ନବୀନଙ୍କୁ ସିଧା ଶୁଣାଇଦେଲେ ମୁଖ୍ୟମନ୍ତ୍ରୀ, ଉଠି ପଳାଇଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର,୩୦।୭: ବିଧାନସଭାରେ ଆଜି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଖାସ୍‌ କରି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ମୋହନ ମାଝି ।

ସେ କହିଛନ୍ତି, ବଜେଟ୍‌ ନେମ୍‌ ଚେଞ୍ଜର ନୁହେଁ ଗେମ୍‌ ଚେଞ୍ଜର। ଓଡ଼ିଆ ଅସ୍ମିତା ପାଇଁ ଆମେ ନାଁ ପରିବର୍ତ୍ତନ କରିଛୁ। ଓଡ଼ିଆ ଅସ୍ମିତା ବଞ୍ଚାଇବା ଓ ବିକାଶକୁ ଆଗକୁ ନେବାକୁ ଆମେ ବଦ୍ଧ ପରିକର। ବଜେଟକୁ ଅର୍ଥନୈତିକ ବିଶାରଦମାନେ ପ୍ରଶଂସା କରିଛନ୍ତି। ବିରୋଧୀ କେବଳ ଛଳନା ଆଳରେ ବଜେଟକୁ ବିରୋଧ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜେଡି ଉପରେ ବର୍ଷି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜୁମଲା ସରକାରଙ୍କୁ ଓଡିଶା ଲୋକ ହଟାଇଦେଇଛନ୍ତି । ୭୦୦ ଯୋଜନା ଆରମ୍ଭ ହେଲା ପରେ କେତେବେଳେ ୬ ମାସ ପରେ ତ କେତେବେଳେ ୧ ବର୍ଷ ପରେ ପୁଣି କେତେବେଳେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ପଂଚସଖାଙ୍କ ନାଁରେ ଯୋଜନା ନାମକରଣ କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝି । ୨୪ ବର୍ଷ ଭିତରେ କାହିଁକି ବିଜେଡି ସରକାର କର୍ପସ ଫଣ୍ଡ କରିପାରିଲା ନାହିଁ।

ଫିଲ୍ମର ଟ୍ରେଲର ଦେଖି ଗୃହ ଛାଡି ପଳାଉଛି ବିଜେଡି । ଅନେକ ଅର୍ଥନୈତିକ ବଜେଟକୁ ପ୍ରଶଂସା କରିଛନ୍ତି । ତେଣୁ ଏହା ନେମ ଚେଞ୍ଜର ନୁହେଁ , ଗେମ ଚେଞ୍ଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡିଶା ପାଇଁ ନିଷ୍ପତ୍ତି ନେଇଛୁ । ଓଡିଆ ଅସ୍ମିତାକୁ ରକ୍ଷା କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ-ଟି ସ୍କୁଲକୁ ନେଇ ବି ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନା ସର୍ବସ୍ବ ହୋଇ ଲୋକଙ୍କୁ ସେବା ନଦେଇ ପାରିବାରୁ ଲୋକେ ବିଜେଡିକୁ କ୍ଷମା ଦେଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ କହିବା ସମୟରେ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଟିଲେ ଦିଦି, ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା,୭।୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ, ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଥିଲେ। ବଙ୍ଗଳା ନିର୍ବାଚନରେ ହୋଇଥିବା ଭୟଙ୍କର ପରାଜୟ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ତାମିଲନାଡୁରେ ସରକାର ଗଠନକୁ ନେଇ ବିବାଦ ଜାରି: ରାଜ୍ୟପାଳଙ୍କୁ ସିପିଆଇ(ଏମ)ର ଅନୁରୋଧ

ଚେନ୍ନାଇ,୭।୫: ତାମିଲନାଡୁରେ ବିଧାନସଭା ନିର୍ବାଚନର ଫଳାଫଳ ପରେ, ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିନଥିବାରୁ,…

ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…

ବିଜୟଙ୍କ ଦଳ ଉପରେ ମହିଳା ସିଙ୍ଗର ଆଣିଲେ ଗୁରୁତର ଅଭିଯୋଗ, ନାବାଳିକା ବଳାତ୍କାର ମାମଲରେ…

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ, ଥଲାପଥି ବିଜୟଙ୍କ ଦଳ, TVKର ଜଣେ କର୍ମୀଙ୍କୁ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଏହି…

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

ତେଲର ତଣ୍ଟି ଚିପିପାରେ ହର୍ମୁଜ ସଙ୍କଟ, ବିଶ୍ୱର ଜୀବନ ରେଖା ଉପରେ ଘନଉଛି ବିପଦ

ତେହରାନ,୭।୫: ପଶ୍ଚିମ ଏସିଆର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ କରିଡର ଆଉ କେବଳ ଏକ ବାଣିଜ୍ୟ ପଥ ନୁହେଁ; ଏହା ବିଶ୍ୱ ଶକ୍ତି ସଂଘର୍ଷର ଏକ ବିସ୍ଫୋରକ କେନ୍ଦ୍ରରେ…

‘ମୋ’ ଅବସ୍ଥା ଦେଖିନିଅ, ଭୁଲ୍‌ରେ ବିବାହ କରନି…’ ପୋଷ୍ଟର ଧରି ବସିଛନ୍ତି ସ୍ବାମୀ, ନର୍କ ହୋଇଯାଇଛି… 

ହାଜିପୁର,୭।୫: ସାଧାରଣତଃ ବିବାହକୁ ଜୀବନର ଏକ ନୂଆ ଏବଂ ସୁନ୍ଦର ଆରମ୍ଭ ବୋଲି କୁହାଯାଏ। କିନ୍ତୁ ବିହାରର ବୈଶାଳୀ ଜିଲା ହାଜିପୁରରୁ ଏଭଳି ଏକ ଘଟଣା ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri