍ରେରଣା ଯୋଗାଇଛି।

ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ । ଆମେ ସମସ୍ତେ ମିଶି ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଢ଼ିବା। ଯୁବତୀ ଯୁବକ, ମହିଳା, ଉଦ୍ୟୋଗୀ ତଥା ଚାଷୀ ଓ ଜନଜାତି ଭାଇଭଉଣୀମାନଙ୍କ ହାତରେ ରହିବ ରାଜ୍ୟ ବିକାଶର ମଙ୍ଗ।

ବିଗତ ପାଞ୍ଚ ବର୍ଷରେ 5T ମନ୍ତ୍ର ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଛି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସମୃଦ୍ଧିର ଏକ ମାଇଲଖୁଣ୍ଟ ଭାବେ ଇତିହାସ ଏହାକୁ ସବୁବେଳେ ମନେ ରଖିବ । ଏବେ ସାରା ରାଜ୍ୟରେ, ସବୁ ବର୍ଗର ଲୋକଙ୍କ ମଧ୍ୟରେ ରୂପାନ୍ତରଣ ବୈଶ୍ ପରିଲକ୍ଷିତ ହେଉଛି। କମ୍ ସମୟ ମଧ୍ୟରେ ଆମ ସ୍ବଚ୍ଛ ଶାସନ, ସମ୍ମିଳିତ ଉଦ୍ୟମ ଏବଂ ବୈଷୟିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ବିରାଟ ରୂପାନ୍ତରଣ ଆଣିଛି।

ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଦିଗରେ ବିଶ୍ବର ଅତ୍ୟାଧୁନିକ ଦକ୍ଷତା ତାଲିମ ସୁନିଶ୍ଚିତ କରି ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବର୍ତମାନ ଏକ ବ୍ରାଣ୍ଡରେ ପରିଣତ ହୋଇଛି। ‘ସ୍ବୟମ୍’ ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଆଗକୁ ବଢ଼ିବାକୁ ବାଟ ଦେଖାଉଛି। ମାତ୍ର ୧୫ ମାସରେ ରାଉରକେଲାରେ ବିଶ୍ୱର ସର୍ବବୃହତ ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍’ ପ୍ରତିଷ୍ଠା କରି ଆମେ ବିରଳ କୀର୍ତ୍ତିମାନ ସୃଷ୍ଟି କରିଛୁ। ଏହା ଓଡ଼ିଶାକୁ ଦେଶର ସ୍ପୋର୍ଟ୍ କ୍ୟାପିଟାଲ ଭାବେ ପରିଚୟ ଦେଇଛି।

‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ପ୍ରତିଟି ଓଡ଼ିଆଙ୍କ ସ୍ବାସ୍ଥ୍ୟର ସୁରକ୍ଷା କବଚ ସାଜିଛି। ‘ମିଶନ ଶକ୍ତି’ ମା’ମାନଙ୍କୁ ସଶକ୍ତ କରିଥିବାବେଳେ ‘ଆମ ବ୍ୟାଙ୍କ’, ‘ଲକ୍ଷ୍ମୀ’ ଓ ‘ଲାଭ’ ପରି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେଇଛି। ‘ସ୍କୁଲ ରୂପାନ୍ତରଣ’ ଶିକ୍ଷାରେ ସମୃଦ୍ଧି ଆଣି ଆମ ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରୁଛି। ଆମ ଚାଷୀ ଭାଇଙ୍କ କଲ୍ୟାଣରେ ‘କାଳିଆ’ ଆଶା ଓ ଭରସା ସାଜିଥିବାବେଳେ ବଲାଙ୍ଗିରର ‘ଲୋୟର ସୁକତେଲ ପ୍ରକଳ୍ପ’ ଓ ‘ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ’ ସେମାନଙ୍କୁ ନୂଆ ଆଶା ଦେଖାଇଛି।ଆମ ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ସହ ଓଡ଼ିଶା ଏବେ ଶିଳ୍ପ ସମୃଦ୍ଧ ହୋଇ ଉଠୁଛି।

ଆମ ରାଜ୍ୟ ଏବେ ଉଜ୍ଜଳମୟ ଭବିଷ୍ୟତ ଦିଗରେ ଆଗକୁ ବଢୁଛି। ୨୦୩୬ରେ ଆମେ ଆମ ପ୍ରିୟ ଓଡ଼ିଶା ରାଜ୍ୟ ଗଠନର ଏକଶହ ବର୍ଷ ପୂର୍ତି ପାଳନ କରିବାକୁ ଯାଉଛନ୍ତି । ଏହି ସମୟ ସୁଦ୍ଧା ଓଡ଼ିଶାକୁ ସବୁ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ଆମେ ଦୃଢ଼ ସଙ୍କଳ୍ପର ସହ ଆଗକୁ ବଢ଼ୁଛୁ ।

ଆଜିର ସମୟ ଏବଂ ଆଗାମୀ ଦଶନ୍ଧି ଯୁବ ସମାଜ ପାଇଁ ଉଦ୍ଦିଷ୍ଟ ତଥା ସେମାନଙ୍କ ଦଶନ୍ଧି ହେବାକୁଯାଉଛି। ବିକାଶର ଡୋରି ଯୁବ ସମାଜ ହାତରେ । ଆମ ଯୁବଗୋଷ୍ଠୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ବ୍ୟାପକ ନିଯୁକ୍ତି ସୁନିଶ୍ଚିତ କରିବା ହେଉଛି ଆମର ସର୍ବାଧିକ ପ୍ରାଥମିକତା। ରାଜ୍ୟର ଯୁବମାନେ ଗଢ଼ିବେ ‘ନୂଆ ଓଡ଼ିଶା’। ଏହା ହେବ ଏପରି ଓଡ଼ିଶା ଯେଉଁଠି ଲୋକଙ୍କ ସମୃଦ୍ଧି ହେବ ସୁନିଶ୍ଚିତ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ି ଓଡ଼ିଶା ସାଜିବ ସମସ୍ତଙ୍କ ମାର୍ଗଦର୍ଶକ।”


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri