ଚାଷୀଙ୍କ ସହ ଖେଳିଲେ ସିଧା ପଠାଯିବ ଜେଲ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧: ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ବାର୍ଥରେ ବାଧା ଆଣିଲେ ଜେଲ ପଠାଯିବ। ସମବାୟ ସପ୍ତାହରେ ସମବାୟ ବିଭାଗରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ମିଡିଲମ୍ୟାନଙ୍କୁ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପୂର୍ବ ସରକାର ସମୟରେ ସମବାୟରେ ହେଉଥିବା ବିଶୃଙ୍ଖଳା କାରବାର ଓ ଅବ୍ୟବସ୍ଥା ଏ ସରକାରରେ ହେବନି। ଏମିତି ହେଲେ କ୍ଷମା ଦିଆଯିବନି। ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବ। ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି। ଆଉ ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ ଏବଂ ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ‘ନିଖିଳ ଭାରତ ସମବାୟ ସପ୍ତାହ’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏକ ସାଧାରଣ ସମସ୍ୟାର ସମାଧାନ କରିବାକୁ ଯାଇ ସମବାୟ ସଂସ୍ଥା ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ବିଶାଳ ଦ୍ରୁମରେ ପରିଣତ ହୋଇଛି। ଭାରତବର୍ଷରେ ୩୦ କୋଟି ସଦସ୍ୟ ଏବେ ଏଥିରେ ଯୋଡ଼ିହୋଇଛନ୍ତି। ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପରିବାର ଏହି ସଂସ୍ଥା ସହ ସିଧାସଳଖ ଜଡ଼ିତ। ଏହି ସରକାର ଜରିଆରେ ଗରିବ ଲୋକ ଓ ଚାଷୀଙ୍କ ଆର୍ଥିକ ଉନ୍ନତି ଘଟାଇ ସେମାନେ ଯେପରି ସୁଖ ସମୃଦ୍ଧିରେ ଜୀବନ ବିତାଇବେ ସେଥିପ୍ରତି ରାଜ୍ୟ ସରାକର ସଂକଳ୍ପବଦ୍ଧ। କିନ୍ତୁ କେତେଜେଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କାମ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଢୋଲ ଭିତରେ ମୂଷା ଭଳି କେତେଜଣ ବ୍ୟକ୍ତି ବିଶୃଙ୍ଖଳା କରିବା ପାଇଁ ଅଛନ୍ତି। ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ଚିହ୍ନଟ କରାଯିବ। ଚାଷୀଙ୍କ ସ୍ବାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ। ସେମାନଙ୍କୁ ଜେଲ ପଠାଯିବ ବୋଲି ସେ କହିଛନ୍ତି।
ଦଳର ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀରନ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କହିଛନ୍ତି, ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ତୀବ୍ର କରାଯିବ। ଏହାକୁ ତୃଣମୂଳସ୍ତରରେ ପହଞ୍ଚାଯିବ। ସମବାୟ ସଂସ୍ଥାର ବିନା ସହଯୋଗରେ ରାଜ୍ୟର ବିକାଶ ଅସମ୍ଭବ। ତେଣୁ ଲୋକଙ୍କ ସରକାର ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମବାୟ ଅନୁଷ୍ଠାନକୁ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ସ୍ଥାନୀୟ ସମବାୟ ସମିତି ଗ୍ରାମ୍ୟ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ବହୁମୁଖୀ ସମବାୟ ସମିତି ଗଠନ ହେବ। ବିଜେଡି ସରକାର ସମୟରେ ଏହି ସଂସ୍ଥା ଦୁର୍ନୀତିର ଗନ୍ତାଘର ସାଜିଥିଲା। ଭାଜପା ସରକାର ଆସିବା ପରେ ଏହି ସଂସ୍ଥାକୁ ଦୁର୍ନୀତିମୁକ୍ତ କରି ଚାଷୀ ଓ ଗରିବ ଲୋକଙ୍କ ଆର୍ଥତ୍କ ଉନ୍ନତି ଘଟାଇବାକୁ ବଦ୍ଧପରିକର ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ପ୍ର୍ରାରମ୍ଭରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସମବାୟ ପତାକା ଉତ୍ତୋଳନ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ବଦଳିଲେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ): ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଅଭିନେତା ବଦଳିଥିବା ବେଳେ ଶ୍ରୀକୃଷ୍ଣ, ବଳରାମ...

ଭିଜିଲାନ୍ସ ଜାଲରେ ଫସିଲେ ଏସିଏଫ୍‌

ଭୁବନେଶ୍ୱର,୬।୧୨: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ...

ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ: ଗର୍ଭାଶୟ ସଂକ୍ରମଣ ଚିକିତ୍ସା ବେଳେ ହୃଦ୍‌ଘାତରେ ମୃତ୍ୟୁ

ସମ୍ବଲପୁର, ୬।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଗର୍ଭାଶୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଏହି ୭...

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା

ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର...

୪ ଦିନରେ ୪ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର,୬ା୧୨ (ଅନୁରାଧା ମହାରଣା):ଆସନ୍ତା ଶନିବାର ପରଠାରୁ ୪ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ...

ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ...

ଥମୁନି ଦୁଃଖ: ପୁଣି ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ସଇଁତଲା,୫ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ଦାଦନ ଦୁଃଖ ପିଛା ଛାଡ଼ିବାର ନାମ ନେଉନାହିଁ । କିଛି ଦିନ ତଳେ ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମର...

ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍‌ ଧାନ

ପଡିଆବାହାଲ,୫ା୧୨(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ୫୩ ନମ୍ବର ଜାତୀୟ ରାଜପଥ ପଡିଆବାହାଲର ଏକ ପେଟ୍ରୋଲ ପମ୍ପ ନିକଟରେ ମଣ୍ଡିକୁ ନେବାପାଇଁ ରଖାଯାଇଥିବା ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri